ETV Bharat / state

ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ - ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ

ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ତାକୁ ଧରିବାରେ ପୋଲିସ ସଫଳ ହୋଇଛି । ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ , ମାଡି ବସିଲା ପୋଲିସ

author img

By

Published : Jan 12, 2022, 9:32 PM IST

ଅନୁଗୋଳ: ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ । ଯାହାକୁ ଧରିବାରେ ସଫଳ ହୋଇଛି ପୋଲିସ । ଅନୁଗୋଳ ଜିଲ୍ଲାର ଖମାର ଥାନା ପୋଲିସକୁ ମିଳିଛି ଏହି ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ତାକୁ ଧରିବାରେ ପୋଲିସ ସଫଳ ହୋଇଛି ।

ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ , ମାଡି ବସିଲା ପୋଲିସ

ସୂଚନା ଅନୁଯାୟୀ ଗତକାଲି ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଖମାର ଥାନା ପୋଲିସ। ପୋଲିସ ସ୍ବତନ୍ତ୍ର ଟିମ ଥାନା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳିଙ୍କ ନେତୃତ୍ବରେ ଚଢ଼ାଉ କରି ଏହି ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଚାଲାଣକାରୀ ଏକ ଟ୍ରାକ୍ଟରରେ ପାଣି ଟାଙ୍କି ଭିତରେ ଗଞ୍ଜେଇ ରଖିଥିଲେ । ଯାଞ୍ଚବେଳେ ସେଥିରୁ ୨୯୭ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ଖମାର ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ଗିରଫ ଦୁଇଜଣ ହେଲେ ଝାଡଖଣ୍ଡର ଅନୀଲ ସ ଏବଂ ଫୁଲଚନ୍ଦ ପରିହା । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଘଟଣା ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏମାନେ ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଆଉ କାହାକୁ ବିକ୍ରି କରୁଥିଲେ ସେ ନେଇ ପୋଲିସ ଖାନତଲାସି ଚଳାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.