ETV Bharat / state

ଭଙ୍ଗା ଦଦରା ମାଟି ଘରେ କଟୁଛି ମାଆ ଓ ଝିଅଙ୍କ ଜୀବନ - କମଳା ମେହେର

ନୂଆ ପକ୍କା ଘର ଯୋଗାଇଦେବାକୁ ଭୁଲିଯାଇଛି ପ୍ରଶାସନ । ଅନେକ ଗୁହାରୀ ପରେ ବି ମିଳୁନି ସୁଫଳ । ମିଳୁଛି କେବଳ ଆଶ୍ବାସନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 29, 2019, 12:43 AM IST

ଅନୁଗୋଳ: ମାଆର ବୟସ ୭୦, କାନକୁ ଶୁଭୁନି । ଝିଅର ବୟସ ୫୦, ଆଖିକୁ ଦିଶୁନି । ନିଜର ବୋଲି ଆଉ କେହି ନାହାଁନ୍ତି । ଭଙ୍ଗା ଦଦରା ମାଟି ଘରେ ରହୁଛନ୍ତି ଉଭୟ ମାଆ ଓ ଝିଅ ।

ମୁଣ୍ଡରେ ଚାଳ ବାଜୁଛି । ଛପର ଉପରେ ପଲିଥିନ ପଡିଛି । କାନ୍ଥ ଫାଟି ଆଁ କରିଛି । କେଉଁଠି ମାଟି ଅତଡା ଖସି ଯାଇଛି ତ ଆଉ କେଉଁଠି ଚାଳ ଛପର ଉଡି ଯାଇଛି । ତଳେ ମାଟି ଓଦା ହୋଇ ସନ୍ତସନ୍ତିଆ । ଏହେଉଛି ଅନୁଗୋଳର କଲେଇପଦା ଗ୍ରାମର କମଳା ମେହେରଙ୍କ ଘରର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମା କମଳା ମେହେର ଓ ଝିଅ ଅମୂଲ୍ୟ ମେହେର ଏହି ଘରେ ରୁହନ୍ତି । ତେବେ ପକ୍କା ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଦୌଡିଲା ପରେ ବି ଫଳ ଶୂନ । ବୟସାଧିକ କାରଣରୁ ଆଉ ଅନ୍ୟର କାମଧନ୍ଦା କରିପାରୁନାହାଁନ୍ତି କମଳା । ସରକାରଙ୍କ 10 କିଲୋ ଚାଉଳ ଓ 500 ଟଙ୍କା ଭତ୍ତା ଦୁହିଁଙ୍କ ରାହା ପାଲଟିଛି ।

ମାଆ ଓ ଝିଅଙ୍କ ଏପରି ଅବସ୍ଥା ଦେଖି ଗ୍ରାମବାସୀ ଅନେକ ଥର ସରପଞ୍ଚଙ୍କୁ ଗୁହାରି କରିଛନ୍ତି । ହେଲେ ତାଙ୍କୁ ପକ୍କା ଘର ଖଣ୍ଡେ ମିଳିନି । ତେବେ ଚଳିତ ବର୍ଷ ସେମାନଙ୍କ ଆବେଦନକୁ ବିଚାର କରାଯାଉଛି । ଆଉ ଘର ନିଶ୍ଚିତ ମିଳିବ ବୋଲି ସରପଞ୍ଚ ଆଶ୍ବାସନା ଦେଇଛନ୍ତି ।

ସରକାର ନିରାଶ୍ରୟଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ଆବାସ ଯୋଜନା କରିଛନ୍ତି । ତେବେ ଏହି ଦୁଇ ପ୍ରାଣୀଙ୍କୁ ତାହା କେବେ ମିଳୁଛି ତାହା ସମୟ କହିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମାଁର ବୟସ ୭୦ କାନକୁ ଶୁଭୁନି । ଝିଅର ବୟସ ୫୦ ଆଖିକୁ ଦିଶୁନି । ନିଜର ବୋଲି ଆଉ କେହି ନାହିଁ । ଭଙ୍ଗା ଦଦରା ମାଟି ଘରେ ରହୁଛନ୍ତି କେବଳ ମାଝିଅ । ଏମିତି ବିପଦ ପୁର୍ଣ୍ଣ ଘରେ ରହୁଛନ୍ତିଯେ କେତେବେଳେ କିଛିବି ଘଟିପାରେ । ଓଳିଏ ଖାଇଲେ ଓଳିଏ ଉପାସ ରହି ଦିନ କାଟୁଛନ୍ତି ସେମାନେ । ଏମାନେ ହେଉଛି ଅନୁଗୋଳ ଜିଲ୍ଲା କଲେଇପଦା ଗାଁର କମଳା ଅସହାୟ ମା ଝିଅ । Body:Vo -1
ମୁଣ୍ଡରେ ବାଜୁଛି ଚାଳ । ଛପର ଉପରେ ପଲିଥିନ । କାନ୍ଥ ଫାଟି ଆଁ କରିଛି । କେଉଁଠି ମାଟି ଅତଡ଼ା ଖସି ଯାଇଛି ତ ଆଉ କେଉଁଠି ଚାଳ ଛପର ଉଡ଼ି ଯାଇଛି । ତଳେ ମାଟି ଓଦା ହୋଇ ସନ୍ତ ସନ୍ତିଆ । ସେଭଳି ଏକ ଘରେ ରହୁଛନ୍ତି କମଳା ଓ ତାଙ୍କ ଝିଅ ଅମୁଲ୍ୟ । କମଳାଙ୍କ କାନକୁ ଭଲ କରି ଶୁଭୁନି । ଅମୁଲ୍ୟ ଜନ୍ମରୁ ଅନ୍ଧ । ସରକାରଙ୍କ ତରଫରୁ ୫କିଲୋ ଚାଉଳ ଓ ୫୦୦ଟଙ୍କା ଭତ୍ତା ମିଳୁଛି । ସେତିକିରେ ଚାଲୁଛି ସଂସାର । ବୟସାଧିକ ଯୋଗୁ ବାହାରକୁ ଯାଇ କମଳା କାମଧନ୍ଦା କରିପାରୁ ନାହାନ୍ତି । ହେଲେ ଏମିତି କେତେଦିନ ଚାଲିବ । ଚାଳ ଛପର କରିବାକୁ ଟଙ୍କାଟିଏ ନାହିଁ । ତେଣୁ ବର୍ଷା ହେଲେ ଘର ଭିତରେ ପାଣି । କାନ୍ଥ ଭୁଷୁଡ଼ି ପଡ଼ିବାର ଭୟ । ବର୍ଷା ଦିନେ ଚୁଲିରେ ପାଣି ପଶୁଥିବାରୁ ରୋଷେଇ ବନ୍ଦ । ପାଖ ପଡ଼ୋଶୀଙ୍କ ବାରଣ୍ଡାରେ ନେବାକୁ ପଡ଼ୁଛି ଆଶ୍ରୟ । ଘର ଟିଏ ପାଇଁ ବର୍ଷ ବର୍ଷ ପଞ୍ଚାୟତ କାର୍ଯ୍ୟାଳୟକୁ ଦୈାଡ଼ିଛନ୍ତି । ବ୍ଳକ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ମିଳିଲାନି ଘର ।
Byte – 1 କମଳା ମେହେର, ଅସହାୟ ମହିଳା
Byte – 2 ଅମୁଲ୍ୟ ମେହେର, କମଳାଙ୍କ ଝିଅ
Vo – 2
ଏହି ଅସହାୟ ମାଝିଅଙ୍କ ପାଇଁ ପୁରା ଗାଁ ଦୁଖିତ । ସମସ୍ତେ ସେମାନଙ୍କ ଦୁଖ ଦୁର କରିବାକୁ ଉଦ୍ୟମ କରିଛନ୍ତି । ସରପଞ୍ଚଙ୍କୁ ଜଣାଇଛନ୍ତି ଘର ଖଣ୍ଡିଏ ଦେବାକୁ । ହେଲେ କିଛି ଲାଭ ହୋଇନି । ଅନ୍ୟ ପଟେ କମଳା ଓ ଅମୁଲ୍ୟଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ହୋଇ ପଡ଼ୁଛି । ବୟସ ବଢିବା ସାଙ୍ଗକୁ କମଳାଙ୍କୁ ରୋଗ ମାଡ଼ି ବସୁଛି । ଆଖିକୁ କିଛି ଦେଖା ଯାଉ ନଥିବା ଅମୁଲ୍ୟ ବା କଣ କରି ପାରିବେ । ତଥାପି ମନରେ ଆଶା ରହିଛି ନିଶ୍ଚିତ ଭାବେ ସେମାନଙ୍କୁ ସରକାରୀ ସହାୟତା ମିଳିବ । ଘର ଖଣ୍ଡିଏ ପାଇବେ । ସ୍ଥାନୀୟ ସରପଞ୍ଚଙ୍କ କହିବା କଥା ସେମାନେ ଘର ପାଇଁ ବାରମ୍ବାର ଅଭିଯୋଗ କରିଛନ୍ତି ସତ ହେଲେ କୈାଣସି କାରଣ ପାଇଁ ହୋଇ ପାରି ନାହିଁ । ତେବେ ଚଳିତ ବର୍ଷ ସେମାନଙ୍କ ଆବେଦନକୁ ବିଚାର କରା ଯାଉଛି । ନିଶ୍ଚିତ ଘର ପାଇବେ ।
Byte – 3 ମଙ୍ଗୁଳୁ ମୁଖୀ, ଗ୍ରାମବାସୀ
Byte – 4 କୃଷ୍ଣଚନ୍ଦ୍ର ମୁଖୀ, ଗ୍ରାମବାସୀ
Byte – 5 ସୈାରାଷ୍ଟ୍ର ସାହୁ, ସରପଞ୍ଚ, ବାରଗୈାଣିଆ
Conclusion:ସରକାର ନିରାଶ୍ରୟ ମାନଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ଆବାସ ଯୋଜନା କରିଛନ୍ତି । କିନ୍ତୁ ସ୍ତାନୀୟ ଲୋକପ୍ରତିନିଧିଙ୍କ ଅଣଦେଖା ତଥା ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କ ଅବହେଳା ଯୋଗୁ କମଳା ପରି ଅନେକ ନିରାଶ୍ରୟ ଆଶ୍ରୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.