ETV Bharat / state

ମାତୃଭାଷାରେ ପଢ଼ିଲେ ଜ୍ଞାନର ଅଭ୍ୟୁଦୟ ଘଟିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ । ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୟ ଘଟିବ ବୋଲି ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ

author img

By

Published : Nov 13, 2022, 8:56 PM IST

ଅନୁଗୋଳ: ଜିଲ୍ଲାର ସଭାଗାର ଠାରେ 'ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ'ର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ ଓ ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୟ ଘଟିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ

ସୂଚନା ଅନୁଯାୟୀ, 'ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟାତ୍ମିକ ଶିକ୍ଷାଦାନର ଅନ୍ୟତମ ଅନୁଷ୍ଠାନ । ଯାହା ରାଜ୍ୟରେ ଦୀର୍ଘ ୫୦ ବର୍ଷର ଯାତ୍ରା ପୂରଣ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ ହୋଇଛି । ମାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ପଢିଲେ ଚାକିରି ମିଳିବ କି ନାହିଁ ତାହାକୁ ନେଇ ବିତର୍କ ହେଉଛି ।

ଏନେଇ ସେ କହିଛନ୍ତି ଯେ ପାଠକୁ ନମ୍ବର ଆଧାରିତ କିମ୍ବା ମୁଖସ୍ତ କରିବା ନୁହେଁ ବରଂ ମାତୃଭାଷା ମାଧ୍ୟମରେ ପାଠକୁ ବୁଝାଇବାର ଦାୟିତ୍ୱ ରହିଛି । ପାଠ ବୁଝିଲେ ହିଁ ପିଲାଙ୍କ ମଧ୍ୟରେ ଜ୍ଞାନର ଅଭ୍ୟୁଦୟ ଘଟିବ । ମାତୃଭାଷାରେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ସମାଜ ଭିତରେ ମୂଲ୍ୟବୋଧ, ଭାଇଚାରା, ଶିକ୍ଷାର ମୂଳ ତତ୍ତ୍ୱକୁ ବ୍ୟାପକ କରିବାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର କାମ ପ୍ରଶଂସନୀୟ ।

ମୂଳରୁ ଏହି ଅନୁଷ୍ଠାନ ଦେଉଥିବା ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ରୂପାନ୍ତରିତ କରାଯାଇଛି । ସମାଜର ବସ୍ତୁବାଦୀ ସଭ୍ୟତାରେ ମଣିଷକୁ ଜୀବନର ମୂଳ ଉଦ୍ଦେଶ୍ୟ ବୁଝାଇବାରେ ଏହି ଅନୁଷ୍ଠାନ ନିରନ୍ତର କାର୍ଯ୍ୟ କରି ଚାଲିଛି । ଏହି ମର୍ମରେ ସମସ୍ତେ ସାମୂହିକ ଭାବରେ ଦେଶକୁ ମଜବୁତ କରିବା ବୋଲି କହିବା ସହ କେନ୍ଦ୍ର ଆଗାମୀ ଦିନରେ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଏହା ଛଡା ଏହି ଅବସର ରେ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

For All Latest Updates

TAGGED:

angul news
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.