ETV Bharat / state

ଅନୁଗୋଳରେ ପାଞ୍ଚ ଦିନିଆ କୃଷି ପ୍ରଦର୍ଶନୀ ଆୟୋଜିତ, ଚାଷୀ ହେଉଛନ୍ତି ଲାଭବାନ

author img

By ETV Bharat Odisha Team

Published : Nov 30, 2023, 6:26 PM IST

Five Days Mega Farmers' Fair: ଅନୁଗୋଳ ଜିଲ୍ଲାରେ ପାଞ୍ଚ ଦିନିଆ କୃଷି ପ୍ରଦର୍ଶନୀ ଆୟୋଜିତ । କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଶୁ ପାଳନ, ଗୋ ପାଳନ ଓ କୁକୁଡ଼ା ଚାଷ ସମ୍ପର୍କରେ ମେଗା ପ୍ରଦର୍ଶନୀ । ଅଧିକ ପଢନ୍ତୁ

ଅନୁଗୋଳରେ ପାଞ୍ଚ ଦିନିଆ କୃଷି ପ୍ରଦର୍ଶନୀ ଆୟୋଜିତ, ସବୁ ପ୍ରକାର ଚାଷୀ ହେଉଛନ୍ତି ଲାଭବାନ

ଅନୁଗୋଳ: ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ସର୍ବଦା ତତ୍ପର । ସେଥିପାଇଁ ସେମାନଙ୍କ ପାଇଁ ବହୁବିଧ ଯୋଜନା ପ୍ରସ୍ତୁତ କରାଯାଇଛି । ଗାଁ ଗାଁରେ ଚାଷୀମାନେ କିଭଳି ଏହି ଯୋଜନା ଗୁଡିକର ଲାଭ ଉଠାଇ ପାରିବେ ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇ ପାରିବ ସେଥିପାଇଁ ସରକାର ଜିଲା ସ୍ତରରେ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଶୁ ପାଳନ, ଗୋ ପାଳନ ଓ କୁକୁଡ଼ା ଚାଷ ସମ୍ପର୍କିତ ମେଗା ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଅନୁଗୋଳ ଜିଲ୍ଲାରେ ମଧ୍ୟ ଗତ ୨୮ ତାରିଖ ଠାରୁ ୨ ତାରିଖ ପର୍ଯ୍ୟନ୍ତ ଏକ ମେଗା ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ସରକାରଙ୍କ ଯୋଜନା ସମ୍ପର୍କିତ ୭୨ଟି ଷ୍ଟଲ କରାଯାଇଛି । ସମସ୍ତ ଷ୍ଟଲରେ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଚାଷୀ ମାନଙ୍କୁ ଯୋଜନା ଗୁଡିକ ସମ୍ପର୍କରେ ବୁଝାଇବା ସହ ଏହାର ସୁଯୋଗ ନେବାକୁ କହୁଛନ୍ତି । ଏହାଛଡା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ, ସାର ଔଷଧ, ମୃତ୍ତିକା ସଂରକ୍ଷଣ ମଡେଲ, କୁକୁଡ଼ା ଚାଷ ମଡେଲ, ଉନ୍ନତ ମାନର ଗାଈ, ଛେଳି, କୁକୁଡ଼ା ଆଦି ପ୍ରଦର୍ଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... 5 ଦିନିଆ କୃଷକ ମେଳା, ନୂତନ ଯୋଜନା ସାଙ୍ଗକୁ ଯନ୍ତ୍ରପାତିର ପ୍ରଦର୍ଶନୀ

ଦୈନିକ ବହୁ ସଂଖ୍ୟାରେ ଚାଷୀ ଏଠାକୁ ଆସି ସରକାରଙ୍କ ତରଫରୁ ସେମାନଙ୍କୁ ଦିଆ ଯାଉଥିବା ସହାୟତା ସମ୍ପର୍କରେ ଜାଣୁଛନ୍ତି । ଏହି ମେଳାରେ ଜିଲ୍ଲାର ବଛା ବଛା ୧୪୦୦ଚାଷୀଙ୍କୁ ପ୍ରଶିକ୍ଷଣ ଦିଆ ଯାଉଛି । ସେଥିପାଇଁ ଦୈନିକ ୨୮୦ଜଣ ବିଭିନ୍ନ ଚାଷୀ ଏଠାକୁ ଆସି ବିଶେଷଜ୍ଞ ମାନଙ୍କ ଠାରୁ ତାଲିମ ନେଉଛନ୍ତି । ଏହାଛଡା ଏହାଛଡା ଚଳିତ ବର୍ଷ ପ୍ରଦର୍ଶନୀରେ ପ୍ରାୟ ୧୭ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକାର କୃଷି ଉପକରଣ ବିକ୍ରି ହୋଇଛି । ସେଥିରେ ୪କୋଟିରୁ ଅଧିକ ସରକାରୀ ରିହାତି ଚାଷୀମାନେ ପାଇଛନ୍ତି । ଆଗକୁ ବିକ୍ରି ପରିମାଣ ଆହୁରି ଅଧିକ ହେବାର ଆଶା କରାଯାଉଛି । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ଖଣି ଓ ଶିଳ୍ପ ବଢ଼ୁଥିବାରୁ ଚାଷ ଜମି ସଙ୍କୁଚିତ ହେବାରେ ଲାଗିଛି । ତଥାପି ସରକାରଙ୍କ ପ୍ରୋତ୍ସାହନ ତଥା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଫଳରେ ସମସ୍ତ ପ୍ରକାର କୃଷି ଉତ୍ପାଦନ ବୃଦ୍ଧି ପାଉଛି ବୋଲି ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି । ତେଣୁ ଆସନ୍ତା ବର୍ଷ ମାନଙ୍କରେ ଏଭଳି ପ୍ରଦର୍ଶନୀ ଆୟୋଜନ କରି ଚାଷୀଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ଯୋଜନା କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.