ଅନୁଗୋଳ: ଶେଷରେ ହଟିଲା ୧୪ ଦିନର ଆନ୍ଦୋଳନ । ଭରତପୁର କୋଇଲା ଖଣିରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଓ ଚାକିରି ଦେବାକୁ ପ୍ରତିଶ୍ରୁତି ମିଳିଲା ପରେ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏଥିପାଇଁ ଆଜି ବସିଥିଲା ଏକ ଉଚ୍ଚ ସ୍ତରୀୟ ବୈଠକ ।
ଏହି ବୈଠକରେ ଜିଲ୍ଲାପ୍ରଶାସନ MCL କର୍ତ୍ତୃପକ୍ଷ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାଛଡା ଖଣିରେ କିଭଳି ସୁରକ୍ଷିତ ଭାବେ ଶ୍ରମିକ କାର୍ଯ୍ୟ କରିବେ ତାର କଡାଯାଞ୍ଚ କରାଯିବାକୁ ମଧ୍ୟ ନିଷ୍ପତି ହୋଇଛି । ଏହି ଖଣି ବନ୍ଦ ଆନ୍ଦୋଳନ ଯୋଗୁଁ ସାରା ଦେଶରେ କୋଇଲା ସଙ୍କଟ ସହ ବିଜୁଳି ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ