ETV Bharat / state

କୌଳିକ ବେଉସା ହୋଇପାରେ ବଡ ବଜାର ! ଦରକାର ପ୍ରୋତ୍ସାହନ

ବୃତ୍ତି ଏ ମୋ ପୋଷେ କୁଟୁମ୍ବ । ଏହି ଉକ୍ତିକୁ ସତରେ ଚରିତାର୍ଥ କରି ଦେଖାଇଛନ୍ତି ଅନୁଗୋଳ ଜିଲ୍ଲାର ବଂରପାଳ ପଞ୍ଚାୟତ ବେଣାଗାଡିଆ ପଞ୍ଚାୟତ ଶିତିରା ସାହିର 40ରୁ ଉର୍ଦ୍ଧ୍ବ ପରିବାର । ତେବେ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁନଥିବାରୁ ବୁଡିବାକୁ ବସିଛି ଶହ ଶହ ବର୍ଷର ଏହି କୌଳିକ ବୃତ୍ତି ।

author img

By

Published : Jun 10, 2019, 7:18 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବଞ୍ଚିଛି ବୃତ୍ତି । ରହିଛି ପରମ୍ପରା । ହେଲେ ମିଳୁନି ପ୍ରୋତ୍ସାହନ । ଘରକୁ ଘର କରି ଗଢି ତୋଳିବାରେ ଏକ ବଡ ଅବଦାନ ରଖୁଥିବା ଏହି କୁଶଳୀ କାରଗର ଏବେ ସମସ୍ୟା ପାହାଡ ତଳେ । ପରିଶ୍ରମ ତୁଳନାରେ ମିଳୁନି ପାରିଶ୍ରମିକ । ଆଧୁନିକତାର ଚାଦର ତଳେ ଲୁଚିଯାଇଛି ପାରମ୍ପରିକ ଉପକରଣ । ବିପଦରେ ଭବିଷ୍ୟତ । ଅଭାବ ଅନଟନ ମଧ୍ୟରେ ଅନୁଗୋଳର ବଅଁରପାଳ ବ୍ଲକର ବେଣାଗାଡିଆ ପଞ୍ଚାୟତର ଶିତିରା ସାହିରେ ବସବାସ କରୁଥିବା ୪୦ ପରିବାର।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଯୁଗ ଯେତେ ଆଗକୁ ଗଲେବି ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଦରକାର ଘରକରଣା ଉପକରଣ । ନଡିଆ କୋରଣି ହେଉ କି କଖାରୁ କୋରଣା, ଖଡିକା ହେଉ କି ଚଟୁ ଏଭଳି ବିଭିନ୍ନ ସାମଗ୍ରୀ ବିନା ଅଧା ହାଣ୍ଡିଶାଳ । ହେଲେ ଏବେ ଦିନକୁ ଦିନ ବଜାରରେ ଏହାର ଚାହିଦା ହ୍ରାସ ପାଇବାକୁ ଲାଗିଛି । ନୂଆ ନୂଆ ଟେକନୋଲୋଜି ଯୋଗୁଁ ପୁରୁଣାକାଳିଆ ଘରକରଣା ଜିନିଷ ପ୍ରତି ମୁହଁ ଫେରାଉଛନ୍ତି ଲୋକେ । ଆଉ ବାକି ଯିଏ ଏହାକୁ କିଣନ୍ତି , ସେମାନେ ଉଚିତ ମୁଲ୍ୟ ଦେବାକୁ ଅମଙ୍ଗ । ଏଥିଯୋଗୁଁ ଏବେ ବିପଦ ଘେରରେ 400ରୁ ଉର୍ଦ୍ଧ୍ବ ଜୀବନ ।

ନିଜର କୌଳିକ ବୃତିକୁ ଜୀବିତ ରଖିବାକୁ ସଂଘର୍ଷ କରୁଛନ୍ତି ଏହି ଶିତିରା ସମ୍ପ୍ରଦାୟ । ହାତ ତିଆରି କରୁଥିବା ଘର କରଣା ଜିନିଷକୁ ବିଭିନ୍ନ ହାଟ , ବଜାର ଓ ମେଳାରେ ଏମାନେ ବିକ୍ରି କରନ୍ତି । ଅଦରକାରୀ ସାମଗ୍ରୀ ବିକ୍ରି କରୁଥିବା କବାଡି ଦୋକାନରୁ ଭଙ୍ଗା ଲୁହାକୁ ଓ ଟିଣ ପାତିଆ ସଂଗ୍ରହ କରି ନିଜ କୌଶଳରେ ଅନେକ ଆବଶ୍ୟକୀୟ ଜିନିଷ ତିଆରି କରୁଛନ୍ତି । ଯଦି ଏମାନଙ୍କୁ ଆଗକୁ କିଛି ସରକାରୀ ସହାୟତା ମିଳେ ତେବେ ଆଗକୁ ଏହି କୂଳ ବେଉସା ବଡ ବେପାର ଭାବେ ମୁଣ୍ଡ ଟେକିବ ବୋଲି କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.