ETV Bharat / state

ଶିଳ୍ପ ନଗରୀରେ ବିରାଜିଲେ ଧନଦାତ୍ରୀ, ଚନ୍ଦ୍ରଗ୍ରହଣ ପାଇଁ ଦିନରେ ହେଲା ପୂଜାର୍ଚ୍ଚନା - ଅନୁଗୋଳ ଖବର

ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଚନ୍ଦ୍ରଗ୍ରହଣ ପାଇଁ ଦିନରେ ହେଲା ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 28, 2023, 7:23 PM IST

ଶିଳ୍ପ ନଗରୀରେ ବିରାଜିଲେ ଧନଦାତ୍ରୀ

ଅନୁଗୋଳ: ମା' ଯୋଗମାୟାଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ । ଆରମ୍ଭ ହୋଇଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହୋତ୍ସବ । ଏଥର ସହର ସମେତ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କର ପୂଜା ବେଶ ଧୁମଧାମରେ ଆରମ୍ଭ ହୋଇଛି । କେବଳ ସହର ମଧ୍ୟରେ ୩୨ ଟି ମଣ୍ଡପରେ ମା' ଧନଦାତ୍ରୀଙ୍କୁ ଆବାହନ କରାଯାଇଛି । ଆଉ ଏଥିପାଇଁ ସାରା ସହର ସଜେଇ ହୋଇଛି ।

ସେପଟେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ରାତି ପରିବର୍ତ୍ତେ ଦିନରେ ମା'ଙ୍କ ଆବାହନ କରାଯାଇଛି । କୁମାର ପୁର୍ଣିମା ଦିନଠାରୁ ମା'ଙ୍କୁ ଆବାହନ ବିଧି ରହିଥିବା ବେଳେ ସମସ୍ତ ମଣ୍ଡପରେ ମା'ଙ୍କର ବିଧି ପୂର୍ବକ ପୂଜା ହୋଇଛି । ଶନିବାର ସକାଳେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତାମାନେ ଗଙ୍ଗା ଆବାହନ କରିବା ସହ ପୂଜକର ମନ୍ତ୍ର ଧ୍ବନିରେ ଆବାହନ ପୂଜା କରାଯାଇଛି । ମା'ଙ୍କର ପ୍ରାଣ ପ୍ରତିଷ୍ଠା ଚକ୍ଷୁ ଦାନ ପରେ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହେଉଛି । ରାତିରେ ଚନ୍ଦ୍ର ଗ୍ରହଣ ଥିବାରୁ ଦିନ ସମୟରେ ପୂଜା କରାଯାଇଛି ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜା, ଚନ୍ଦ୍ରଗ୍ରହଣ କାରଣରୁ ଦିନରେ ପୂଜାର୍ଚ୍ଚନା

ପୂଜା ପାଇଁ ସମଗ୍ର ଅନୁଗୋଳ ସହର ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ସହର ସାରା ଛାଇ ଯାଇଛି ଆଲୋକର ମାଳା । ମା' ଅନୁଗୋଳ ସହରରେ ଗଜଲକ୍ଷ୍ମୀ ଭାବେ ପୂଜା ପାଆନ୍ତି । ମା'ଙ୍କ ଆବାହନରେ ଉତ୍ସବ ମୁଖରିତ ହୋଇଉଠିଛି ସାରା ଅନୁଗୋଳ । ଏଥର ପୂଜାରେ କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ଏଥର ଅନୁଗୋଳରେ ମୂର୍ତ୍ତି ନିର୍ମାଣ କରିଛନ୍ତି ।

ଏହା ବି ପଢନ୍ତୁ- Gajalaxmi Puja 2023: ରାତିପାହିଲେ ଗଜଲକ୍ଷ୍ମୀ ପୂଜା, ନୂଆବୋହୂ ଭଳି ସଜେଇ ହେଲାଣି ଢେଙ୍କାନାଳ

ପୂଜା ଭିଡ଼କୁ ନଜରରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି । ଏହା ସହ ଏକ କମ୍ପାନୀ ପରାମିଲିଟାରୀ ଫୋର୍ସ ସହ ୨୮ ପ୍ଲାଟୁନ ଫୋର୍ସ ପୂଜାରେ ମୁତୟନ ହୋଇଛନ୍ତି । ଚନ୍ଦ୍ରଗ୍ରହଣ ପାଇଁ ଆଜି ଦିନ ୧୧ଟାରୁ ପୂଜା ଆରମ୍ଭ ହୋଇଥିବା ବେଳେ ମା'ଙ୍କ ପହଡ଼ ଅପରାହ୍ନରୁ ପଡ଼ିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.