ଅନୁଗୋଳ: ୫ ବର୍ଷ ପରେ ହଟିଲା କଳା ପଲିଥିନ୍ । ଚାଲିଛି ଛପର କାର୍ଯ୍ୟ । କଳା ରଙ୍ଗର ପଲିଥିନ ତଳେ ଦୀର୍ଘ ବର୍ଷ ଧରି ନିଜର ଅସ୍ଥିତ୍ତ୍ବ ହରାଇ ବସିଥିବା ନବ ମାଳତୀ କୁଟୀର ଚାଲିଛି ପୁନଃଉଦ୍ଧାର କାର୍ଯ୍ୟ । ନବମାଳତି ଟ୍ରଷ୍ଟ ବୋର୍ଡ ପକ୍ଷରୁ ତ୍ୟାଗର ପ୍ରତୀକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଚିର ବିପ୍ଲବୀ ମାଳତୀ ଦେବୀଙ୍କ କୁଟୀର ଛପର ହୋଇଛି ।
ଅନୁଗୋଳ ବାଜିରାଉତ ଛାତ୍ରାବାସ ମଧ୍ୟରେ ଥିବା ନବ ମାଳତୀ କୁଟୀର କିଏ ଛପର କରିବ ସେନେଇ ବିଭିନ୍ନ ତର୍କ ବିତର୍କ ଦେଖା ଦେଇଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହାର ରକ୍ଷଣାବେକ୍ଷଣ କରିବ ବୋଲି ଅନେକ ବର୍ଷ ପୂର୍ବେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ପରେ ସଂସ୍କୃତି ବିଭାଗ ଅଧିକାରୀ ଆସି କୁଟୀରର ମାପଚୁପ କରିଥିଲେ ମଧ୍ୟ ଛପର କାର୍ଯ୍ୟ କରାଯାଇ ନଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ କୁଟୀରକୁ ଛପର କରିବାରେ ବିଳମ୍ବ କରିବାରୁ ଶେଷରେ ନବ ମାଳତୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହାର ଛପର କରାଯାଇଛି । ଯାହାପାଇଁ ପ୍ରାୟ 40 ହଜାର ଟଙ୍କାରୁ ଅଧିକ ଟଙ୍କା ବ୍ୟୟ କରାଯାଇ କୁଶଳୀ ଘର ଛାଆଳି ଅଣାଯାଇ ଘରକୁ ଛପର କରାଯାଇଛି ।
ଟ୍ରଷ୍ଟ ବୋର୍ଡ ସମ୍ପାଦକ କହିଛନ୍ତି, "ମହାପୁରୁଷଙ୍କ ସ୍ମୃତି ଭାବେ ଏହି କୁଟୀର ଏକମାତ୍ର ସମ୍ପଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ନିଜର ଜୀବନକୁ ପର ପାଇଁ ଉତ୍ସର୍ଗ କରି ଦେଇଥିଲା । ହେଲେ ତାଙ୍କ କୁଟୀରର ରକ୍ଷଣାବେକ୍ଷଣ ହୋଇ କରାନଯାଇ ପଲିଥିନ ଘୋଡା ରଖିବା ନିନ୍ଦନୀୟ କଥା । ବର୍ଷା ପାଣି ପଡି ଏହି ସ୍ମରିକି ଭାଙ୍ଗି ରୁଜି ଯିବା ପୂର୍ବରୁ ଏହାର ଉଦ୍ଧାର କାରଯିବା ଏକାନ୍ତ ଆବଶ୍ୟକ ।"
କଳା ପଲିଥିନ ତଳେ ନବ ମାଳତୀ କୁଟୀର ପ୍ରସସଙ୍ଗକୁ ନେଇ ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିବା ପରେ ଏହାକୁ ନେଇ ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ । ପରେ ସଂସ୍କୃତି ବିଭାଗରର ନିର୍ଦ୍ଦେଶକଙ୍କ ତତ୍ତ୍ବାବାବଧାନରେ ଏକ ଟିମ୍ ଛାତ୍ରବାସ ଆସି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ଖୁବଶୀଘ୍ର ପୁରା ଅଞ୍ଚଳର ବିକାଶ କରାଯିବା ସହ ସୁଆଣ୍ଡୋ ଢାଞ୍ଚାରେ ଏହା ପୁନଃନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଅନକେ ବର୍ଷ ଧରି ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ଏହି କୁଟୀରର ଛପର କରାଯାଉଥିଲା । ସରକାର ଛପର କାରିବେ କହି ଛପର ନକରିବାରୁ ପୁଣି ଟ୍ରଷ୍ଟ ପକ୍ଷରୁ ଛପର କାର୍ଯ୍ୟ କରାଯାଇଛି ।
ଇଟିଭି ଭାରତ, ଅନୁଗୋଳ