ETV Bharat / state

ପୂର୍ବ ଶତ୍ରୁତାରୁ ଆକ୍ରମଣ, ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଖାଇଲା ଗୁଳି

ରାତି ଅଧରେ ଫୁଟିଲା ଗୁଳି। ଟାର୍ଗେଟରେ ଧରଣୀଧରଙ୍କ ସ୍ତ୍ରୀ। ଉଦ୍ଧାର ପାଇଁ ଯାଇ ସ୍ବାମୀ ଖାଇଲା ଗୁଳି। ଗୁରୁତର ଅବସ୍ଥାରେ ଡାକ୍ତର ଖାନରେ ଭର୍ତ୍ତି।ଅଧିକ ଖବର ପଢନ୍ତୁ...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ସ୍ତ୍ରୀ କୁ ବଞ୍ଚେଇବାକୁ ଯାଇ ସ୍ବାମୀ ଖାଇଲା ଗୁଳି
author img

By

Published : Nov 25, 2019, 2:09 PM IST

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଗୁଳିକାଣ୍ଡ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଁ ଦୁବୃର୍ତ୍ତଙ୍କ ଗୁଳି ମାଡରେ ଆହତ ସ୍ବାମୀ। ଗୁରୁତର ଅବସ୍ଥାରେ ସ୍ବାମୀ ଧରଣୀଧର ସାହୁଙ୍କୁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତାରୁ ଆକ୍ରମଣ, ସ୍ତ୍ରୀ କୁ ବଞ୍ଚେଇବାକୁ ଯାଇ ସ୍ବାମୀ ଖାଇଲା ଗୁଳି

ସୂଚନା ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାଟି ଘଟିଛି।ଧରଣୀଧରଙ୍କ ନିଜ ଘର ଠାରୁ ପ୍ରାୟ 5ଶହ ମିଟର ଦୂରରେ ତାଙ୍କ ଝିଅ ଘରେ ସ୍ତ୍ରୀ ତିଲୋତମା ଶୋଇଥିଲେ। ରାତି ପ୍ରାୟ 12ଟା ବେଳେ ଦୁଇଟି କାର ରେ 8/9 ଜଣବ୍ୟକ୍ତି ମାଉଜର ଓ ଭୁଜାଲି ଧରି ଆସି କବାଟ ବାଡେଇଥିଲେ। ତିଲୋତମା ଏହା ଦେଖି ଭୟଭୀତ ହୋଇ ଧରଣୀଧରକୁ ଫୋନ କରିଥିଲେ।

ଧରଣୀଧର ସେଠାରେ ପହଞ୍ଚିବା ପରେ ଜଣେ ମାଉଜର ଚଳାଇ ଥିଲା। ଫଳରେ ଗୁଳିଟି ଧରଣୀଧରଙ୍କ ଗୋଡ଼ରେ ବାଜିଥିଲା। ଆହତ ହେବା ପରେ ମଧ୍ୟ ଧରଣୀଧର ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ଏହାପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ।ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପୁର୍ବ ଶତ୍ରୁତାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Intro:ରାତି ଅଧରେ ଗୁଳି କାଣ୍ଡ । ସ୍ତ୍ରୀ କୁ ଆକ୍ରମଣ । ଉଦ୍ଧାର ପାଇଁ ଯାଇଥିବା ସ୍ୱାମୀ ଖାଇଲେ ଗୁଳି । ଗୁରୁତର ଅବସ୍ଥାରେ ଡାକ୍ତର ଖାନରେ ଭର୍ତି ।Body:ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଗୁଳିକାଣ୍ଡ। ଗୁଳି ମାଡରେ ଆହତ ଧରଣୀଧର ସାହୁଙ୍କୁ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଅଭିଯୁକ୍ତ ଫେରାର ହୋଇ ଯାଇଛି। ଧରଣୀଧରଙ୍କ ନିଜ ଘର ଠାରୁ ପ୍ରାୟ 5ଶହ ମିଟର ଦୂରରେ ତାଙ୍କ ଝିଅ ଘରେ ସ୍ତ୍ରୀ ତିଲୋତମା ଶୋଇଥିଲେ। ରାତି ପ୍ରାୟ 12ଟା ବେଳେ ଦୁଇଟି କାର ରେ 8/9 ଜଣ ମାଉଜର ଓ ଭୁଜାଲି ଧରି ଆସି କବାଟ ବାଡେଇଥିଲେ। ତିଲୋତମା ଏହା ଦେଖି ଭୟଭୀତ ହୋଇ ଧରଣୀଧର କୁ ଫୋନ କରିଥିଲେ। ଧରଣୀଧର ସେଠାରେ ପହଞ୍ଚିବା ମାତ୍ରେ ଜଣେ ମାଉଜର ଚଳାଇ ଥିଲା। ଫଳରେ ଗୁଳି ଗୋଡ଼ରେ ବାଜି ଥିଲା। ଆହତ ହେବା ପରେ ମଧ୍ୟ ଧରଣୀଧର ଜୀବନ ବଞ୍ଚାଇବାକୁ ଦୌଡ଼ି ଥିଲେ। ଏହାପରେ ଅଭିଯୁକ୍ତ ମାନେ ସେଠାରୁ ପଳାଇ ଥିଲେ।
ବାଇଟ1-ଧରଣୀଧର ସାହୁ (ଗୁଳି ମାଡରେ ଆହତ)
ବାଇଟ2-ତିଲୋତମା ସାହୁ (ଧରଣୀଧର ସ୍ତ୍ରୀ)Conclusion:ତେବେ ଗୁଳି ମାଡର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ ପୁର୍ବ ଶତ୍ରୁତାରୁ ଏଭଳି ହୋଇଥିବା ସନ୍ଦେହ କରା ଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.