ETV Bharat / state

ରାଜ୍ୟରେ 'ସ୍ପର୍ଶ' ଯୋଜନା ଆରମ୍ଭ, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବାରେ ହେବ ସହାୟକ

author img

By

Published : Aug 16, 2023, 7:57 AM IST

ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟରେ ପ୍ରଥମ କରି ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି 'ସ୍ପର୍ଶ ' ଯୋଜନ । ଖାଲି ସେତିକି ନୁହେଁ ବଢୁଥିବ ମାନସିକ ରୋଗର ନିରାକରଣ ପାଇଁ କାର୍ଯ୍ୟକାରୀ ହୋଇଛି ଯୋଜନା 'ସମ୍ଭବ'। ଅଧିକ ପଢନ୍ତୁ

ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ସୁରକ୍ଷା ପାଇଁ  ଆରମ୍ଭ ହେଲା 'ସ୍ପର୍ଶ ' ଯୋଜନ

ଅନୁଗୋଳ: ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟରେ ସର୍ବ ପ୍ରଥମେ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି 'ସ୍ପର୍ଶ' ଯୋଜନା । ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ସବିଶେଷ ତଥ୍ୟ ରଖିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ଶକ୍ତି, ଶିଳ୍ପ ଓ MSME ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଗର୍ଭବତୀ ମହିଳା ଓ ତାଙ୍କ ଗର୍ଭସ୍ଥ ଶିଶୁଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ରଖିବା ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟ କରିବେ । ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଡାଟା ବେଶ ପ୍ରସ୍ତୁତ କରି ସେମାନଙ୍କ ସୁରକ୍ଷା ଓ ଗର୍ଭସ୍ଥ ଶିଶୁର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଏହି ସ୍ୱତନ୍ତ୍ର କୀଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ରହିଛି ଏକ ମୋବାଇଲ ଫୋନ, ଗ୍ଲୁକୋ ମିଟର,ରକ୍ତଚାପ ମାପକ ଯନ୍ତ୍ର, ଗର୍ଭସ୍ଥ ଶିଶୁର ହାର୍ଟବିଟକୁ ଜାଣିବା ଓ ତାର ବିକାଶ ସଠିକ ଭାବେ ହେଉଛି କି ନାହିଁ ତାର ତଦାରଖ କରିବା ଯନ୍ତ୍ରପାତି । ଏହାର ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ଅନଲାଇନ ମଧ୍ୟରେ ସବୁ ପ୍ରକାର ସୂଚନା ଏହି ଡିଜିଟାଲ ଡାଇଗୋନେଷ୍ଟିକ୍ ଡିଭାଇସ ମଧ୍ୟରେ ରଖାଯାଇ ପାରିବ ।

ଅଧିକ ପଢନ୍ତୁ: ବିଜେପି ସହ ମିଶି ନିର୍ବାଚନ ଜିତିବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ: ଶରତ

ଗତକାଲି(ମଙ୍ଗଳବାର) ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଜିଲ୍ଲାର 200 ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି କିଟ୍‌ ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ସୁଧାସୁଶେଖର ମିଶ୍ର JSPLର CSR ମୁଖ୍ୟ ପ୍ରଶାନ୍ତ ହୋତା ଓ CDMO ଯୋଗ ଦେଇ କିଭଳି 'ସ୍ପର୍ଶ' ର ସଫଳାତାର ସହ ମହିଳାମାନଙ୍କ ଠାରେ ପହଞ୍ଚା ଯାଇପାରିବ ସେ ନେଇ ନିଜର ମତ ରଖିଥିଲେ । କେବଳ ମହିଳାମାନଙ୍କ ପାଇଁ ନୁହେଁ ଜିଲ୍ଲାରେ ବଡୁଥିବା ମାନସିକ ରୋଗର ନିରାକାର ପାଇଁ ମଧ୍ୟ 'ସମ୍ଭବ' ନାମରେ ଆଉ ଏକ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି ।

କୋଭିଡ ପରେ ଏବେ ମାନସିକ ରୋଗ ମାତ୍ର ବଢି ଯାଇଥିବାରୁ କିଭଳି ତାର ନିରାକାର କରାଯାଇ ପାରିବ ସେ ନେଇ କାର୍ଯ୍ୟ କରିବ ସ୍ୱାସ୍ଥ୍ୟ ବିଭାଗ। ଅନୁଗୋଳ ଜିଲାରେ ପ୍ରଥମ କରି ଏହି ବ୍ୟବସ୍ଥାର ପ୍ରଚଳିନ କରାଯାଇଛି । ଏହି ଡିଭାଇସ ଦ୍ୱାରା ଅନ ଲାଇନରେ ସମସ୍ତ ତଥ୍ୟର ଡାଟାବେଶ ପ୍ରସ୍ତୁତ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ । ଯାହା ପାଇଁ JSPL ଫାଉଣ୍ଡେସନ ପ୍ରାୟ 3 କୋଟି ଟଙ୍କା ବ୍ୟୟ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.