ଅନୁଗୋଳ: ପାଲଲହଡା ଉଦିତନଗର ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ ମାଡି ବସିଲା ପୋଲିସ । ୩୭ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କଲା ପାଲଲହଡା ପୋଲିସ । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ଅଞ୍ଚଳର ସପନ ରୟ ଏବଂ ଅନ୍ୟ ଜଣେ ବିହାର ଅଞ୍ଚଳର ସୁକାନ ଯାଦବ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।
ସୂଚନାଅନୁଯାୟୀ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ନେଇ ପାଲଲହଡା ପୋଲିସ ଖବର ପାଇଥିଲା । ଏନେଇ ସଙ୍ଗେସଙ୍ଗେ ଚଢାଉ କରି ୩୭ କେଜି ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୭ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରୁ ଏକ ସ୍ୟାଣ୍ଟ୍ରୋ କାରକୁ ଜବତ କରାଯାଇଛି । ତେବେ ଏହି ଗଞ୍ଜେଇ ଚୋରା କାରବାରରେ ଆଉ କେଉଁ ମାନଙ୍କର ହାତ ରହିଛି ତାହା ଜାଣିବା ପାଇଁ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ