ETV Bharat / state

ଡିକି ଖୋଲି ଲୁଟି ନେଲେ ଚାଷୀର ଧାନ ବିକା ଟଙ୍କା - ଅନୁଗୋଳ ଲୁଟ

ବ୍ୟାଙ୍କରୁ ଧାନ ବିକା ଟଙ୍କା ଉଠାଇ ଫେରୁଥିବାବେଳେ ଚାଷୀଙ୍କ ଡିକି ଖୋଲି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଡିକି ଖୋଲି ଲୁଟି ନେଲେ ଚାଷୀର ଧାନ ବିକା ଟଙ୍କା

author img

By

Published : Feb 6, 2021, 5:03 PM IST

Updated : Feb 6, 2021, 6:01 PM IST

ଅନୁଗୋଳ: ଡିକି ତାଡି ଚାଷୀର ଧାନ ବିକା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି ଏହି ଲୁଟ । ଛେଣ୍ଡିପଦା ଥାନା ବାହାଳସାହି ଗାଁର ଚାଷୀ ପ୍ରତାପ ସାହୁ ବ୍ୟାଙ୍କରୁ ଧାନ ବିକା ଟଙ୍କା ଉଠାଇ ଛକରେ ପେଟ୍ରୋଲ ପକାଉଥିବାବେଳେ ଲୁଟେରା ତାଙ୍କ ଡିକି ଖୋଲି 38 ହଜାର 300 ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ।

ଡିକି ଖୋଲି ଲୁଟି ନେଲେ ଚାଷୀର ଧାନ ବିକା ଟଙ୍କା

ସୂଚନାଯୋଗ୍ୟ, ପ୍ରତାପ ସାହୁ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଣ କରି ବ୍ଲକ ଛକସ୍ଥିତ ରଞ୍ଜିତ କୁମାର ବେହେରାଙ୍କ ପେଟ୍ରୋଲ ଦୋକାନରୁ ବାଇକରେ ପେଟ୍ରୋଲ ପକାଉଥିଲେ । ସେ ପେଟ୍ରୋଲ ବାବଦ ଟଙ୍କା ଦେଉଥିବା ସମୟରେ ବ୍ୟାଙ୍କରୁ ପିଛା କରୁଥିବା ଦୁର୍ବୃତ୍ତ ତାଙ୍କ ଡିକି ଖୋଲି ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମାରିଛନ୍ତି । ଏନେଇ ପ୍ରତାପ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Feb 6, 2021, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.