ETV Bharat / state

ହାତୀ ମଣିଷର ବିବାଦ: ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ବନ ବିଭାଗ

author img

By

Published : Jul 3, 2022, 12:21 PM IST

ଅନୁଗୋଳ ଜିଲ୍ଲାରେ ଦିନକୁ ଦୁନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ଉଗ୍ରରୂପ ନେଇଛି ମଣିଷ ହାତୀ ବିବାଦ । ତେବେ ଏନେଇ ବର୍ତ୍ତମାନ ଅଣ୍ଟା ଭିଡିଛି ବନ ବିଭାଗ । ଅଧିକ ପଢନ୍ତୁ

ହାତୀ ମଣିଷର ବିବାଦ : ଅଣ୍ଟା ଭିଡିଲା ବନ ବିଭାଗ

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀପଲ ଅଧିକାଂଶ ସମୟରେ ଗାଁ ମୁହାଁ ହୋଇ ବ୍ୟାପକ ଧନଜୀବନ ନଷ୍ଟ କରୁଥିବା ବେଳେ ସେମାନଙ୍କୁ ଘଉଡାଇବାରେ ବିଫଳ ହୋଇଛି ବନ ବିଭାଗ । ବନ ବିଭାଗ ସେହି ଚିରାଚରିତ ଢଙ୍ଗରେ ବାଜା, ବାଣ, ନିଆଁ ହୁଳା ଓ ସ୍ପଟ ଲାଇଟ ଵ୍ୟଵହାର କରି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛି। ଫଳରେ ଉଗ୍ରରୂପ ନେଇଛି ମଣିଷ ହାତୀ ବିବାଦ । ଏହାରି ଭିତରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ମୃତ୍ୟୁ ହେଉଛି । ତେବେ ଏନେଇ ବର୍ତ୍ତମାନ ଅଣ୍ଟା ଭିଡିଛି ବନ ବିଭାଗ । ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।

ବିଗତ ୨ରୁ୩ମାସ ମଧ୍ୟରେ ୩ଟି ହାତୀ ମଲେଣି। ହାତୀ ଆକ୍ରମଣରେ ୪ ଜଣ ମଣିଷର ମଧ୍ୟ ଜୀବନ ହାରିଛନ୍ତି । ଶହ ଶହ ଏକର ଜମିରେ ଫସଲ ନଷ୍ଟ ହୋଇଛି । ଏହାର ପ୍ରତିକାର ପାଇଁ ପ୍ରଥମେ ବନ୍ତଳା ବନାଞ୍ଚଳରୁ ଆରମ୍ଭ କରାଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତ୍ୟେକ ଦିନ ୪ରୁ୫ଟି ଟିମ ଏହି ରେଞ୍ଜର ହାତୀ ଉପଦ୍ରଵ କରୁଥିବା ଅଞ୍ଚଳ ଗୁଡିକୁ ଯାଇ ସଚେତନ କରାଉଛନ୍ତି । ଜଙ୍ଗଲ ଭିତରକୁ ଯାଇ ହାତୀଙ୍କର ଗତିବିଧି ଉପରେ ନଜର ରଖିବା ସହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଓ ଫାସ ଖୋଜି ବାହାର କରୁଛନ୍ତି ।

ଜିଲ୍ଲାର ଛେଣ୍ଡିପଦା ଓ ବନ୍ତଳା ରେଞ୍ଜରେ ହାତୀ ଉପଦ୍ରଵ ସବୁଠାରୁ ଅଧିକ । ବନ୍ୟଜନ୍ତୁ ବିଶେଷଜ୍ଞ ଓ ପରିବେଶବିତଙ୍କ କହିବା ହାତୀ ସୁରକ୍ଷା ବନ ବିଭାଗ ପାଇଁ ଏକ ଚାଲେଞ୍ଜ ହୋଇଯାଇଛି । ହାତୀମାନଙ୍କୁ ଖାଦ୍ୟ ପାନୀୟର ଅଭାବ ହେତୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ତେବେ ବନ ବିଭାଗ ସେ ସବୁ ପ୍ରତି ଦୃଷ୍ଟି ନଦେଇ କେବଳ ହାତୀ ଘଉଡାଇବାରେ ବ୍ୟସ୍ତ ରହୁଥିବା କେତେକ ସ୍ଥାନରେ ଅଭିଯୋଗ ହୋଇଛି । ତେବେ ଏହାର ମୁକାବିଲା କରିବା ପାଇଁ ବନବିଭାଗ ଦୀର୍ଘ ମିଆଦି ସୂତ୍ରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନନେଲେ ଆଗକୁ ପରିସ୍ଥିତି ଜଟିଳ ହୋଇ ପଡିବ ବୋଲି କହିଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.