ETV Bharat / state

ଆମ୍ବ ଚାଷୀଙ୍କ ପାଇଁ ବଇରି ସାଜିଛନ୍ତି ଗଜରାଜ, ହାତୀ ଘଉଡାଇବାରେ ବନବିଭାଗ ବିଫଳ ! - elephant destroyed mango tree

ଅନୁଗୋଳ ବନଖଣ୍ଡର ଛେଣ୍ଡିପଦା ବନାଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ଯୋଗୁଁ ଆମ୍ବ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅଧିକ ପଢନ୍ତୁ

elephants in anugul
ଆମ୍ବ ଚାଷୀଙ୍କ ବଇରୀ ସାଜିଛନ୍ତି ଗଜରାଜ
author img

By

Published : Jun 22, 2022, 12:03 PM IST

ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରଵ ବୃଦ୍ଧି ପାଉଛି । କିଛି ଦିନ ହେଲା ପ୍ରତ୍ୟକ ଦିନ ୩୦ ରୁ ୪୦ ହାତୀ ଦଳବଧ ଭାବେ ଗାଁ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବିଶେଷ କରି ଶହ ଶହ ଏକର ଜମିରେ ଆମ୍ବ ଗଛ ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଉଛି । ବନ ବିଭାଗ ମଧ୍ୟ ହାତ ଟେକି ଦେଇଛି । ଆମ୍ବ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଆମ୍ବ ଚାଷୀଙ୍କ ବଇରୀ ସାଜିଛନ୍ତି ଗଜରାଜ

ଭୂଇଁରେ ଲୋଟୁଛି ଫଳନ୍ତି ଗଛ ସବୁ । ଏକର ଜମିରେ ଥିବା ଆମ୍ବ ଗଛ ସବୁ ଭାଙ୍ଗି ତଳେ ପଡିଛି । ହାତୀ ଏ ସବୁକୁ ଉଜାଡି ଦେଇଛି । ଯାହାକୁ ଦେଖି ଆମ୍ବ ଚାଷୀ ଚିନ୍ତାରେ । ଏ ଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲାର ଚେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁ ଆମ୍ବ ଚାଷୀଙ୍କର । ଯାହାଙ୍କର ଏକର ଏକର ଆମ୍ବ ବଗିଚାକୁ ଭାଙ୍ଗି ରୁଜି ନଷ୍ଟ କରିଦେଇଛନ୍ତି ହାତୀପଲ । ଆମ୍ବ ବିକ୍ରି କରିବା ଆଗରୁ ହାତୀପଲ ସବୁ ଉଜାଡ଼ି ଦେଇଛନ୍ତି । ପ୍ରାୟ ୩୦ ରୁ ୪୦ ହାତୀ ସବୁ ଆମ୍ବ ଚାଷୀଙ୍କ ବଗିଚାରେ ପଶି ସବୁକିଛି ନଷ୍ଟ ଭ୍ରଷ୍ଟ କରିଦେଇଛନ୍ତି । କେହି ଜଣେ ହେଲେ ଚାଷୀ ବଗିଚାରୁ ଗୋଟିଏ ବି ଆମ୍ବ ଘରକୁ ଆଣି ପାରିନାହାନ୍ତି । ଚାଷୀ ମାନେ ବନ ବିଭାଗକୁ ଖବର ଦେଉଛନ୍ତି । କିନ୍ତୁ ଏତେ ସଂଖ୍ୟାରେ ହାତୀକୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଛି ।

ଋଣ କରି ଦୁଇ ପଇସା ଲାଭ ପାଇବାକୁ ଆଶା ରଖିଥିବା ଚାଷୀଙ୍କ ଆଖିରୁ ଏବେ ଲୁହ ଶୁଖୁନି । ହାତୀପଲ କେବଳ ଆମ୍ବ କାହିଁକି କାଜୁ, କଦଳୀ ଓ ଅନ୍ୟାନ୍ୟ ପନିପରିବା ଫସଲ ଖାଇ ଦଳି ଚକଟି ନଷ୍ଟ କରି ଦେଉଛନ୍ତି । ଗୋଟିଏ ପଟେ ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଜୀବିକା ଉଜୁଡି ଯାଇଛି । ଅନ୍ୟ ପଟେ ହାତୀ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେଣୁ ଛେଣ୍ଡିପଦା ବନାଞ୍ଚଳର କଣଲୋଇ, ନୂଆଗାଁ, ପତ୍ରପଡା, ବସନ୍ତପୁର, ମାଛକୁଟା ସମେତ ବହୁ ଜଙ୍ଗଲ ସୀମାବର୍ତୀ ଗାଁ ଗୁଡିକରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫସଲ ନଷ୍ଟ ବାବଦକୁ ବନ ବିଭାଗ ପକ୍ଷରୁ ଉପଯୁକ୍ତ କ୍ଷତି ପୂରଣ ମଧ୍ୟ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି । ଏନେଇ ଛେଣ୍ଡିପଦା ରେଞ୍ଜ ଅଧିକାରୀ କହିଛନ୍ତି ହାତୀ ପଲ ଘଉଡାଇବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ କରାଯାଇଛି । ଯେତେବେଳେ ଖବର ଆସୁଛି ସ୍କୁୱାର୍ଡ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଉଛି ।

ହାତୀ ଉପଦ୍ରଵ ନିୟନ୍ତ୍ରଣ କରିବାକୁ ବନ ବିଭାଗ ଗଜବନ୍ଧୁ ଯୋଜନା କାର୍ଯ୍ୟକାରୀ କରୁଛି । ସ୍ୱତନ୍ତ୍ର ମୋବାଇଲ ଆପ ଜରିଆରେ ହାତୀ ଗତିବିଧି ସମ୍ପର୍କରେ ସୂଚନା ଦେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି । ଏଭଳି ଅନେକ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ହାତୀ ଉପଦ୍ରବକୁ ରୋକା ଯାଇ ପାରୁ ନଥିବା ବନ ବିଭାଗ ଓ ଅଞ୍ଚଳବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.