ଅନୁଗୋଳ: ଜେଇଇ ମେନ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ସରକାରଙ୍କ ସହଯୋଗରେ ସୋମବାର ଅନୁଗୋଳରୁ ପରୀକ୍ଷାର୍ଥୀମାନେ ଯାଇଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇଥିଲା । ଅନୁଗୋଳ ସରକାରୀ ବସଷ୍ଟାଣ୍ଡରୁ ଏହି ସ୍ୱତନ୍ତ୍ର ବସ ଛାଡିଥିଲା । ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀ କାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ବସ ଯାତ୍ରାର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉପବାଚସ୍ପତି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ମାସ୍କ, ସାନିଟାଇଜର ଓ ଜଳଖିଆ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ବସ ଟର୍ମିନାଲର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରକ୍ଷାର୍ଥୀ ମାନଙ୍କ ସହ ସରକାରଙ୍କ ତରଫରୁ ଜଣେ ଅଧିକାରୀଙ୍କୁ ପଠାଯାଇଛି । ସେ ସମସ୍ତ ଦାୟିତ୍ୱ ନେଇ ପରୀକ୍ଷାର୍ଥୀ ମାନଙ୍କୁ ଯଥା ସ୍ଥାନରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ।
ଜିଲାରୁ ମୋଟ ୧୪୦ ଜଣ ଛାତ୍ରଛାତ୍ରୀ ସରକାରଙ୍କ ସହଯୋଗରେ ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲେ । କିନ୍ତୁ ବହୁ ଛାତ୍ରଛାତ୍ରୀ ନିଜ ସୁବିଧାରେ ଯାଇଥିବା ବେଳେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ସରକରୀ ବସ ଯୋଗେ ଯାଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ