ଅନୁଗୋଳ: ଅନୁଗୋଳ ଜିଲାରେ ବଢିବାରେ ଲାଗିଛି ହାତୀ ଉପଦ୍ରବ। ପ୍ରତ୍ୟେକ ଦିନ ହାତୀ ଅନେକ ଚାଷୀଙ୍କ ଫସଲ ଉଜାଡୁଛନ୍ତି। ଚାଷୀ ଟଙ୍କା ଖର୍ଚ୍ଚ କରି ପରିଶ୍ରମ କରି ଫସଲ ଫଳାଉଥିବା ବେଳେ ହାତୀ ସେ ସବୁକୁ ଉଜାଡି ଦେଉଛନ୍ତି ।
ଜିଲ୍ଲାର ଅନୁଗୋଳ ବନଖଣ୍ଡ ରେ ସବୁଠାରୁ ଅଧିକ ହାତୀ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ଗତ ଦୁଇଦିନ ହେବେ ଚାରି ରୁ ପାଞ୍ଚଟି ହାତୀ ବନଖଣ୍ଡର ଅନୁଗୋଳ ରେଞ୍ଜ ପୁରୁଣା ଗଡ, ଚମ୍ପତ୍ତି ମୁଣ୍ଡା , ରଗୁଡିଆପଡା ଆଦି ଅନେକ ଗାଁରେ ଲଗାତାର ଉପଦ୍ରବ ଚଳାଇଛନ୍ତି । ଏହିସବୁ ଅଞ୍ଚଳର ଶହଶହ ଏକର ଚାଷ ଜମିକୁ ପୁରା ଉଜାଡି ଦେଲେଣି ହାତୀପଲ ।
ଚିନାବାଦାମ , ମକା ଠାରୁ ଆରମ୍ଭ କରି ସବୁ ପନିପରିବା ଫସଲକୁ ହାତୀ ଖାଇ ନଷ୍ଟ କରିଦେଉଛି । ଅନେକଙ୍କ ବିଲରେ ପଶି ହାତୀପଲ ଦଳି ସବୁ ନଷ୍ଟ କରିଦେଉଛନ୍ତି । ଏହାକୁ ନେଇ ଏବେ ଚିନ୍ତାରେ ଏହି ସବୁ ଗାଁର ଚାଷୀ ।
ଅନ୍ୟପଟେ ବନ ବିଭଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ହାତୀ ଘୋଡାଇବା ଦୂରର କଥା ଅଧିକାରୀଙ୍କ ଦେଖା ମଧ୍ୟ ମିଳୁନାହିଁ । ଯାହକୁ ନେଇ ଏବେ କ୍ଷତିଗ୍ରସ୍ତ ଚାଷୀକୂଳଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ତୁରନ୍ତ ସ୍ଥାନୀୟ ପ୍ରଶାସନ ଜଙ୍ଗଲ ବିଭାଗ ପଦକ୍ଷେପ ନେବାକୁ ଦାବି କରୁଛନ୍ତି ଚାଷୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ