ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

author img

By

Published : Nov 6, 2021, 9:37 PM IST

ଅନୁଗୋଳରେ ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ...

minor girl rape accused 20 year jail sentenced by anugul pocso court
ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

ଅନୁଗୋଳ: ଯାଯାବର ନାବାଳିକା ଝିଅକୁ ଉଠାଇ ଆଣି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ମିଳିଛି ସଜ୍ଜା । ଅନୁଗୋଳ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଅନୁଗୋଳ ସହର ମଧ୍ୟରେ ଗତ 2019 ମସିହାରେ ଘଟିଥିବା ଏକ ଲଜ୍ୟାଜନକ ଘଟଣାର ରାୟ ଆଜି ପ୍ରକାଶ କରିଛନ୍ତି ଅନୁଗୋଳ ପୋକ୍ସୋ କୋର୍ଟ । ଜଣେ ଯାଯାବର ନାବାଳିକାକୁ ତା ମା ପାଖରୁ ଉଠାଇ ଆଣି ତା ସହ ଦୁଷ୍କର୍ମ କରିବା ପରେ ମାରିଦେବା ପାଇଁ ଉଦ୍ୟମ କରିବା ଘଟଣାରେ ଅଦାଲତ ଅଭିଯୁକ୍ତ ଶୁବୁ ପଟ୍ଟନାୟକକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଜି ଏହି ମାମଲାର ବିଚାର କରି ଅନୁଗୋଳ ପୋକ୍ସୋ କୋର୍ଟର ବିଚାରପତି ଅଗସ୍ତି କୁମାର ସାହୁ ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ଦୋଷୀକୁ 20 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନାଥାଉକି ଗତ 2019 ମସିହା ଜୁଲାଇ ମାସ 19 ତାରିଖ ରାତିରେ ଅନୁଗୋଳ ସହରରେ ରହୁଥିବା ଏକ ଯାଯାବର ପରିବାର ଠାରୁ ତାର 8 ବର୍ଷ ଝିଅକୁ ରାତି ଅଧରେ ଟେକି ନେଇ ସହରର ବସଷ୍ଟାଣ୍ଡ ପାଖ ଆହାର କେନ୍ଦ୍ର ପଛପାଖେ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ । ଝିଅଟି ମରି ଯାଇଥିବା ଭାବି ଅଭିଯୁକ୍ତ ଶୁବୁ ସେଠାରେ ଝିଅଟିକୁ ଫିଙ୍ଗି ଚାଲି ଯାଇଥିଲେ। ଘଟଣା ଦୁଇଦିନ ପରେ ଅନୁଗୋଳ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ଠାରୁ ଆଦାୟ ଅର୍ଥ ପୀଡିତାର ପରିବାରକୁ ଦିଆଯିବାକୁ କୋର୍ଟ ରାଏରେ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.