ETV Bharat / state

ରୋଷେଇ ଘରେ ନିଆଁ ଲାଗି ଜଳିଗଲା 12 ବଖରା

author img

By

Published : Feb 23, 2020, 2:57 PM IST

ଅନୁଗୋଳରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 6 ପରିବାରର 12 ବଖରା ଘର । ଅଧିକ ପଢନ୍ତୁ...

aa
ରୋଷେଇ ଘରୁ ନିଆଁ ଲାଗି ଜଳିଗଲା 12 ବଖରା

ଅନୁଗୋଳ: ଜିଲ୍ଲାର କିଶୋରନଗର ବ୍ଲକ ନାକଚି ପଞ୍ଚାୟତ ଅନ୍ତର୍ଗତ ତକବା ଗାଁରେ ଭୟାବହ ଅଗ୍ନିକାଣ୍ଡ । ରୋଷେଇ ଘରୁ ନିଆଁ ଲାଗି ୩ ପରିବାରର ପ୍ରାୟ ୬ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ସମସ୍ତ ଜିନିଷପତ୍ର, ଲୁଗାପଟା ଓ ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ପଡିରହିଛନ୍ତି ଏହି ପରିବାର ।

ରୋଷେଇ ଘରୁ ନିଆଁ ଲାଗି ଜଳିଗଲା 12 ବଖରା

ସେହିପରି ଗତକାଲି(ଶନିବାର) ସନ୍ଧ୍ୟାରେ ମଧ୍ୟ ନାକଚି ପଞ୍ଚାୟତର ମୁଣ୍ଡାଆମ ଗାଁରେ ଗ୍ୟାସ ଚୁଲାରୁ ନିଆଁ ବାହାରି ୩ ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ଉଭୟ ଘଟଣାସ୍ଥଳକୁ ବାମୁରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଆଠମଲ୍ଲିକ ବିଧାୟକ ପହଞ୍ଚି ସରକାରୀ ଯୋଜନାରେ ଘର ଯୋଗାଇ ଦେବାକୁ ବିପନ୍ନ ପରିବାର ଗୁଡିକୁ ପ୍ରତିଶୃତି ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.