ETV Bharat / state

ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାଁନ୍ତି ଚାଷୀ

author img

By

Published : Nov 30, 2019, 2:43 PM IST

ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁରେ ଜଳ ସେଚନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ଦୁଇଟି ଚେକ୍ ଡ୍ୟାମ ଭାଙ୍ଗିରୁଜି ଯିବାରୁ ଜଳସେଚନରେ ଦେଖାଦେଇଛି ନାନା ସମସ୍ୟା । ଯାହାକୁ ନେଇ ଚିନ୍ତାରେ ଚାଷୀ ।

WATER IRRIGATION
ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାନ୍ତି ଚାଷୀ

ଅନୁଗୋଳ: ଜଳସେଚନ ଅଭାବରୁ ଚାଷ ଜମି ପଡିଆ ପଡୁଥିବାବେଳେ ଏଠି ବ୍ୟବସ୍ଥା ଥାଇ ବି କାମରେ ଲାଗୁନି । ପାଣି କ୍ଷେତକୁ ଯିବା ବଦଳରେ ନାଳରେ ବହି ଯାଉଛି । ଫଳରେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଆମେ କହୁଛୁ ଅନୁଗୋଳ ଜିଲ୍ଲା ଜାମୁଣ୍ଡା ଗାଁର ଚାଷୀଙ୍କ କଥା ।

କଥାରେ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାର । ହେଲେ ଚାଷ କରି ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । ଜଳସେଚନ ସୁବିଧା ଥାଇ ବି ପାଣି ଟିକେ ପାଉନାହାଁନ୍ତି । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ । ଜଳ ସେଚନ ସୁବିଧା ପାଇଁ ଜାମୁଣ୍ଡାରେ ନଡକା ଓ ବିମିତ୍ରା ନାମରେ ନିର୍ମାଣ ହୋଇଥିଲା ଦୁଇ ଦୁଇଟି ଚେକ୍ ଡ୍ୟାମ । କାଳକ୍ରମେ ଏହି ଡ୍ୟାମ ଦୁଇଟି ଭାଙ୍ଗିରୁଜି ଯାଇଛି । ଫଳରେ ଯେଉଁ ଡ୍ୟାମରେ ପାଣି ରହି ଚାଷୀଙ୍କ ଜମିକୁ ଜଳସେଚିତ କରୁଥିଲା, ତାହା ଏବେ ନାଳରେ ବୋହିଯାଉଛି । ଯେଉଁଥିପାଇଁ ଜାମୁଣ୍ଡା ଓ କଲେଇପଡା ଚାଷୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।

ଜଳସେଚନ ସୁବିଧା ଅଛି କିନ୍ତୁ ପାଣି ପାଉନାହାନ୍ତି ଚାଷୀ

ଗତ 30 ବର୍ଷ ତଳେ ବିମିତ୍ରା ଚେକଡ୍ୟାମକୁ ନିର୍ମାଣ କରିଥିଲା ଏକ ବେସରକାରୀ ସଂସ୍ଥା । ରକ୍ଷଣାବେକ୍ଷଣା ଅଭାବରୁ ତାହା ଭାଙ୍ଗି ରୁଜି ଯିବାରୁ ଗାଁଲୋକେ ନିଜସ୍ବ ଉଦ୍ୟମରେ ଏହାକୁ ପୁନର୍ବାର ନିର୍ମାଣ କରିଥିଲେ । ହେଲେ ଗତ 3 ବର୍ଷ ହେବ ଡ୍ୟାମରେ ପାଣି ରହିବା ବଦଳରେ ନାଳରେ ବୋହି ଯାଉଛି । ଫଳରେ ଜଳସେଚନରେ ଦେଖାଦେଇଛି ସମସ୍ୟା । ଖୁବ ଶୀଘ୍ର ଏହାକୁ ମରାମତି ପାଇଁ ଦାବି ହୋଇଛି ।

ଲୋକଙ୍କ ସମସ୍ୟା ସମ୍ପର୍କରେ ଆମେ ଜଳସେଚନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲୁ । ହେଲେ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜଳସେଚନ ପାଇଁ ସରକାର ଙ୍କ ଚିନ୍ତା ବଢୁଥିବା ବେଳେ ଏଠି ବ୍ୟବସ୍ତା ଥାଇ ବି ଲୋକଙ୍କ କାମରେ ଲାଗୁନି ପାଣି । ମରାମତି ଅଭାବରୁ ଦୁଇ ଦୁଇ ଟି ନାଳ ରେ ନିର୍ମିତ ହୋଇଥିବା ଚେକ ଡ୍ୟାମ ଭାଙ୍ଗି ରୁଜି ଗଲାଣି । ଫଳରେ ଯେଉଁ ପାଣି ଯେଉଁ ଡ୍ୟାମ ରେ ପାଣି ରହି ଚାଷୀ ଙ୍କ ଜମି କୁ ଜଳସେଚିତ କରୁଥିଲା ତାହା ଏବେ ନାଳରେ ବହି ଯାଇଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲାର ବନ୍ତଳା ଅଞ୍ଚଳ ରେ ।

Body:ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଜାମୁଣ୍ଡା ଗାଁ । ଏହି ଗାଁ ଦେଇ ବହିଯାଇଥିବା ନାଳ ଉପରେ ନିର୍ମାଣ ହୋଇଥିଲା ଦୁଇ ଦୁଇଟି ଚେକ ଡ୍ୟାମ । ଗୋଟିଏ ନଡ଼କା ନାଳ ଉପରେ ନଡ଼କା ଓ ଅନ୍ୟଟି ବିମିତ୍ରା । ଯେଉଁ ଦୁଇ ଟି ରେ ପାଣି ଅଟକାଇ ଉପକୃତ ହୋଉଥିଲା ଥୁଲେ ଜାମୁଣ୍ଡା ଓ କଲେଇ ପଡା ଗାଁ ର ଚାଷୀ । ଏହି ଦୁଇ ଗାଁ ର ପ୍ରାୟ ଚାରି ଶହ ରୁ ପାଞ୍ଚ ଶହ ଏକର ଜମିରେ ଏହି ପାଣି ମାଡୁ ଥିଲା । ଫଳରେ ଏହି ଏଠାକାର ଚାଷୀ ଉଭୟ ଖରିବ ଓ ରବି ଫସଲ ସହ ପନିପରିବା ଚାଷ କରୁଥିଲେ । ହେଲେ ଗତ ତିନି ଚାରି ବର୍ଷ ହେବ ଏହି ଡ୍ୟାମ ଦୁଇଟି ଭାଙ୍ଗି ଯିବାରୁ ଆଉ ଚାଷୀ ଙ୍କ ଜମି କୁ ପାଣି ଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି ।
Byte- 1 ଶ୍ରୀକାନ୍ତ ସାହୁ , ଚାଷୀ ।
Byte - 2 ବଲବ ସାହୁ ଚାଷୀ ।
vo 2
ଚାଷୀ ଙ୍କ ଅଭିଯୋଗ ମୁତାବକ ପ୍ରାୟ ତିରି ବର୍ଷ ତଳୁ ଏକ ବେସରକାରୀ ସଂସ୍ଥା ଦ୍ୱରା ବିମିତ୍ରା ଡ୍ୟାମ ତିଆରି ହୋଇଥିଲେ । ମରାମତି ଅଭାବ ରୁ ତାହା ଭାଙ୍ଗି ଯିବାରୁ ଏଥିରେ ଆଉ ପାଣି ଅଟକୁ ନାହିଁ । ପ୍ରାୟ ସମାନ ସ୍ଥିତି ଉପୁଜିଛି ନଡ଼କା ଡ୍ୟାମ ପାଇଁ । ଏହାକୁ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ତିଆରି କରିଥିଲେ । ଏବେ ଏହା ପୁରୁଣା ହୋଇ ଯିବାରୁ ଏଥିରେ ମଧ୍ୟ ପାଣି ଅଟକୁ ନାହିଁ । ଫଳରେ ଚାଷୀ ଙ୍କ ଜମିରେ ପହଞ୍ଚୁ ନାହିଁ ପାଣି । ଯଦି ଏହାକୁ ପୁଣି ଥରେ ଉଦ୍ଧାର କରି ପୁନଃ ନିର୍ମାଣ କରାଯାଆନ୍ତା ତେବେ ଚାଷୀ ମାନେ ଲାଭ ପାଆନ୍ତେ ବୋଲି ଦାବି କରିଛନ୍ତି ।
Byte - 3 ରଞ୍ଜିତ ପ୍ରଧାନ , ଚାଷୀ
Byte- 4 ପ୍ରଦୀପ ପ୍ରଧାନ , ଚାଷୀ ।

Conclusion:ତେବେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆମେ ଜଳସେଚନ ବିଭଗ ର ଅଧିକାରୀ ଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲୁ । ହେଲେ କ୍ୟାମେରା ସାମ୍ନା ରେ କେହି କିଛି କହିବାକୁ ମନା କରିଛନ୍ତି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.