ETV Bharat / state

କରଡ଼ାସିଙ୍ଗ ଗାଁରେ ହାତୀ ଆତଙ୍କ, ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ - କରଡ଼ାସିଙ୍ଗ ଗାଁରେ ହାତୀ ଆତଙ୍କ

ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ କରଡ଼ାସିଙ୍ଗ ଗାଁରେ ହାତୀ ଆତଙ୍କ । ସଞ୍ଜ ନଇଁଲେ ବଣୁଆ ହାତୀପଲ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

elephant destroyed cultivation in anugul
କରଡ଼ାସିଙ୍ଗ ଗାଁରେ ହାତୀ ଆତଙ୍କ, ଫସଲ ନଷ୍ଟ କରୁଛନ୍ତି ବଣୁଆ ହାତୀ
author img

By

Published : Aug 13, 2022, 6:40 AM IST

ଅନୁଗୋଳ: ବନ୍ତଳା ରେଞ୍ଜ କରଡ଼ାସିଙ୍ଗ ଗାଁରେ ଚାଷୀଙ୍କ ଜୀବିକା ଛଡାଇ ନେଲେ ହାତୀ ପଲ । ଶହ ଶହ ଏକର ଜମିରେ ବାଇଗଣ ଫସଲ ଦଳି ଚକଟି ନଷ୍ଟ କରି ଦେଇଛନ୍ତି ହାତୀ । ବହୁ ପରିଶ୍ରମ କରି ଦୁଇ ପଇସା ପାଇବା ଆଶାରେ ଚାଷ କରିଥିବା ଚାଷୀଙ୍କ ଆଖିରୁ ଶୁଖୁନି ଲୁହ। ଧ୍ବସ୍ତ ବିଧ୍ବସ୍ତ ଫସଲ କିଆରୀକୁ ଦେଖି କୋହ ସମ୍ଭାଳି ପାରୁ ନାହାନ୍ତି ଚାଷୀ । କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଆବେଦନ କଲେ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ କହିଛି ।

କରଡ଼ାସିଙ୍ଗ ଗାଁରେ ହାତୀ ଆତଙ୍କ

ଗୋଟିଏ ପଟେ ସାତକୋଶିଆ ଅଭୟାରଣ୍ୟ ଓ ଅନ୍ୟ ପଟେ ଅନୁଗୋଳ ବନଖଣ୍ଡର ଘଞ୍ଚ ଜଙ୍ଗଲ ଓ ପାହାଡ଼ ମଝିରେ କରଡ଼ାସିଙ୍ଗ ଗାଁ। ଅଧିକାଂଶ ଲୋକଙ୍କର ମୁଖ୍ୟ ଜୀବିକା ଚାଷ। ବର୍ଷ ସାରା ଫସଲ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି । ହେଲେ ସେମାନଙ୍କ ଜୀବିକାରେ ବାଧକ ସାଜିଛନ୍ତି ବଣୁଆ ହାତୀପଲ। ଗତ କିଛି ଦିନ ହେଲା ସଞ୍ଜ ନହଉଣୁ ଗାଁ ଭିତରକୁ ହାତୀପଲ ପଶି ଆସୁଛନ୍ତି । ବର୍ତ୍ତମାନ ଶହ ଶହ ଏକର ଜମିରେ ବାଇଗଣ, ଲଙ୍କା, ଝୁଡଙ୍ଗ ଆଦି ପନିପରିବା ଚାଷ ହୋଇଛି । ହାତୀପଲ ଫସଲ ବାଡ଼ିରେ ପଶି ବ୍ୟାପକ ଦଳା ଚକଟା କରି ନଷ୍ଟ କରି ଦେଇଛନ୍ତି । ଅନେକ ଚାଷୀ ଥରୁଟିଏ ହେଲେ ପରିବା ବିକ୍ରି କରି ନାହାନ୍ତି । ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିବା ସହ ସାର ଔଷଧରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ତେଣୁ ହାତୀ ଦ୍ବାରା ଏଭଳି କ୍ଷୟକ୍ଷତି ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ଚାଷୀମାନେ ଅଭିଯୋଗ କରି କହିଛନ୍ତି, " ଏନେଇ ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ହାତୀ ଘଉଡ଼ାଇବା ଉଦ୍ଦେଶ୍ୟରେ ନିଆଁ ଜାଳିବା ସହ ବାଣଫୁଟା ଯାଉଛି । କିନ୍ତୁ ସେମାନେ ସ୍ଥାନ ଛାଡ଼ି ଯାଉନାହାନ୍ତି ।" ଯାହା ଫସଲ ନଷ୍ଟ ହେଉଛି ସେଥିରେ ପୁଣି ପରିବାର ନେଇ ଘର ଭିତରେ ରହିବାକୁ ଚାଷୀ ଭୟ କରୁଛନ୍ତି ।

ହାତୀପଲ ଗାଁ ଭିତରେ ପଶିବା ମାତ୍ରେ ବନ ବିଭାଗକୁ ଖବର ଦିଆଯାଉଛି। ହେଲେ କୌଣସି କର୍ମଚାରୀ ଆସୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଅନୁସାରେ ଉପଯୁକ୍ତ କ୍ଷତି ପୂରଣ ମିଳିବା କଥା। କିନ୍ତୁ ସେମାନେ ଆବେଦନ କରି ମଧ୍ୟ ଟଙ୍କାଟିଏ କ୍ଷତିପୂରଣ ଅର୍ଥ ପାଇନାହାନ୍ତି। ବନ ବିଭାଗ ହାତୀ ଘଉଡାଇବାକୁ ସେଭଳି କିଛି ପଦକ୍ଷେପ ନେଉନି। ଖାଲି ସେତିକି ନୁହେଁ ଗ୍ରାମରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି । ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇ ତାର ଟଣା ଯାଇଛି। ହେଲେ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ଲାଇଟ ଲଗାଇ ଆଲୁଅ ବ୍ୟବସ୍ଥା କରାଗଲେ ହୁଏତ ହାତୀପଲ ଗାଁ ଭିତରକୁ ଆସି ପାରନ୍ତେ ନାହିଁ ବୋଲି ଲୋକେ କହିଛନ୍ତି । କିନ୍ତୁ ତାହା ମଧ୍ୟ ହୋଇ ପାରିନାହିଁ। ସେପଟେ ବନ୍ତଳା ରେଞ୍ଜ ଅଧିକାରୀ କହିଛନ୍ତି ସେହି ଗାଁକୁ ବନ କର୍ମଚାରୀଙ୍କୁ ପଠାଯିବ। ସେମାନେ କ୍ଷୟକ୍ଷତି ଆକଳନ କରିବେ ଏବଂ ଚାଷୀମାନଙ୍କୁ ଆବେଦନ କରିବାକୁ କହିବେ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.