ଅନୁଗୋଳ: ପେଟ ପାଇଁ ନିଜ ରାଜ୍ୟ ଛାଡି ଆସି ଓଡିଶାରେ ଫସିଛନ୍ତି ଅନେକ ଶ୍ରମିକ । ଲକଡାଉନ ପରେ ଏବେ ଭୋକ ଉପାସ ବିତୁଛି ସେମାନଙ୍କ ଜୀବନ । ହେଲେ ସେମାନଙ୍କ ମୁହଁରେ ଦାନା ଦେବା ପାଇଁ ଆଗେଇ ଆସିଛନ୍ତି ଅନୁଗୋଳର କିଛି ବୁଦ୍ଧିଜୀବୀ ଓ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖାର ମୁଖ୍ୟ ଦୁଷ୍ମନ୍ତ ବେହେରା ।
ଅନୁଗୋଳ ସହର ତଳି ଖଲାରି ପଞ୍ଚାୟତ ଅଞ୍ଚଳରେ ଫସି ରହି ଥିବା କିଛି ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖାର ମୁଖ୍ୟ ଦୁଷ୍ମନ୍ତ ବେହେରା । ଯେବେଠାରୁ ତାଲା ବନ୍ଦ ହେଲାଣି ସେହିଦିନ ଠାରୁ ଦୁଷ୍ମନ୍ତ ନିରନ୍ତର ଭାବେ ପ୍ରତ୍ୟେକ ଦିନ ପ୍ରାୟ ୧୦୦ ଖାଦ୍ୟ ପୁଡିଆ ଅସହାୟଙ୍କ ବଣ୍ଟନ କରୁଛନ୍ତି । ଏହାଛଡା ଦୁଷ୍ମନ୍ତଙ୍କୁ ମଧ୍ୟ ସହଯୋଗ କରିବାକୁ ଅନେକ ଆଗେଇ ଆସି ନିରାଶ୍ରୟଙ୍କୁ ଖାଇବା ଯୋଗାଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ