ଅନୁଗୋଳ: କେନ୍ଦ୍ର କୃଷି ଆଇନକୁ ବିରୋଧ । ପ୍ରତିବାଦ ଜଣାଇ 100 କିଲୋମିଟର ଚାଲି ପ୍ରତିବାଦ କଲେ ଅନୁଗୋଳର ଶତାଧିକ ଚାଷୀ । କେନ୍ଦ୍ର କୃଷି ଆଇନ ପରିବର୍ତ୍ତନ ସମେତ ଜିଲ୍ଲାରେ କୃଷି ପାଇଁ ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି । ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ ତଥା ଦିଲ୍ଲୀରେ ଆନ୍ଦୋଳନାରତ କୃଷକ ମାନଙ୍କୁ ସମର୍ଥନ କରି ଜିଲ୍ଲା ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ପଦଯାତ୍ରା କରାଯାଇଥିଲା।
କମିଟିର ଶତାଧିକ ସଦସ୍ୟ କିଶୋରନଗର ଠାରୁ ଗତ ୩ଦିନ ପୂର୍ବରୁ ପଦଯାତ୍ରାରେ ବାହାରି ଗାଁ ଗାଁରେ ରହି ଲୋକଙ୍କୁ ବୁଝାଇ ଥିଲେ। ଆଜି (ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ସେମାନଙ୍କୁ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସହଯୋଗ କରିଥିଲେ। ସଂଗଠନର ସଦସ୍ୟମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ ସଭାରେ ସହଯୋଗ କରିଥିଲେ। ଯଦି ଆଗାମୀ ଦିନରେ ଚାଷୀଙ୍କ ପ୍ରତି ଅବହେଳା କରାଯାଏ ତେବେ ଜିଲ୍ଲାରେ କୃଷି ଆନ୍ଦୋଳନ ବ୍ୟାପକ ହେବ ବୋଲି ସଂଗଠନ ଚେତାବନୀ ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ