ETV Bharat / state

ଛେଳିଚରାଳିଙ୍କୁ ଦଳି ଦେଲା ହାତୀ - ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୋଳ ଜିଲ୍ଲାର ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବାବେଳେ ହାତୀ ତାଙ୍କୁ ଖଣ୍ଡ ବିଖଣ୍ଡ କରି ଦେଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Sep 15, 2019, 11:14 PM IST

ଅନୁଗୋଳ: ଜିଲ୍ଲାର ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବିଦ୍ୟାଧର ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବିଦ୍ୟାଧର ସକାଳୁ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଜଙ୍ଗଲ ଭିତରେ ତାଙ୍କର ଖଣ୍ଡ ବିଖଣ୍ଡ ଶରୀର ପାଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ଗୋଟିଏ ମାସ ପୂର୍ବରୁ ସେହି ଗ୍ରାମର ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିଲା। ବାରମ୍ବାର ଜିଲ୍ଲାରେ ହାତୀଙ୍କ ଉତ୍ପାତ ବୃଦ୍ଧି ପାଉଥିବାବେଳେ ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । ଯଦ୍ବାରା ବାରମ୍ବାର ଜୀବନହାନି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ବିଦ୍ୟାଧରଙ୍କ ମୃତଦେହକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଥମୁନି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଜଣଙ୍କର ଜୀବନ ହାନି । ମୃତ ଦେହକୁ ଖିନଭିନ କରି ଫିଙ୍ଗି ଦେଇ ଥିଲା ଗଜରାଜ । Body:ଅନୁଗୋଳ ଜିଲ୍ଲାର ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ବିଦ୍ୟାଧର ସାହୁ। ସେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ସଂଧ୍ୟାରେ ଜଙ୍ଗଲ ଭିତରେ ତାଙ୍କର ଖଣ୍ଡ ବିଖଣ୍ଡ ଶରୀର ପାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ।Conclusion:ତେବେ ପ୍ରାୟ ଏକ ମାସ ପୂର୍ବରୁ ସେଠାରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିଲା। ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉ ନଥିବାରୁ ବାରମ୍ବାର ହାତୀ ଉପଦ୍ରବ ବଢୁଛି ଏବଂ ଜୀବନ ହାନି ହେଉଛି ବୋଲି ଅଭିଯୋଗ କରି ଗ୍ରାମବାସୀ ଶବକୁ ଦୀର୍ଘ ସମୟ ଛାଡି ନଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.