ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ପେଟକୁ ମିଳିଲା ଦାନା - ଅନୁଗୋଳ କିନ୍ନରକୁ ସହାୟତା

କୋରୋନା କଟକଣାରେ ବେସାହାରା ହୋଇଛନ୍ତି କିନ୍ନର । ଇଟିଭି ଭାରତରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ସ୍ବଚ୍ଛାସେବୀ ସଂଗଠନ। ଅଧିକ ପଢନ୍ତୁ...

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅପୋଷା ପେଟକୁ ମିଳିଲା ଦାନା

author img

By

Published : Jun 19, 2021, 9:23 PM IST

ଅନୁଗୋଳ: ପେଟକୁ ମିଳିଲା ଦାନା । ଇଟିଭି ଭାରତରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲା ସ୍ବଚ୍ଛାସେବୀ ସଂଗଠନ । ତାଲା ବନ୍ଦ ଯୋଗୁ ନିଜ ରୋଜଗାର ହରାଇ ଥିବା କିନ୍ନର ମାନକୁ ଯୋଗାଇ ଦିଆଯାଇଛି ମାସକର ରାସନ ଓ ଲୁଗା।

କୋରୋନା କଟକଣାରେ ବେସାହାରା ହୋଇଛନ୍ତି କିନ୍ନର । ବୁଡି ଯାଇଛି ସେମାନଙ୍କ ରୋଜଗାର ମାଧ୍ୟମ । ବିଭିନ୍ନ ଯାନୀ ଯାତରା ଓ ବିବାହ ଉତ୍ସବରେ ନାଚ ଗୀତ କରି ସେମାନେ ଦୁଇ ପଇସା ରୋଜଗାର କରୁଥିଲେ । ମାତ୍ର କଟକଣା ପାଇଁ ସବୁ ବନ୍ଦ ।

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅପୋଷା ପେଟକୁ ମିଳିଲା ଦାନା

ଘରେ ସେମାନଙ୍କର ଚୁଲି ଜଳୁନି । କିନ୍ନର ମାନେ ଏହିଭଳି ଦୁର୍ଦ୍ଦିନରେ ରହୁଥିବା ଖବର ଇଟିଭି ଭାରତରେ ପ୍ରସାରଣ ପରେ ଏବେ ସେମାନଙ୍କୁ ସହାୟତାର ହାତ ବଢାଇଛି ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ । ଏହି ଅନୁଷ୍ଠାନ ସେମାନଙ୍କୁ ଏକ ମାସର ରାସନ ସାମଗ୍ରୀ ସହ ଲୁଗା ଯୋଗାଇଛି ।

ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶଥପଥୀ ଯୋଗ ଦେଇ ସଂସ୍ଥାର ଟିମ ଲିଡ଼ର ସ୍ବପ୍ନାଶ୍ରୀ ଷଡଙ୍ଗୀଙ୍କ ଉପସ୍ଥିତିରେ କିନ୍ନରମାନକୁ ଏହି ସହାୟତା ପ୍ରଦାନ କରିଛନ୍ତି । ଦିଆଯାଇଥିବା ରାସନ କିଟରେ ଚାଉଳ ଠାରୁ ଆରମ୍ଭ କରି ପରିବା, ଡାଲି, ତେଲ ସାବୁନ ଆଦି ମଧ୍ୟ ଯୋଗାଇ ଦିଆଯାଇଛି ।

ଦୀର୍ଘ 2 ମାସ ହେବ ଦୁର୍ଦ୍ଦଶାରେ ରହୁଥିବା ଏହି କିନ୍ନରମାନଙ୍କୁ ଏହି ସହାୟତା ମିଳିଥିବାରୁ ସେମାନେ ଏଥିରେ ଏକ ମାସରୁ ଅଧିକ ଦିନ ଚଳି ପାରିବେ ବୋଲି କହିଛନ୍ତି । ଏହା ବ୍ୟତୀତ ସେମାନଙ୍କ ଅସୁବିଧା ସମ୍ପର୍କରେ ଖବର ପ୍ରସାରଣ କରିଥିବାରୁ ସେମାନେ ଏହି ସହାୟତା ପାଇଲେ ତେଣୁ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି କିନ୍ନରମାନେ । ଅନୁଗୋଳ ସହର ମଧ୍ୟରେ ଥିବା 65 ଜଣ କିନ୍ନରଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ କିନ୍ନରମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.