ETV Bharat / state

ଦନ୍ତା ହାତୀର ମୃତଦେହ ଉଦ୍ଧାର - elephant death in anugul

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ବାମୁର୍ ରେଞ୍ଜ ଅଧିନରେ ଥିବା କଦଳୀମୁଣ୍ଡା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହଠାତ ଆଖିବୁଜିଲା ଗଜରାଜ
ହଠାତ ଆଖିବୁଜିଲା ଗଜରାଜ
author img

By

Published : Oct 25, 2020, 10:37 PM IST

ଅନୁଗୋଳ: କିଶୋର ନଗର ବ୍ଲକ ବାମୁର୍ ରେଞ୍ଜ ଅଧିନରେ ଥିବା କଦଳୀମୁଣ୍ଡା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତହାତୀର ଆନୁମାନିକ ବୟସ ପ୍ରାୟ ୧୫ବର୍ଷ ହେବ ବୋଲି ଜଣାପଡିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ହଠାତ ଆଖିବୁଜିଲା ଗଜରାଜ

ନିକଟ ଗ୍ରାମବାସୀଙ୍କ କହିବାନୁଯାୟୀ ସକାଳ ପ୍ରାୟ ସାଢେ଼ ଦଶଟା ସମୟରେ ଉକ୍ତ ହାତୀଟି ଝୁଲିଝୁଲି ଧିର ଗତିରେ ଚାଲୁଥିଲା । ହଠାତ ଅପରାହ୍ନରେ ତାର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସେ ଅଞ୍ଚଳରେ ଅଧିକାଂଶ ଦିନ ବନ ବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀ ଘଉଡା ଯାଉଛି । ତେଣୁ ହାତୀ ଶରୀରରେ ଉଚ୍ଚ ଶକ୍ତି ସମ୍ପନ୍ନ ବାଣ ବାଜି ଏଭଳି ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.