ଅନୁଗୋଳ: ଆଜି ମଣ୍ଡପରେ ବିଜୟା ଦଶମୀ । ଏଥିପାଇଁ ଅନୁଗୋଳ ସହରର ସମସ୍ତ ପୂଜା ମଣ୍ଡପରେ ସମ୍ପନ୍ନ ହୋଇଛି ନୀତିକାନ୍ତି। କଟକଣା ମାନି ପୂଜା ପାଳିଛନ୍ତି କମିଟି କର୍ମକର୍ତ୍ତା । ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶେଷ ହେଇଛି ଦଶହରା ।
ଆଜି ହେଉଛି ଦେବୀ ଦୁର୍ଗାଙ୍କ ଧରାବତାର ପୂଜା ଉତ୍ସବର ଶେଷ ଦିବସ ଅର୍ଥାତ ବିଜୟା ଦଶମୀ । ଏଥିପାଇଁ ଅନୁଗୋଳ ସହର ଚାଲିଥିବ ସବୁ ପୂଜା ମଣ୍ଡପରେ ବିଜୟାଦଶମୀ ପାଳିତ ହୋଇଛି। ବଢି ଭୋରୁ ମା’ ଙ୍କ ପୂଜା ବିଧି ପାଳିତ ହୋଇଛି। ସକାଳର ସମସ୍ତ ନୀତିକାନ୍ତି ପରେ ବିସର୍ଜନ ପୂଜା ଓ ଅପରାଜିତା ପୂଜା କରାଯାଇଛି। ପୂଜକଙ୍କ ମନ୍ତ୍ର ଧ୍ବନୀରେ ମଣ୍ଡପ ପ୍ରକମ୍ପିତ ହୋଇଛି ।
ଚଳିତ ବର୍ଷ ସଂକ୍ରମଣ ଯୋଗୁଁ ମଣ୍ଡପରେ ମା’ଙ୍କ ଦର୍ଶନ କରିନ ପାରି ଭକ୍ତଙ୍କ ମନରେ ଦୁଃଖ ଅବଶେଷ ରହିଛି । କଟକଣାକୁ ମାନି ସବୁ ପୂଜା କମିଟି ପୂଜା ପାଳିଛନ୍ତି। ଏଥର ଅନୁଗୋଳ ସହରରେ 10 ରୁ ଅଧିକ ମଣ୍ଡପରେ ମା’ ଜଗତ ଜନନୀଙ୍କ ପୂଜା କରାଯାଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ