ETV Bharat / state

କଣ୍ଟେନରରେ ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ - ଅନୁଗୋଳ ଗଞ୍ଜେଇ ଚାଲାଣ

କଣ୍ଟେନରରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୋଳ ଅବକାରୀ ବିଭାଗ ଜବତ କରିଛି । ଏଥିସହ ଗାଡି ଚାଳକଙ୍କ ସମେତ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଅନୁଗୋଳ ଗଞ୍ଜେଇ ଚାଲାଣ
Anugul Ganja chalan
author img

By

Published : Jun 1, 2022, 7:14 AM IST

ଅନୁଗୋଳ: କଣ୍ଟେନରରେ ଗଞ୍ଜେଇ ଚାଲାଣ । ଖବର ପାଇ ଅନୁଗୋଳ ଅବକାରୀ ବିଭାଗ ଗଞ୍ଜେଇ ଭର୍ତ୍ତି କଣ୍ଟେନରକୁ ଜବତ କରିଛି । ବୌଦ୍ଧ ଜିଲ୍ଲାରୁ ଭଦ୍ରକ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଛି ଅନୁଗୋଳ ଅବକାରୀ ବିଭାଗ । ସୂଚନା ଅନୁଯାୟୀ ଅବକାରୀ ବିଭାଗ ଟିମ ବେଣାଗାଡ଼ିଆ ଠାରେ ଜଗି ରହିଥିବା ବେଳେ କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି ହୋଇ ଆସୁଥିବା କଣ୍ଟେନରକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ସେଥିରେ ପ୍ରାୟ ଏକ କୁଇଣ୍ଟାଲ ୨୪ କେଜି ଗଞ୍ଜେଇ ଜବତ ହୋଇଥିଲା ।

ଏଥି ସହ ଅବକାରୀ ବିଭାଗ ଗାଡିର ଚାଳକଙ୍କୁ ଗିରଫ କରିବା ସହ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଏହି ଗଞ୍ଜେଇ କେଉଁଠୁ ଆଉ କିଏ ବିକ୍ରି କରୁଥିଲା ଓ ଏହି ଚାଲାଣର ମାଷ୍ଟର ମାଇଣ୍ଡ କିଏ ଏ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.