ETV Bharat / state

କୋଇଲା ପରିବହନ ବେଳେ ପାଲ ଭିଡା ଦାବିରେ ରେଳ ରୋକ - hundreds of labor Rail strike in angul

କୋଇଲା ପରିବହନ ସମୟରେ ପାଲ ଘୋଡାଯାଉନଥିବାରୁ ଏହାର ଗୁଣ୍ଡ ଉଡି ପରିବେଶ ପ୍ରଦୂଷଣ ହେଉଛି । ଏହି କାର୍ଯ୍ୟପାଇଁ ଶତାଧିକ ଶ୍ରମିକ ନିୟୋଜିତ ଥିଲେ ମଧ୍ୟ ସେମାନେ ଏବେ ବେକାର ହୋଇବସିରହିଛନ୍ତି । ଅଧିକ ପଢନ୍ତୁ...

କୋଇଲା ପରିବହନ ବେଳେ ପାଲଭିଡା ଦାବିରେ ରେଳ ରୋକ

author img

By

Published : Jan 13, 2021, 12:54 PM IST

ଅନୁଗୋଳ: ତାଲଚେରରୁ ଖୋଲାରେ କୋଇଲା ପରିବହନକୁ ନେଇ ଦେଖାଦେଇଛି ଅସନ୍ତୋଷ । ପାଲ ଘୋଡାଇବା ଦାବିରେ ରେଳ ରୋକ କରି ଆଜି ପ୍ରତିବାଦ କରାଯାଇଛି । ଅନେକ କୋଇଲା ବୋଝେଇ ଟ୍ରେନ ଅଟକି ରହିଛି । ତାଳଚେର ସ୍ଥିତ ମହାନଦୀ ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ କୋଇଳା ବୋଝେଇ ଟ୍ରକ ଅଟକ ରଖାଯାଇଛି । ଶତାଧିକ ଶ୍ରମିକ ଓ ନେତା ଡେରା ନିକଟ ଜଗନ୍ନାଥ ଏରିଆ 3/ 4 ସାଇଡିଂ ରେଳ ଧାରଣା ଦେଇଛନ୍ତି । ପ୍ରତିବାଦ ଓ ଅନ୍ଦୋଳନ ଯୋଗୁଁ 2ଟି ଟ୍ରେନ ସକାଳୁ ଅଟକି ରହିଛି ।

କୋଇଲା ପରିବହନ ବେଳେ ପାଲଭିଡା ଦାବିରେ ରେଳ ରୋକ

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି । ଶ୍ରମିକଙ୍କ ଅଭିଯୋଗ ଯେ, କୋଇଲା ବୋଝେଇ ଟ୍ରେନ ଉପରେ ପାଲ ଭିଡିବା ବାଧ୍ୟତାମୂଳକ । ସେଥିପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ରହିଛି । କିନ୍ତୁ ତାଳଚେର ଅଞ୍ଚଳରେ ଯେତେ କୋଇଲା ବୋଝେଇ ଟ୍ରେନ ଯାତାୟତ କରୁଛି ତାହା ଆଦୌ ପାଲ ଭିଡା ଯାଉନାହିଁ । ଫଳରେ କୋଇଲା ଗୁଣ୍ଡ ଉଡି ପରିବେଶ ପ୍ରଦୂଷଣ ହେଉଛି । ଏହା ବ୍ୟତୀତ ଶତାଧିକ ଶ୍ରମିକ ପାଲ ଭିଡା କାମରେ ନିୟୋଜିତ ଥିଲେ ସେମାନଙ୍କୁ କାମରେ ଲଗାଯାଉନି । ଫଳରେ ଏବେ ସେମାନେ ଗୋଟିଏ ପ୍ରକାର ବେକାର ହୋଇ ବସି ରହିଛନ୍ତି । ଗତ ୩ ବର୍ଷ ହେଲା ବାରମ୍ବାର ଏମ୍ସିଏଲ ଓ ପ୍ରଶାସନକୁ ଅଭିଗୋଗ କରାଯାଇଥିଲେ ମଧ୍ୟ କେହି ଏଥି ପ୍ରତି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଏଭଳି ଧାରଣ ଦିଆଯାଇଥିବା ଶ୍ରମିକ କଂଗ୍ରେସ ସୂଚନା ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.