ETV Bharat / state

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ଅଧିକ ପଢନ୍ତୁ...

author img

By

Published : Aug 2, 2021, 2:40 PM IST

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର
ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ଅନୁଗୋଳ: ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀର ରକ୍ତରେ ହୋଲି ଖେଳିଲା ସ୍ବାମୀ । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ସ୍ବାମୀ । ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ହେଲାଜେମା ହଂସଦା। ଅଭିଯୁକ୍ତ ସ୍ୱାମୀ ରଞ୍ଜନ ଭୂୟାଁ ସ୍ତ୍ରୀକୁ ହତ୍ୟା କରିବା ପରେ ଏବେ ଫେରାର ଅଛନ୍ତି ।

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍ ଗ୍ରାମର ସତୁରୀ ବର୍ଷିୟା ସୋମବାରୀ ହାଁସଦା ସ୍ୱାମୀ ସିଲାଇ ହାଁସଦାଙ୍କର ମୃତ୍ୟୁ ପରେ ରେଙ୍ଗାଳି ଡ୍ୟାମ ଟାଙ୍କି ହାଟିଂ ଅଞ୍ଚଳରେ ଝିଅ ଜ୍ବାଇଁଙ୍କୁ ଧରି ରହି ଆସୁଥିଲେ । ଗତକାଲି ମଧ୍ୟରାତ୍ର ସମୟରେ ଝିଅ ଜେମା ହାଁସଦା ଓ ଜ୍ବାଇଁ ରଞ୍ଜନ ଭୂୟାଁଙ୍କ ମଧ୍ଯରେ ଘରୋଇ କଥାକୁ ନେଇ ପ୍ରଥମେ ବଚସା ଓ ପରେ ମାଡପିଟ୍ ହୋଇଥିଲା । ଶାଶୁ ସୋମବାରୀ ହାଁସଦା ଝିଅ ଜ୍ବାଇଁଙ୍କୁ ଛଡାଇବା ସମୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଜ୍ବାଇଁ ଧମକ ଦେଇ ସେଠାରୁ ପଳେଇ ଆସିଥିଲେ । ତେବେ ସକାଳୁ ଦେଖିବା ବେଳକୁ ଝିଅର ମୃତ୍ୟୁ ହୋଇଛି । ଖବର ପାଇ ରେଙ୍ଗାଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.