ଅନୁଗୋଳ: ବନ୍ଧୁକ ଓ ଭୁଜାଲି ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଜିଲ୍ଲାର ଛେଣ୍ଡିପଦା ଥାନା ଅଞ୍ଚଳରେ ।
ସୂଚନାନୁସାରେ, ଏଲଏଣ୍ଡଟି ଫାଇନାନ୍ସ କର୍ମଚାରୀ ଶିଶିର କୁମାର ନାୟକ ପ୍ରତ୍ୟେକ ଦିନ ଭଳି ଘୁଣ୍ଟୁଳିରୁ ଟଙ୍କା କଲେକସନ ସାରି ମାଛକୁଟା ଗାଁ ଦେଇ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ବଜାଜ୍ ଡିସକଭର ମଟର ସାଇକେଲରେ ପଛରୁ ଆସି ତାଙ୍କୁ ବନ୍ଧୁକ ଭୁଜାଲି ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶିଶିର ନଅଟକିବାରୁ ତାଙ୍କୁ ମଟର ସାଇକେଲ ଗୋଡରେ ଧକ୍କା ମାରି ତଳେ ପକାଇ ଦେଇଥିଲେ । ଏହା ପରେ ଶିଶିର ବାଇକ ସହ ତଳେ ପଡେଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ମାଡମାରିବା ସହ ବନ୍ଧୁକ, ଭୁଜାଲି ଦେଖାଇବା ସହ ଗାଡି ଡିକିରେ ଥିବା ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଛଡାଇ ନେଇଥିଲେ ।
ତେବେ ଶିଶିର ଏନେଇ ଥାନାରେ ଅଭିଯୋଗ କରିବା ପରେ ଛେଣ୍ଡିପଦା ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ଥାନରେ ଚଢାଉ ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ