ETV Bharat / state

ଐତିହାସିକ ଦିନ: ୨୧ ବର୍ଷ ପରେ ବନବିଭାଗରେ ସାମିଲ ହେଲେ ୯୬ ରେଞ୍ଜର - ଓଡିଶା ରାଜ୍ୟ ବନ ବିଭାଗ

ଓଡିଶା ରାଜ୍ୟ ବନ ବିଭାଗ ପାଇଁ ଏକ ଐତିହାସିକ ଦିନ । ଏକା ଥରକେ ବନ ବିଭାଗର ସାମିଲ ହେଲେ ୯୬ ରେଞ୍ଜ ଅଫିସର । ଦୀର୍ଘ ୧୮ ମାସର ଟ୍ରେନିଂ ଶେଷ କରି ବିଧିବଦ୍ଧ ଭାବେ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Sep 26, 2019, 11:29 AM IST

ଅନୁଗୋଳ: ଓଡିଶା ବନ ବିଭାଗରେ ସାମିଲ ହେଲେ ୯୬ ରେଞ୍ଜର । ଦୀର୍ଘ ୨୧ ବର୍ଷ ପରେ ରାଜ୍ୟ ବନ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଯାହା ରାଜ୍ୟ ବନ ବିଭାଗର ଖାଲି ପଡିଥିବା ପଦବୀ ପୂରଣ କରିବା ସହ ବିଭାଗକୁ ଆହୁରି ସକ୍ରିୟ କରିବ ।

ଓଡିଶା ରାଜ୍ୟ ବନ ବିଭାଗ ପାଇଁ ଏକ ଐତିହାସିକ ଦିନ । ଏକା ଥରକେ ବନ ବିଭାଗର ସାମିଲ ହେଲେ ୯୬ ରେଞ୍ଜ ଅଫିସର । ଦୀର୍ଘ ୧୮ ମାସର ଟ୍ରେନିଂ ଶେଷ କରି ବିଧିବଦ୍ଧ ଭାବେ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଦୀର୍ଘ ୨୧ ବର୍ଷ ପରେ ହେବ ରାଜ୍ୟରେ ରେଞ୍ଜର ନିଯୁକ୍ତି ଦିଆଯାଇ ନଥିବା ବେଳେ ଏକକାଳୀନ ୯୬ ଜଣକୁ ଦିଆଯାଇଥିବା ନିଯୁକ୍ତିକୁ ଐତିହାସିକ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନୁଗୋଳ ଠାରେ ଥିବା ଫରେଷ୍ଟ ରେଞ୍ଜରସ ଟ୍ରେନିଂ କଲେଜରେ ଆୟୋଜିତ ୧୬ ତମ ରେଞ୍ଜର ପାସିଂ ଆଉଟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହି ନିଯୁକ୍ତି ବଳରେ ବିଭାଗ ରେ ଯେଉଁ ମାନବ ସମ୍ବଳର ଅଭାବ ଥିଲା ତାହା ଦୂର ହେବା ସହ ବିଭାଗକୁ ଏହା ଆହୁରି ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଓପିଏସି ଜରିଆରେ ୧୦୫ ରେଞ୍ଜ ଅଫିସର ଟ୍ରେନିଂ ପାଇଁ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣ ଟ୍ରେନିଂ ନେଇଥିଲେ । ଯେଉଁମାନେ ୧୮ ମାସ ମଧ୍ୟରେ ଶାରୀରିକ ଶିକ୍ଷା ସହ ଦେଶର ବିଭିନ୍ନ ରାଜ୍ୟରେ ଥିବା ବନାଞ୍ଚଳରେ କ୍ଷେତ୍ର ପରୀକ୍ଷଣ ଦିଆଯାଇଛି । ଏହା ଛଡା ଇନଫରମେସନ ଟେକ୍ନୋଲୋଜି , ସିଭିଲ କଲଚର , ଜଙ୍ଗଲ ପ୍ରଶାସନ , ଜଙ୍ଗଲ ଆଇନ ବିଷୟରେ ମଧ୍ୟ ଏହି ରେଞ୍ଜର ମାନଙ୍କୁ ଟ୍ରେନିଂ ଦିଆଯାଇଛି । କିଭଳି ଜଙ୍ଗଲ ଅଧିବାସୀଙ୍କ ଶହ ରହି ପ୍ରତିକୂଳ ପରିସ୍ଥିତି ସେମାନେ କାମ କରିବେ ସେ ଶିକ୍ଷା ମଧ୍ୟ ଆହରଣ କରିଛନ୍ତି । ତେଣୁ ଆଗାମୀ ଦିନରେ ବିଭାଗର ସବୁ ନିୟମକୁ ମାନି ଦକ୍ଷତାର କାମ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ ରେଞ୍ଜର ।

ଏହି ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ସନ୍ଦୀପ ତ୍ରିପାଠୀ , ବନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସୁଦର୍ଶନ ପଣ୍ଡା ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଓଡିଶା ବନ ବିଭାଗ ରେ ସାମିଲ ହେଲେ ୯୬ ରେଞ୍ଜର । ଦୀର୍ଘ ୨୧ ବର୍ଷ ପରେ ରାଜ୍ୟ ବନ ବିଭଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଯାହା ରାଜ୍ୟ ବନ ବିଭାଗ ର ଖାଲି ପଡିଥିବା ପଦବୀ ପୂରଣ କରିବା ସହ ବିଭାଗ କୁ ଆହୁରି ସକ୍ରିୟ କରିବ । Body:Vo – 1
ଓଡିଶା ରାଜ୍ୟ ବନ ବିଭାଗ ପାଇଁ ଏକ ଐତିହାସିକ ଦିନ । ଏକା ଥରକେ ବନ ବିଭାଗର ସାମିଲ ହେଲେ ୯୬ ରେଞ୍ଜ ଅଫିସର । ଦୀର୍ଘ ୧୮ ମାସର ଟ୍ରେନିଂ ଶେଷ କରି ଆଜି ବିଧିବଦ୍ଧ ଭାବେ ବିଭାଗରେ ସାମିଲ ହୋଇଛନ୍ତି ଏହି ଅଫିସର । ଦୀର୍ଘ ୨୧ ବର୍ଷ ହେବେ ରାଜ୍ୟରେ ରେଞ୍ଜର ନିଯୁକ୍ତି ଦିଆଯାଇ ନଥିବା ବେଳେ ଏକା କାଳୀନ ୯୬ ଜଣକୁ ଦିଆଯାଇଥିବା ନିଯୁକ୍ତି କୁ ଐତିହାସିକ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନୁଗୋଳ ଠାରେ ଥିବା ଫରେଷ୍ଟ ରେଞ୍ଜରସ ଟ୍ରନିଂ କଲେଜ ରେ ଆୟୋଜିତ ୧୬ ତମ ରେଞ୍ଜର ପାସିଙ୍ଗ ଆଉଟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହି ନିଯୁକ୍ତି ବଳରେ ବିଭାଗ ରେ ଯେଉଁ ମାନବ ସମ୍ବଳ ର ଅଭାବ ଥିଲା ତାହା ଦୂର ହେବା ସହ ବିଭାଗ କୁ ଏହା ଆହୁରି ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
Byte – 1 ବିକ୍ରମ କେଶରୀ ଆରୁଖ , ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
Byte – 2 କାର୍ଥିକ ଭି , ନିର୍ଦେଶକ ଓଡିଶା ବନାରାଜିକ ମହାବିଦ୍ୟାଳୟ
Vo – 2
ଓପିଏସି ଜରିଆରେ ୧୦୫ ରେଞ୍ଜ ଅଫିସର ଟ୍ରନିଂ ପାଇଁ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣ ଟ୍ରେନିଂ ନେଇଥିଲେ । ଯେଉଁମାନେ ୧୮ ମାସ ମଧ୍ୟରେ ଶାରୀରିକ ଶିକ୍ଷା ସହ ଦେଶ ର ବିଭିନ୍ନ ରାଜ୍ୟରେ ଥିବା ବନାଞ୍ଚଳ ରେ କ୍ଷେତ୍ର ପରୀକ୍ଷଣ ଦିଆଯାଇଛି । ଏହା ଛଡା ଇନଫରମେଶନ ଟେକ୍ନୋଲୋଜି , ସିଭିଲିକଲଚର , ଜଙ୍ଗଲ ପ୍ରଶାସନ , ଜଙ୍ଗଲ ଆଇନ ବିଷୟରେ ମଧ୍ୟ ଏହି ରେଞ୍ଜର ମାନଙ୍କୁ ଟ୍ରେନିଂ ଦିଆ ଯାଇଛି । କିଭଳି ଜଙ୍ଗଲ ଅଧିବିବାସୀ ଙ୍କ ଶହ ରହି ପ୍ରତିକୁଳ ପରିସ୍ଥିତି ସେମାନେ କାମ କରିବେ ସେ ଶିକ୍ଷା ମଧ୍ୟ ଆହରଣ କରିଛନ୍ତି । ତେଣୁ ଆଗାମୀ ଦିନରେ ବିଭାଗ ର ସବୁ ନିୟମକୁ ମାନି ଦକ୍ଷତାର କାମ କରିବେ ବୋଲି କହିଛନ୍ତି ନବ ନିଯୁକ୍ତ ରେଞ୍ଜର ।
Byte – 3 ଶ୍ଵାଗତିକା ସାହୁ , ବ୍ୟାଚ ଟପର
Byte – 4 ଅଶୋକ କୁମାର ବେହେରା , ନବ ନିଯୁକ୍ତ ରେଞ୍ଜର
Conclusion:ଏହି ଦୀକ୍ଷାନ୍ତ ସମାରୋହରେ ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ , ସଦିପ ତ୍ରିପାଠୀ , ବନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପଣ୍ଡା ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇ ଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.