ETV Bharat / state

ଅନୁଗୋଳରୁ 25 ଲକ୍ଷ ମୂଲ୍ୟର ବାଣ ଜବତ

ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଅନୁଗୋଳରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 25 ଲକ୍ଷ ହେବ । ଅଧିକ ପଢନ୍ତୁ...

ଅନୁଗୋଳରୁ ବିପୁଳ ପରିମାଣର ବାଣ ଜବତ
ଅନୁଗୋଳରୁ ବିପୁଳ ପରିମାଣର ବାଣ ଜବତ
author img

By

Published : Nov 4, 2020, 3:32 PM IST

Updated : Nov 4, 2020, 3:42 PM IST

ଅନୁଗୋଳ: କୋରୋନା ମହାମାରୀ କାରଣରୁ ଏଥର ଦୀପାବଳିରେ ବାଣ ଫୁଟାଇବା ଓ ବିକ୍ରିରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏଥିସହ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ବିପୁଳ ପରିମାଣର ବାଣ ଜବତ

ଏହି ପରିପ୍ରେକ୍ଷୀରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁଗୋଳର ଓ୍ବାର୍ଡ ନମ୍ବର-13 ହାଟତୋଟାର ଟିମା ସାହୁଙ୍କ ବାସଭବନରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ସୂଚନା ଅନୁଯାୟୀ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ତହସିଲଦାର ଗୌରୀ ନାଏକ, ପୌରପାଳିକା ଅତସୀ ପରିଡା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ ଚୋରା ବାଣ ଗଚ୍ଛିତ ଥିବା ଖବର ପାଇ ଟିମା ସାହୁଙ୍କ ବାସଭବନରେ ଚଢ଼ାଉ କରିଥିଲେ ।

ଚଢାଉ ସମୟରେ ଟିମା ସାହୁଙ୍କ ଘରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 25 ଲକ୍ଷରୁ ଅଧିକ ହେବ । ତେବେ ସରକାରଙ୍କ କଡା ତାଗିଦ୍ ସତ୍ତ୍ବେ ଏତେ ପରିମାଣର ବାଣ କେମିତି ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Nov 4, 2020, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.