ETV Bharat / state

ହାତୀ ପାଇଁ ହତାଶ ଚାଷୀ, ଘଉଡାଇବାରେ ବିଭାଗ ନାଚାର

ଅନୁଗୋଳ ଜିଲ୍ଲାରେ ଏବେ ଗାଁ ମୁହାଁ ହାତୀପଲ । ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବା ବେଳେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ସର୍ବସ୍ବ ହରାଇବାକୁ ବସିଛନ୍ତି । ଅନ୍ୟପଟେ ହାତୀକୁ ଘଉଡାଇବାରେ ବିଫଳ ବନ ବିଭାଗ । ଅଧିକ ପଢନ୍ତୁ

author img

By

Published : Oct 26, 2022, 10:26 PM IST

ଅନୁଗୋଳରେ ହାତୀ ପାଇଁ ହତାଶ ଚାଷୀ
ଅନୁଗୋଳରେ ହାତୀ ପାଇଁ ହତାଶ ଚାଷୀ

ଅନୁଗୋଳ: ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ (Elephant Heard create havoc in Angul) । ଚାଷୀଙ୍କ ପାଇଁ ଏବେ ବଇରୀ ସାଜିଛନ୍ତି ହାତୀପଲ । ଫଳରେ ହାତୀ ଓ ମଣିଷ ଲଢେଇ ଏବେ ଚରମ ସୀମାରେ ପହଞ୍ଚିଛି । ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବା ବେଳେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀ ସର୍ବସ୍ବ ହରାଇବାକୁ ବସିଛନ୍ତି । ଯେଉଁ ଫସଲ ବିକି ଚାଷୀ ତାର ସଂସାର ଚଲାଇଥାନ୍ତା, ତାକୁ ନଷ୍ଟ ଭ୍ରଷ୍ଟ କରିଦେଉଛି ହାତୀ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ ବିଭାଗ ମଧ୍ୟ ହାତୀପଲକୁ ଯୋଜନାବଦ୍ଧ ଭାବେ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।

ଅନୁଗୋଳରେ ହାତୀ ପାଇଁ ହତାଶ ଚାଷୀ

ଅନୁଗୋଳ ବନଖଣ୍ଡରେ ହାତୀପଲ ଏବେ ଗାଁ ମୁହାଁ। ଏହି ବନଖଣ୍ଡରେ ବନ୍ତଳା, ଅନୁଗୋଳ, ଛେଣ୍ଡିପଦା, କଣିହାଁ ଏବଂ ଜରପଡା ବନାଞ୍ଚଳ ରହିଛି। ଏହି ସବୁ ବନାଞ୍ଚଳରେ ପ୍ରାୟ ୧୧୦ଟି ଗାଁ ରହିଛି। କିଛି ବର୍ଷ ହେଲା ହାତୀପଲ ଏହି ସବୁ ଗାଁ ଗୁଡିକରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି। ବିଶେଷ କରି ଧାନ ଫସଲ ସମୟରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ସେହି ଚିରାଚରିତ ଢଙ୍ଗରେ ବାଣ ଫୁଟାଇ ଓ ନିଆଁ ଜାଳି ହାତୀ ଘଉଡ଼ାଉ ଥିବାରୁ ଅଭ୍ୟସ୍ତ ହୋଇ ଯାଇଥିବା ହାତୀ ଆଉ ମାନୁ ନାହାନ୍ତି। ଓଲଟା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡାଉଛନ୍ତି। ତେଣୁ ବନ କର୍ମଚାରୀ ମଧ୍ୟ ନିରୁପାୟ ହୋଇ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ଆସିବାକୁ ବାଧ୍ୟ ହେଉଛନ୍ତି।

ଏହା ମଧ୍ୟ ପଢନ୍ତୁ: ଅଭିଶପ୍ତ ଗାଁ: କିଡନୀ ରୋଗରେ ଗଲାଣି ୧୦ରୁ ଅଧିକ ମୁଣ୍ଡ, ବଢୁଛି ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା

ଅନ୍ୟ ପକ୍ଷରେ ହାତୀପଲ ଯାହା କ୍ଷତି କରୁଛନ୍ତି ସେହି ପରିମାଣର କ୍ଷତିପୂରଣ ରାଶି ମିଳୁ ନାହିଁ। ଯାହା ମିଳୁଛି ବହୁ ବିଳମ୍ବରେ ସମୁଦ୍ରକୁ ଶଙ୍ଖେ ସଦୃଶ। ଚାଷୀ କ୍ଷତି ସହି ନୟାନ୍ତ ହୋଇ ଗଲେଣି। ବନ ବିଭାଗର ଅପାରଗତା ଯୋଗୁଁ ଏବେ ହାତୀ ଉପରେ ନିଜର ଆକ୍ରୋଶ ଦେଖିବାକୁ ମିଳୁଛି। ପୂର୍ବରୁ ଏଭଳି ବହୁ ଉଦାହରଣ ରହିଛି । ବିଭିନ୍ନ ସମୟରେ ହାତୀକୁ ବିଦ୍ୟୁତ ତାର ବିଛାଇ ମରା ଯାଇଥିବା ଘଟଣା ଘଟିଛି । ବର୍ତମାନ ସମୟରେ ଯେଉଁଭଳି ଭାବେ ହାତୀ ଉପଦ୍ରଵ ବୃଦ୍ଧି ପାଇଛି ଫଳରେ ହାତୀମାନଙ୍କ ଜୀବନ ପ୍ରତି ବିପଦ ବଢି ଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ୧୩୯୭ ଏକର ଜମିରେ ହାତୀପଲ ଫସଲ ନଷ୍ଟ କରିଛନ୍ତି । ଏହି ବର୍ଷ ହାତୀ ଆକ୍ରମଣରେ ୬ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବିଭିନ୍ନ କାରଣରୁ ୫ରୁ ଅଧିକ ହାତୀଙ୍କର ମୃତ୍ୟୁ ମଧ୍ୟ ହୋଇଛି । ତେଣୁ ଏହି ଆର୍ଥିକ ବର୍ଷରେ ୬୨୪୮ଜଣ ବ୍ୟକ୍ତି କ୍ଷତିପୂରଣ ପାଇଁ ବନ ବିଭାଗ ନିକଟରେ ଆବେଦନ କରିଛନ୍ତି । ଅବେଦନକୁ ଭିତ୍ତି କରି ତଦନ୍ତ କରାଯିବା ପରେ ବନବିଭାଗ ତରଫରୁ ଫସଲ ନଷ୍ଟ ବାବଦ, ମୃତ୍ୟୁ, ଆହତ ଏବଂ ଘରଭଙ୍ଗା ବାବଦକୁ ମୋଟ ୨କୋଟି ୫ଲକ୍ଷ ୯୫ହଜାର ଟଙ୍କା କ୍ଷତିପୂରଣ ଦିଆ ଯାଇଛି । ଚଳିତ ବର୍ଷର ହିସାବକୁ ନିଆ ଯାଇ ନାହିଁ। ବିଗତ ବର୍ଷ ଠାରୁ କ୍ଷୟକ୍ଷତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଅନେକ କ୍ଷୁଦ୍ର ଚାଷୀ ଆବେଦନ କରୁ ନାହାନ୍ତି । ନଚେତ କ୍ଷୟକ୍ଷତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଏନେଇ ଅନୁଗୋଳ ଡିଏଫଓ(Angul DFO) କହିଛନ୍ତି, "ଅନୁଗୋଳ ବନାଞ୍ଚଳରେ ପ୍ରାୟ ୧୧୦ଟି ଗାଁ ରହିଛି । କିଛିଦିନ ହେଲା ହାତୀପଲ ଏହି ସବୁ ଗାଁ ଗୁଡିକରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି। ବନବିଭାଗ କର୍ମଚାରୀ ମଧ୍ୟ ହାତୀ ଘଉଡାଇବାରେ ଲାଗିଛନ୍ତି । ହାତୀଙ୍କ ଗତିବିଧି ଲକ୍ଷ୍ୟ କରି ବନ ବିଭାଗକୁ ସୂଚନା ଦିଆଯିବା ସହ ଲୋକଙ୍କୁ ହାତୀ ଉପସ୍ଥିତି ସମ୍ପର୍କରେ ସୂଚନା ଦିଆ ଯାଉଛି ।"

ତେବେ ସରକାର ଏବଂ ବନ ବିଭାଗ ମିଳିତଭାବେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କଲେ, ଲେକଙ୍କୁ ସଚେତନ ସହ ହାତୀ ଘଉଡାଇବା ପାଇଁ ଆଧୁନିକ ପଦ୍ଧତି ଆପଣାଇଲେ, ହାତୀ ମଣିଷ ଲଢେଇରେ ପଡିପାରେ ପୂର୍ଣ୍ଣଚ୍ଛେଦ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.