ETV Bharat / state

ଅଫିସରେ ନାହିଁ ଇଣ୍ଟରନେଟ ସୁବିଧା, ଗଛମୂଳେ ଚାଲିଛି ଡାକସେବା - ଡାକସେବା

ଅଫିସରେ ଇଣ୍ଟରନେଟ ସୁବିଧା ନଥିବାରୁ ଗଛମୂଳେ ଡାକସେବା ଯୋଗାଉଛନ୍ତି ଡାକ କର୍ମଚାରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡା ଅଞ୍ଚଳରେ । ଅଧିକ ପଢନ୍ତୁ

ଅଫିସରେ ନାହିଁ ଇଣ୍ଟରନେଟ ସୁବିଧା, ଗଛ ମୂଳେ ଚାଲିଛି ଡାକସେବା

author img

By

Published : Aug 28, 2022, 12:58 PM IST

ଅନୁଗୋଳ: ପୋଷ୍ଟ ଅଫିସରେ କାମ କରୁନାହିଁ ଇଣ୍ଟରନେଟ ସେବା । ଯେଉଁଠି ନେଟୱାର୍କ ଆସୁଛି ସେହି ସ୍ଥାନରେ ଲୋକଙ୍କୁ ଡାକସେବା ଯୋଗାଇ ଦିଆଯାଉଛି । ଅଫିସରେ ଇଣ୍ଟରନେଟ କାମ କରୁନଥିବାରୁ ଗଛମୂଳେ ଡାକସେବା ଯୋଗାଇ ଆସୁଛନ୍ତି ମହିଳା ଡାକ କର୍ମଚାରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ଅଞ୍ଚଳରେ ।

ଅଫିସରେ ନାହିଁ ଇଣ୍ଟରନେଟ ସୁବିଧା, ଗଛ ମୂଳେ ଚାଲିଛି ଡାକସେବା

ଗଛମୂଳେ ବସିଛନ୍ତି ସରକାରୀ ଡାକ ଅଧିକାରୀ । ମହାନଦୀ ପଠାରେ ଡାକସେବା ଯୋଗାଉଛନ୍ତି ଡାକ ଅଧିକାରୀ । ସାତକୋଶିଆବାସୀଙ୍କ ସାହାରା ପାଲଟିଛନ୍ତି ମହିଳା ସରକାରୀ କର୍ମଚାରୀ ପଦ୍ମିନୀ ଜେନା । ଗାଁରେ ବ୍ୟାଙ୍କିଙ୍ଗ ସେବା ସହିତ ବିଭିନ୍ନ ଡାକ ସମ୍ବନ୍ଧୀୟ ସେବା ଯୋଗାଇ ଦେଉଛନ୍ତି ପୋଷ୍ଟ ମାଷ୍ଟର ଦିଦି । ଗତ ୨ ବର୍ଷ ତଳେ ଟିକରପଡାରେ ପୋଷ୍ଟ ମାଷ୍ଟର ଭାବେ ପୋଷ୍ଟିଂ ପାଇଥିଲେ ସତ କିନ୍ତୁ ନେଟୱାର୍କ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଶେଷରେ ପୋଷ୍ଟମାଷ୍ଟର ଗଛମୂଳେ ଲୋକଙ୍କ ନିକଟରେ ସରକାରୀ ସେବା ଯୋଗାଇ ଆସୁଛନ୍ତି ।

ଏହା ବି ପଢନ୍ତୁ...ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ଭାରତ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଟିକରପଡ଼ାଏକ ପୋଷ୍ଟ ଅଫିସରେ ନେଟୱାର୍କ ନଥିବାରୁ ଲୋକଙ୍କ ସୁବିଧା ପାଇଁ ନଦୀପଠାରେ ବସି ଲୋକଙ୍କ ସମସ୍ୟା ବୁଝୁଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା । ଇଣ୍ଟରନେଟ ସେବା ନଥିବାରୁ ଗାଁ ନଦୀପଠାରେ ବସି ରହିଛନ୍ତି ପଦ୍ମିନୀ । ସାତକୋଶିଆ ଅଭୟାରଣ୍ୟରେ ନେଟୱାର୍କ ନାହିଁ। କିଛିଟା ଜାଗାରେ କେବେ କେମିତି ଟିକେ ନେଟୱାର୍କ ଆସେ । ସେହି ସମୟରେ ଲୋକେ କିପରି ଡାକ ସେବା ପାଇପାରିବେ ସେଥିପାଇଁ ପଦ୍ମିନୀ ପୋଷ୍ଟ ଅଫିସ ଛାଡି ନଦୀପଠା ଗଛମୂଳେ ବସି ଡାକସେବା ଯୋଗାଉଛନ୍ତି । ପୋଷ୍ଟ ଅଫିସର ଏ ସମସ୍ୟ ପ୍ରତି ପ୍ରଶାସନକୁ ଧ୍ୟାନ ଦେବା ଜୁରୁରୀ ହୋଇପଡିଛି । ତୁରନ୍ତ ଏ ସମସ୍ୟାର ସମାଧାନ ହୋଇପାରିଲେ ଲୋକଙ୍କୁ ଡାକସେବା ଯୋଗାଇ ଦେବା ସହଜ ହୋଇପାରନ୍ତା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.