ETV Bharat / state

କାମରେ ଲାଗିଲାନି ପଣସ ମିଶନ, ଉତ୍ପାଦନ ପରେ ବି କ୍ଷତିରେ ଚାଷୀ - ଉତ୍ପାଦନ ପରେ ବି କ୍ଷତିରେ ଚାଷୀ

ରାଜ୍ୟରେ ପଣସର ବ୍ୟାପକ ଉତ୍ପାଦନକୁ ଦେଖି ମୁଖ୍ୟମନ୍ତ୍ରୀ ପଣସ ମିଶନକୁ ମଞ୍ଜୁରୀ ଦେଲେ। କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

mission jackfruit
ପଣସ ମିଶନ
author img

By

Published : Jun 5, 2023, 9:47 PM IST

ପଣସ ମିଶନ

ଅନୁଗୋଳ: ରାଜ୍ୟରେ ବ୍ୟାପକ ପଣସ ଉତ୍ପାଦନକୁ ଦୃଷ୍ଟିରେ ରଖି ପଣସ ମିଶନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଗତ ୨୦୨୨ ଅକ୍ଷୟ ତୃତୀୟା ଦିନ ମୁଖ୍ୟମନ୍ତ୍ରୀ ରାଜ୍ୟର ୯ଟି ଜିଲ୍ଲାରେ ଏହି ମିଶନ ପାଇଁ ୯୦କୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ହେଲେ ଉଦ୍ୟାନ ବିଭାଗର ଚରମ ଅବହେଳା ତଥା ଇଚ୍ଛାଶକ୍ତି ଅଭାବରୁ ଏହି ମିଶନ ଏବେ ଫାଇଲ ଭିତରେ ବନ୍ଧା ହୋଇ ରହିଛି । ଫଳରେ ପଣସ ଚାଷୀ କ୍ଷତି ସାହୁଥିବା ବେଳେ ବାହାର ରାଜ୍ୟର ବେପାରୀ ମାଲାମାଲ ହେଉଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ପଣସ ଯୋଗୁଁ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି ।

ଦେଶରେ ପଣସ ଉତ୍ପାଦନରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶାର ସ୍ଥାନ ଦ୍ବିତୀୟରେ ଅଛି । ରାଜ୍ୟର ଅନୁଗୋଳ, ଢେଙ୍କାନାଳ, କୋରାପୁଟ, କେନ୍ଦୁଝର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜ ଆଦି ୯ଟି ଜିଲ୍ଲାରେ ପ୍ରଚୁର ପଣସ ଉତ୍ପାଦନ ହେଉଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ କନ୍ଧମାଳ ପରେ ପଣସ ଉତ୍ପାଦନରେ ଅନୁଗୋଳ ଜିଲ୍ଲା ଆସୁଛି । କେବଳ ଆମ ରାଜ୍ୟରେ ପଣସ ପାଚିଲା ଖିଆଯାଏ । ତେଣୁ ଏଠାରେ ବହୁ ପରିମାଣର ପଣସ ନଷ୍ଟ ହୋଇଥାଏ ।

ଅନ୍ୟପକ୍ଷରେ ପଣସ ଯୋଗୁଁ ଗାଁ ଗଣ୍ଡାରେ ହାତୀ ଉପଦ୍ରବ ବୃଦ୍ଧି ପାଉଛି । ଏସବୁକୁ ଦେଖି ଅଗ୍ରଗାମୀ ନାମକ ଏକ ବେସରକାରୀ ଅନୁଷ୍ଠାନ ରାଜ୍ୟରେ ପଣସ ମିଶନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ବୁଝିପାରି ପଣସ ମିଶନର ଶୁଭାରମ୍ଭ କରିଥିଲେ । ମିଶନ କାର୍ଯ୍ୟକାରୀ ହେଲେ ସରକାରଙ୍କ ତରଫରୁ ବର୍ଷକୁ ଦୁଇଥର ପଣସ ଫଳୁଥିବା ଚାରା ଯୋଗାଇ ଦିଆଯିବା ସହ ହେକ୍ଟର ପ୍ରତି ୩୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା ।

ଫଳରେ ଗ୍ରାମାଞ୍ଚଳରେ ଥିବା ମହିଳା ଗୋଷ୍ଠୀ, ଉତ୍ପାଦକ ଦଳ ଏବଂ ବେକାର ଯୁବକ ଯୁବତୀ ମାନେ ପଣସ ଚାଷ କରି ଲାଭବାନ ହେବେ ଏବଂ ଆତ୍ମ ନିର୍ଭରଶୀଳ ହୋଇ ପାରିବେ । ଏଥିସହ ୩ଟି ଜିଲ୍ଲାରେ ପଣସରୁ ଖାଦ୍ୟ ପ୍ରକ୍ରିୟା କରଣ କେନ୍ଦ୍ର କରାଯିବାର ଲକ୍ଷ୍ୟ ରଖା ଯାଇଥିଲା । ପଣସରୁ ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ବିକ୍ରି କରାଯାଇ ପାରିବ । ଚାଷୀମାନେ ଲାଭବାନ ହୋଇ ପାରିବେ । କିନ୍ତୁ ଏହି ମିଶନ ଏବେ ନାଲି ଫିତା ତଳେ ରହି ଯାଇଛି । ଉଦ୍ୟାନ ବିଭାଗ ଏହାର ତଦାରଖ କରିବା ଦାୟିତ୍ୱ ନେଇଥିଲେ ମଧ୍ୟ ବିଭାଗର ଆନ୍ତରିକତା ଅଭାବରୁ ମିଶନ କାର୍ଯ୍ୟକାରୀ ହୋଇ ପାରିନାହିଁ ।

ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ଅନୁଗୋଳ ଜିଲ୍ଲାର ପାଲଲହଡ଼ା, ଅନୁଗୋଳ, ଆଠମଲ୍ଲିକ, କିଶୋରନଗର ଓ ଛେଣ୍ଡିପଦା ବ୍ଲକରେ ବାର୍ଷିକ ପ୍ରାୟ ୩ହଜାର ମେଟ୍ରିକ ଟନ ପଣସ ଉତ୍ପାଦନ ହେଉଛି । ଏସବୁ ଅଞ୍ଚଳରୁ ରାୟପୁର ଓ ଖଡ଼ଗପୁର ସ୍ଥାନରୁ ବେପାରୀମାନେ ଆସି ଟ୍ରକ ଯୋଗେ ଶାଗମାଛ ଦରରେ ପଣସ କିଣି ନେଉଛନ୍ତି । ପଣସ ବିକ୍ରି ପାଇଁ କୌଣସି ସୁବିଧା ନଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ ଦାମରେ ବିକ୍ରି କରି ଦେଉଛନ୍ତି । ଏହାଛଡା ଗଛରେ ପଣସ ରହିଲେ ଦଳ ଦଳ ହାତୀ ପଣସ ଖାଇବାକୁ ଆସି ଉପଦ୍ରବ କରୁଛନ୍ତି । ତେଣୁ ଜିଲ୍ଲାରେ ଯେତିକି ପଣସ ଉତ୍ପାଦନ ହେଉଛି ଯଦି ତାହାର ସଠିକ ବ୍ୟବହାର କରାଯାଇ ପାରନ୍ତା ତେବେ ଚାଷୀ ଉପକୃତ ହୋଇ ପାରନ୍ତେ ।" ଏନେଇ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କହିଛନ୍ତି କେବଳ ଜିଲ୍ଲାରେ ଦୁଇଟି ସ୍ଥାନରେ ଅଢେଇ ଏକର ଲେଖାଏଁ ୫ଏକର ଜମିରେ ଉନ୍ନତ କିସମର ପଣସ ଚାରା ଲଗା ଯାଇଛି । ଚଳିତ ବର୍ଷ ଚାଷୀଙ୍କ ପ୍ରାୟ ୩୬ ଏକର ଜମିରେ ପଣସ ଲଗାଯିବା ପାଇଁ ସ୍ଥିର କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.