ETV Bharat / state

ବ୍ରାଉନସୁଗାର ବେପାର କରୁଥିଲେ ମହିଳା, ଗିରଫ କଲା ଅବକାରୀ ବିଭାଗ - ବ୍ରାଉନସୁଗାର ବେପାରୀ

ମହିଳାଙ୍କ ବ୍ରାଉନସୁଗାର କାରବାର । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ। ଅଧିକ ପଢନ୍ତୁ...

ମହିଳା ବ୍ରାଉନସୁଗାର ବେପାରୀ ଗିରଫ
ମହିଳା ବ୍ରାଉନସୁଗାର ବେପାରୀ ଗିରଫ
author img

By

Published : Aug 26, 2021, 11:29 AM IST

ଅନୁଗୋଳ: ବ୍ରାଉନସୁଗାର କାରବାରରେ ଲିପ୍ତ ମହିଳା । ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ। ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି ମହିଳା ଧଳାଜହର ବ୍ୟାବସାୟୀ । ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ନେଇ ଅବକାରୀ ଓ ପୋଲିସର ଚିନ୍ତା ବଢିଥିବା ବେଳେ ଏବେ ପୋଲିସ ପଞ୍ଝାରେ ଏହି ମହିଳା ବ୍ରାଉନସୁଗାର ବ୍ୟବସାୟୀ ଜଣଙ୍କ ।

ମହିଳା ବ୍ରାଉନସୁଗାର ବେପାରୀ ଗିରଫ

ଅବକାରୀ ବିଭାଗ ସୂଚନା ଅନୁସାରେ ଜିଲ୍ଲାର ନାଲକୋନଗର ଥାନା ଗିରାଙ୍ଗ ଅଞ୍ଚଳରେ କୁନି ସାହୁ ନାମକ ମହିଳା ବ୍ରାଉନସୁଗାର ବେପାର କରିଆସୁଥିଲେ ।ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗିରାଙ୍ଗ ତଳସାହିରେ ଚଢାଉ କରି କୁନି ସାହୁକୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ । ଏଥି ସହ ମହିଳାଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ନଗଦ ୩୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣା ପଡ଼ିଛି । ମହିଳା ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଚଢାଉରେ ଅତିରିକ୍ତ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ସମେତ ଅବକାରୀ ବିଭାଗର ଟିମ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.