ETV Bharat / state

ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

author img

By

Published : Jan 10, 2021, 9:00 PM IST

Updated : Jan 10, 2021, 9:16 PM IST

ଅନୁଗୋଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦାନ । ଅଧିକ ପଢନ୍ତୁ...

ଧର୍ମେନ୍ଦ୍ରଙ୍କ ଉପସ୍ଥିତରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଅନୁଗୋଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି(ରବିବାର) ଦିନିକିଆ ଅନୁଗୋଳ ଗସ୍ତ କରି ଫେରିଛନ୍ତି । ଏହି ଅବସରରେ ସେ ପ୍ରଥମେ ନିଜ ଗାଁ ଠାକୁର ନୃସିଂହ ଭଗବାନଙ୍କ ଠାରେ ପୂଜାର୍ଚ୍ଚନା କରି ତାଳଚେର ସ୍ଥିତ ମା' ହିଙ୍ଗୁଳା ମନ୍ଦିରରେ ପୂଜା କରିଥିଲେ । ସେଠାରୁ ବାହାରି ଅପରାହ୍ନରେ ଏକ ବିରାଟ ବାଇକ ରାଲି କରି ରାଣୀଗୁଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଏହି ଅବସରରେ ହଜାର ହଜାର ବିଜେପିକର୍ମୀ ଯୋଗଦେଇଥିଲେ । ଏହାପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଓ ବିଜେଡିର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ମନ୍ତ୍ରୀ ନିଜେ ସେମାନଙ୍କୁ ଦଳିଅ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ମିଶ୍ରଣ ପର୍ବ ପରେ ଉପସ୍ଥିତ କର୍ମୀ, ନେତା ଓ ନୂଆକରି ମିଶିଥିବା କର୍ମୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ଶତାଧିକ କର୍ମୀ

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, 'ସାରା ଦେଶରେ ୬୦୦ ମିଲିଅନ ଟନ କୋଇଲା ଉତ୍ପାଦନ ହେଉଥିବାବେଳେ କେବଳ ତାଳଚେରରେ ୧୦୦ ମିଲିୟନ ଟନ ଉତ୍ପାଦନ ହେଉଛି । ତେଣୁ ଆମ ଜିଲ୍ଲା ସାରା ଦେଶର ଭାତହାଣ୍ଡି ହେବାକୁ ଯାଉଛି । ଆମ ଜିଲ୍ଲାରେ ବଡ଼ ବଡ଼ ଇସ୍ପାତ କାରଖାନା ଅଛି । ଆଗାମୀ ଦିନରେ ଜିନ୍ଦଲ ବିଶ୍ୱର ସବୁଠାରୁ ବଡ଼ ଇସ୍ପାତ କାରଖାନା ବସାଇବାକୁ ନିସ୍ପତି ନେଇଛି । ଫଳରେ ବହୁ ଯୁବକଯୁବତୀ ନିଯୁକ୍ତି ପାଇବେ । ନାଲକୋ ଏବେ ସମ୍ପ୍ରସାରଣ ହେବାକୁ ଯାଉଛି । ଏହାଦ୍ୱାରା ଆମ ଅର୍ଥନୀତି ସୁଦୃଢ଼ ହୋଇପାରିବ ।'

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲା ଖଣିଜ ପାଣ୍ଠିକୁ ଗାଁ ଗାଁରେ ବିନିଯୋଗକରି ଗାଁର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ହେବାଦ୍ୱାର ସମସ୍ତେ ସ୍ୱଚ୍ଛ ପାନୀୟ ଜଳ, ସଡକ ଓ ଅନ୍ୟାନ୍ୟ ସୁବିଧା ପାଇ ପାରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ ହିତକର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଏବେ ଅନେକ ଲୋକ ଦଳକୁ ଆସୁଛନ୍ତି । ତାଙ୍କୁ ଆମେ ସ୍ୱାଗତ କରୁଛୁ । ଆମେ ସମସ୍ତେ ମିଶି ଆମ ଜିଲ୍ଲା ତଥା ଆମ ରାଜ୍ୟକୁ ଏକ ନମ୍ବର କରିବାକୁ ଶପଥ ନେବାକୁ ହେବ ବୋଲି ମନ୍ତ୍ରୀ କହିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 10, 2021, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.