ଅନୁଗୋଳ: ସହରସ୍ଥିତ ପଞ୍ଚମହଲାରେ ଏକ ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ଟିମ ଚଢ଼ାଉ କରିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ, ସ୍ପିରିଟ, ଠିପି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥିସହ କାରଖାନା ମାଲିକ ସୁଧାକର ମହାନ୍ତି ଗିରଫ ହୋଇଛନ୍ତି ।
ପଞ୍ଚମହଲାରେ ଦୀର୍ଘ ଦିନ ହେଲା ନକଲି ବିଦେଶୀ ମଦ କାରଖାନା ଚାଲିଥିଲା । ଖବର ପାଇ ଉପ ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ତତ୍ତ୍ବାବଧାନରେ ଏକ ଟିମ ସେଠାକୁ ଯାଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୩୦୪ ବୋତଲ ନକଲି ବିଦେଶୀ ମଦ, ୩୦ ଲିଟର ଦେଶୀ ମଦ, ୧୬୦ଟି ଖାଲି ବୋତଲ, ୧୪୦ଲିଟର ସ୍ପିରିଟ, ୩୫୦୦ଟି ଠିପି ସମେତ ବହୁ ସରଞ୍ଜାମ ଜବତ କରିଥିଲେ । ତେବେ ଅଭିଯୁକ୍ତ ଜଣକ ଏହି ନକଲି ମଦ ସାମଗ୍ରୀ କେଉଁଠୁ ଆଣୁଥିଲା ସେନେଇ ଅଧିକ ତଦନ୍ତ ଜାରି ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ