ETV Bharat / state

ଅବକାରୀ ବିଭାଗର ଚଢାଉ: 900ଲି. ମଦ ଜବତ, 2 ଗିରଫ - ଅନୁଗୋଳ

ଦେଶୀ ମଦ ବିକ୍ରିବେଳେ ଅବକାରୀ ବିଭାଗର ଚଢାଉ । ଘଟଣାରେ ୯୦୦ ଲିଟର ଦେଶୀ ମଦ ସହ ଗୋଟିଏ ସ୍କର୍ପିଓ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 22, 2019, 6:37 PM IST

ଅନୁଗୋଳ: ଚାଲିଥିଲା ଦେଶୀ ମଦ ବିକ୍ରି ଉଦ୍ୟମ । ଆଉ ଧରିନେଲା ଅବକାରୀ ବିଭାଗ । ଏଭଳି ଘଟଣା ଘଟିଛି ଜରାଶିଙ୍ଘା ଗାଁ ନିକଟରେ । ଘଟଣାରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ଟିମ୍ । ଉଭୟଙ୍କ ନିକଟରୁ ୯୦୦ ଲିଟର ଦେଶୀ ମଦ ସହ ଗୋଟିଏ ସ୍କର୍ପିଓ ଜବତ କରିଛି ଟିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚାନୁଯାୟୀ, ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପାଳ ଗାଁର ଗତି ପ୍ରଧାନ ଓ କାଳିଆ ନାୟକ । ଉଭୟ ୧୫ରୁ ଅଧିକ ବ୍ଳାଡରରେ ମଦ ଧରି ଅନୁଗୋଳ ଆସୁଥିବାବେଳେ ଜରାଶିଙ୍ଘା ଗାଁ ନିକଟରେ ଅବକାରୀ ବିଭାଗ ଧରିନେଇଥିଲେ ।

ଏହାବ୍ୟତୀତ ଆଉ ଏକ ସ୍କୁଟିରେ ୬୦ ଲିଟରରୁ ଅଧିକ ମଦ ନେଇ ଯାଉଥିବାବେଳେ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡି ଛାଡି ଫେରାର ହୋଇଯାଇଥିଲେ । କିନ୍ତୁ ଟିମ୍ ଏମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ଢେଙ୍କାନାଳ ରୁ ଦେଶୀ ମଦ ଆଣି ଅନୁଗୋଳ ରେ ବିକ୍ରି କରିବାକୁ ଉଦ୍ୟମ ବେଳେ  ଅବକାରୀ ବିଭାଗ ହାତରେ ଧରା ପାପଡିଛନ୍ତି ଦୁଇଜଣ । ଖାଲି ସେତିକି ନୁହେଁ ସେମାନଙ୍କ ଠାରୁ ଯବଦ ହୋଇଛି ୯୦୦ ଲିଟର ଦେଶୀ ମଦ ସହ ଗୋଟିଏ ସ୍କ୍ରୋପୀଓ ଗାଡି  । ଗିରଫ ଦୁଇଜଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପାଳ ଗାଁ ର ଗତି ପ୍ରଧାନ ଓ କାଳିଆ ନାୟକ । ଏମାନେ ୧୫ରୁ ଅଧିକ ବ୍ଳାଡର ରେ ମଦ ଧରି ଅନୁଗୋଳ ଆସୁଥିବା ବେଳେ ଜରାଶିଙ୍ଘା ଗାଁ ନିକଟରେ ଅବକାରୀ ବିଭାଗର ହାବୁଡରେ ପଡିଥିଲେ । ଏହାଛଡା ଆଉ ଏକ ସ୍କୁଟି ରେ ୬୦ ଲିଟର ରୁ ଅଧିକ ମଦ ନେଇ ଯାଉଥିବା ବେଳେ ବିଭାଗ କର୍ମଚାରୀଙ୍କୁ ଦେଖି ଗାଡି ଛାଡି ଫେରାର ହୋଇ ଯାଇଥିଲେ ।  ବିଭାଗ ଏମାନଙ୍କୁ ଗିରଫ କାକରିବା ସହ କୋର୍ଟ ଚାଲାଣ କରିଛି ।   
Byte – 1 ଭକ୍ତ ବତ୍ସଳ ବର୍ମା , ମୁଖ୍ୟ ଅବକାରୀ ସ୍ପେଶାଲ ସ୍କାର୍ଡ।
Visual on FTP 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.