ETV Bharat / state

ଧୁମଧାମରେ ସମ୍ପନ୍ନ ହେଲା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା - celebrated

ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଜନ୍ତାଳ ପୂଜା ସମ୍ପନ୍ନ ହୋଇଛି। ବାର୍ଷିକ ଯାତ୍ରା ଉତ୍ସବର ୯ ଦିନ ପୂର୍ବରୁ ଅନୁଷ୍ଠିତ ଏହି ଜନ୍ତାଳ ପୂଜା ଏଠାରେ ବେଶ୍ ପ୍ରସିଦ୍ଧ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Apr 10, 2019, 11:25 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା ସମ୍ପନ୍ନ ହୋଇଛି। ବାର୍ଷିକ ଯାତ୍ରା ଉତ୍ସବର ୯ ଦିନ ପୂର୍ବରୁ ଅନୁଷ୍ଠିତ ଏହି ଜନ୍ତାଳ ପୂଜା ଏଠାରେ ବେଶ ପ୍ରସିଦ୍ଧ। ତେବେ ଏହି ପୂଜା ବୁଧବାର ଯଥା ରୀତିନୀତିରେ ସମ୍ପନ୍ନ ହୋଇଛି।

ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ମା’ ହିଙ୍ଗୁଳାଙ୍କ ପାର୍ଶ୍ଵଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ସୋମବାର ଏହି ପୂଜା କରାଯାଇଥିଲା। ବିଧି ଅନୁଯାଇ ଯଥାରୀତି ପତିଆରଙ୍କୁ ଦେହୁରିମାନେ ଘିଅ, ମୋହୁ, ଗୁଡ, ଝୁଣା ଓ ଧୂପ ଆଦି ଦେଇ ମାଙ୍କୁ ମାଜଣା କରାଇଥିଲେ।

ଏଠାରେ ମା’ କାଳିଶି ରୂପେ ବିଜେ ହୋଇ ଉଦ୍ଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଏହି ପୂଜା ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ବୁଧବାର ମଧ୍ୟରାତ୍ରରେ ମା’ ସ୍ଵପ୍ନାଦେଶରେ କେଉଁଠାରେ ବିଜେ ହେବେ ସେହି ସ୍ଥାନ ସ୍ଥିରହେବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.