ଅନୁଗୋଳ : ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ କଲେ ଦୁର୍ବୃତ୍ତ । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ପୀଡିତ । ଏଭଳି ଘଟଣା ଘଟିଛି ଅନୁଗୋଳ ଜରପଡା ଥାନା ଅମାନ୍ତପୁର ନିକଟରେ ।
ଲୁଟ ଶିକାର ହୋଇଛନ୍ତି ଶାବଳ ଭଙ୍ଗା ଗାଁର ଛେଳି ବ୍ୟବସାୟୀ ଦିଗାମ୍ବର ସାହୁ । ଦିଗାମ୍ବର ନିଜ ମୋଟର ସାଇକେଲ ଯୋଗେ ଜରପଡା ଅଭିମୁଖେ ଯାଉଥିବାବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ତାଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ ।
ଆକ୍ରମରେ ଦିଗାମ୍ବରଙ୍କ ହାତରେ ଆଘାତ ଲାଗିଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ