ETV Bharat / state

ହୋଲିକା ଦହନ କରି ହୋଲି ପାଳିଲେ ମାରୱାଡ଼ି ସମ୍ପ୍ରଦାୟ

ପରସ୍ପରକୁ ଫଗୁର ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ହୋଲିର ଠିକ ପୂର୍ବ ଦିନ ହୋଲିକା ଦହନ ପାଳିଛନ୍ତି ଅନୁଗୋଳର ମାରୱାଡି ସମ୍ପ୍ରଦାୟ । ଅଧିକ ପଢନ୍ତୁ...

author img

By

Published : Mar 29, 2021, 8:28 AM IST

ହୋଲି ପାଳିଲେ ମାରୱାଡ଼ି ସମ୍ପ୍ରଦାୟ
ହୋଲି ପାଳିଲେ ମାରୱାଡ଼ି ସମ୍ପ୍ରଦାୟ

ଅନୁଗୋଳ: ରଙ୍ଗର ପର୍ବ ହୋଲି ପାଇଁ ସାରା ଦେଶ ଉତ୍ସବମୁଖର । ଚାରିଆଡେ ଖୁସିର ଲହରୀ କିନ୍ତୁ ଅଛି କୋରୋନା ଭୟ। ହୋଲିର ଏହି ଉତ୍ସବକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଛି ପରିବେଶ । ପରସ୍ପରକୁ ଫଗୁର ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ହୋଲିର ଠିକ ପୂର୍ବ ଦିନ ହୋଲିକା ଦହନ ପାଳିଛନ୍ତି ଅନୁଗୋଳର ମାରୱାଡି ସମ୍ପ୍ରଦାୟ ।

ହୋଲି ପାଳିଲେ ମାରୱାଡ଼ି ସମ୍ପ୍ରଦାୟ

କିନ୍ତୁ ହୋଲିର ରଙ୍ଗ ଓ ଉତ୍ସବରେ ଲାଗିଛି କୋରୋନାର କଟକଣା । କୋଭିଡ କଟକଣା ମାନି ପାଳିଛନ୍ତି ହୋଲିକା ଦହନ । ଭକ୍ତ ପ୍ରହଲ୍ଲାଦଙ୍କ ପାଇଁ ହୋଲିକା ରାକ୍ଷସୀର ଦହନ । ନିଜର ଭକ୍ତି ବଳରେ ରାକ୍ଷସ ଶକ୍ତିର ବିନାଶ ହୋଇଥିଲା। ପୁରାଣର ଏହି କଥାବସ୍ତୁକୁ ଆଜି ବି ପାଳନ କରିଆସୁଛନ୍ତି ମାରୱାଡ଼ି ସମ୍ପ୍ରଦାୟର ଲୋକେ ।

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପାଳନ କରିଛନ୍ତି ହୋଲିକା ଦହନ ଉତ୍ସବ । ଯେଉଁଥିରେ ସାମିଲ ହୋଇଛନ୍ତି ମାରୱାଡି ସମ୍ପ୍ରଦାୟର ସବୁ ବର୍ଗର ଲୋକେ । ପୁରାଣରେ ବର୍ଣ୍ଣିତ କଥାବସ୍ତୁ ବିଶ୍ବାସ ଆଧାରରେ, ଯେଭଳି ନିଜର ସଚ୍ଚୋଟତା ଓ ଭକ୍ତି ପାଇଁ ଭକ୍ତ ପ୍ରହ୍ଲାଦଙ୍କ ନିକଟରେ ରାକ୍ଷସୀ ହୋଲିକାର ଦହନ ହୋଇଥିଲା । ଠିକ ସେହିଭଳି ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ସଦୃଶ ପାଳନ ହୋଇଛି ଏହି ହୋଲିକା ଦହନ ।

ଗୋବରରେ ତିଆରି ସ୍ବତନ୍ତ୍ର ବଡକୁଲ୍ଲକୁ ଦହନ କରି ବିଧି ଅନୁଯାୟୀ, ପୂଜାଅର୍ଚ୍ଚନା କରିବା ପରେ ଏମାନେ ପାଳନ କରିଛନ୍ତି ହୋଲି ଉତ୍ସବ। ବିଳମ୍ବିତ ରାତ୍ରିରେ ମାରୱାଡି ସମ୍ପ୍ରଦାୟର ମହିଳା ଓ ପୁରୁଷ ଏକାଠି ହୋଇ ହୋଲିକା ଦହନ ପରେ ପାଳିଥିଲେ ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ହୋଲିକା ଦହନର ବିଜୟ ଉତ୍ସବ ସଦୃଶ ହୋଲି ଖେଳରେ ମସଗୁଲ ହୋଇ ଯାଇଥିଲେ ।

ଅନୁଗୋଳ ସହର ପୁରା ସମ୍ପ୍ରଦାୟର ଲୋକେ ସବୁଥର ଏହି ହୋଲିକା ଦହନ ଗୋଟିଏ ସ୍ଥାନରେ ଏକାଠି ହୋଇ ପାଳନ କରିଥାନ୍ତି। ଏଥର କିନ୍ତୁ କୋଭିଡ ପାଇଁ ପୃଥକ ପୃଥକ ଭାବେ ଏହି ଦିବସକୁ ପାଳନ କରିଛନ୍ତି । ସମସ୍ତେ ଏଥର କଟକଣା ମଧ୍ୟରେ ପାଲିଛନ୍ତି ଏହି ଉତ୍ସବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.