ଅନୁଗୋଳ: ଜଙ୍ଗଲ ଛାଡି ରାସ୍ତାରେ ବୁଲୁଛି ଗୋଠ ଛଡା ଦନ୍ତା । ପୁରା ଅଞ୍ଚଳରେ ଖେଳାଇଛି ଆତଙ୍କରାଜ। ଗତ ତିନିଦିନ ହେବ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଦନ୍ତା ହାତୀର ଆତଙ୍କରେ ଲୋକେ ଆତଙ୍କିତ ।
ଜିଲ୍ଲାର ଛେଣ୍ତିପଦା- ଜରପଡା ରାସ୍ତା ପୁଟଗାଡିଆ ଛକ ନିକଟରେ ଦନ୍ତାହାତୀର ଆତଙ୍କ । ଆଜି ସଂନ୍ଧ୍ୟା ସମୟରେ ଜରପଡା ରାସ୍ତାରେ ଅଧଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ଠପ୍ ହୋଇ ଯାଇଥିଲା । ଫଳରେ ଉଭୟ ପାର୍ଶ୍ବରେ ଗାଡି ମୋଟର ଠିଆହୋଇ ରହିଥିବା ଦେଖିବାକୁ ମିଳିଛି। ଏବେ ହାତୀଟି ଗ୍ରାମ ପାଖରେ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି । ଅନ୍ୟ ପକ୍ଷରେ ଜରପଡା ଓ ଛେଣ୍ତିପଦା ବନାଞ୍ଚଳ କର୍ମଚାରୀ ମାନେ ହାତୀ ଘଉଡେଇବା ପାଇଁ ପ୍ରୟାସ କରୁଥିବା ସୂଚନା ରହିଛି ।
ଖାଲି ସେତିକି ନୁହେଁ ଗୋଟିଏ ଦିନ ତଳେ ହାତୀ ଟି ଲୋକଙ୍କ ଘର ଦ୍ବାରା ଭାଙ୍ଗିବା ସହ ତିନିଜଣଙ୍କୁ ଆକ୍ରମଣ କରିଥିଲା । ତାର ଠିକ ଗୋଟିଏ ଦିନ ପୂର୍ବରୁ 25 ତାରିଖ ଏହି ଦନ୍ତା ଆକ୍ରମଣରେ ଜଣଙ୍କର ଜୀବନ ମଧ୍ୟ ଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ