ETV Bharat / state

ଅନୁଗୋଳରେ କମିଛି ବୃଷ୍ଟିପାତ ହାର, ମରୁଡି ଆଶଙ୍କାରେ ଚାଷୀ - rainfall decrease

ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ । ଜୁଲାଇ ମାସ ଶେଷ ସପ୍ତାହ ବେଳକୁ ହାରାହାରି ବୃଷ୍ଟିପାତ ୩୪୭ମିଲିମିଟର ହେବା ଆବଶ୍ୟକ। କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୨୩୧ ମିଲିମିଟର ବର୍ଷା ହୋଇଛି।

ଅନୁଗୋଳରେ କମିଛି ବୃଷ୍ଟିପାତ ହାର, ମରୁଡି ଆଶଙ୍କାରେ ଚାଷୀ

author img

By

Published : Jul 31, 2020, 10:28 AM IST

ଅନୁଗୋଳ: ଜିଲ୍ଲାରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଆଶଙ୍କା କରୁଛନ୍ତି ଚାଷୀ। ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ବର୍ଷା ନାହିଁ। ଧାନ ତଳି ପୋଡି ଗଲାଣି। ଜମି ଫାଟି ଆଁ କଲାଣି। ତେଣୁ ଚଳିତ ବର୍ଷ ଖରିଫ ଧାନ ଫସଲ ହୋଇ ପାରିବକି ନାହିଁ ସେହି ଚିନ୍ତାରେ ପଡିଛନ୍ତି ଚାଷୀ।

ଅନୁଗୋଳରେ କମିଛି ବୃଷ୍ଟିପାତ ହାର, ମରୁଡି ଆଶଙ୍କାରେ ଚାଷୀ

ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ । ଜୁଲାଇ ମାସ ଶେଷ ସପ୍ତାହ ବେଳକୁ ହାରାହାରି ବୃଷ୍ଟିପାତ ୩୪୭ ମିଲିମିଟର ହେବା ଆବଶ୍ୟକ। କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୨୩୧ ମିଲିମିଟର ବର୍ଷା ହୋଇଛି। ତାହା ପୁଣି କିଛି କିଛି ଦିନ ବ୍ୟବଧାନରେ ହୋଇ ଥିବାରୁ ଜମିରେ ପାଣି ନାହିଁ। ତେଣୁ ଧାନ ଚାଷ ଉପରେ ଏହାର ଘୋର ପ୍ରଭାବ ପଡିଛି। ଧାନ ତଳି ସବୁ ପାଚି ହଳଦିଆ ରଙ୍ଗ ପଡ଼ିଗଲାଣି। ଯେଉଁ ଜମିରେ ଧାନ ରୁଆ ଯିବା କଥା ସେହି ଜମି ସବୁ ଫାଟି ଆଁ କଲାଣି। କିଛି ଚାଷୀ ଧାନ ରୁଆ ସାରିଥିଲେ ମଧ୍ୟ ସେ ଜମିରେ ବି ଧାନ ଗଛ ପୋଡି ଯାଇଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନହେଲେ ଆଉ ଆଦୌ ଧାନ ଫସଲ ହୋଇ ପାରିବ ନାହିଁ। ଜିଲ୍ଲାର ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପରିସ୍ଥିତି ଅତି ଜଟିଳ ହୋଇ ପଡିଛି। ଅନ୍ୟ ବ୍ଲକ ଗୁଡିକରେ ଏବେ ମାଟି ସାମାନ୍ୟ ଓଦା ରହିଥିବାରୁ ଆଉ କିଛିଦିନ ଗଛ ବଞ୍ଚି ଯିବାର ଆଶା ରହିଛି। ତେବେ ଏହି ସମୟରେ ରୁଆ ରୁଇ ଶେଷ ହେବା କଥା। ଧାନ ବିଲରେ ଅଣ୍ଠୁଏ ପାଣି ରହିବା କଥା। କିନ୍ତୁ ଜମି ଗୁଡିକ ପଡିଆ ପଡିଛି। ଗାଈ ଗୋରୁ ଚରୁଛନ୍ତି।

drought like situation in angul district
ଜୁଲାଇ ସରିଲା ବର୍ଷାର ନାହିଁ ଦେଖା, ମରୁଡି ଆଶଙ୍କାରେ ଅନୁଗୋଳ ଚାଷୀ

ଚାଷୀମାନେ ବହୁ ଖର୍ଚ୍ଚ କରି ବିହନ କିଣିଥିଲେ। ପରିଶ୍ରମ କରି ଜମିକୁ ହଳ କରିଥିଲେ। ଆଶା ଥିଲା ଏବର୍ଷ ଭଲ ଫସଲ ହେବ। କିନ୍ତୁ ବର୍ଷା ନହୋଇ ସବୁ କିଛି ବିଗିଡିଯାଇଛି। ବର୍ଷ ସାରା ଚାଷୀ କେମିତି ଚଳିବେ ଓ କ'ଣ ଖାଇବେ ସେହି ଚିନ୍ତାରେ ଚାଷୀ ସମାଜ। ଚାଷୀଙ୍କ କହିବା କଥା ହେଲା ଆଗକୁ ଆଉ ବର୍ଷା ହେଲେ ମଧ୍ୟ ବହୁ ଜମିରେ ଧାନ ଫସଲ ହୋଇ ପାରିବ ନାହିଁ। କାରଣ ତଳି ସବୁ ନଷ୍ଟ ହୋଇ ଯାଇଥିବାରୁ ଆଉ ରୁଆ ଯାଇ ପାରିବ ନାହିଁ। ଏବର୍ଷ ମରୁଡି ହେବା ସୁନିଶ୍ଚିତ ବୋଲି ଚାଷୀ ଆକଳନ କରି ସାରିଲେଣି। ଅଣ ଜଳସେଚିତ ଜମିର ଅବସ୍ଥା ଏମିତି। ଜଳ ସେଚିତ ଜମିର କଥା ମଧ୍ୟ ନକହିବା ଭଲ। କୌଣସି ପୋଖରୀ ଓ ନାଳରେ ପାଣି ନଥିବାରୁ ଜମିରେ ପାଣି ମାଡ଼ି ପାରୁ ନାହିଁ। ତେଣୁ ସବୁ ଜମି ଶୁଖି ଗଲାଣି। ଚାଷୀମାନେ ସମ୍ଭାବ୍ୟ ମରୁଡି ଆଶଙ୍କା କରୁଥିଲେ ମଧ୍ୟ କୃଷି ବିଭାଗ ଉପନିର୍ଦ୍ଦେଶକ କହିବା କଥା ବର୍ତ୍ତମାନ ବର୍ଷା କମ ରହିଛି। କିନ୍ତୁ ପରିସ୍ଥିତି ସେମିତି କିଛି ଜଟିଳ ହୋଇ ନାହିଁ। ଆଗାମୀ ୫/୬ଦିନ ଭିତରେ ବର୍ଷା ନହେଲେ ନିଶ୍ଚିତ ଭାବେ ପ୍ରଭାବ ପଡିବ।

ଜିଲ୍ଲାରେ ଚଳିତ ବର୍ଷ ମୋଟ ୮୭,୦୫୦ ହେକ୍ଟର ଜମିରେ ଧାନ ଚାଷ କରା ଯାଇଛି। ସେଥି ମଧ୍ୟରୁ ଶତକଡା ୪୩ଭାଗ ଅଣ ଜଳସେଚିତ ଜମି। ତେଣୁ ଆବଶ୍ୟକ ବର୍ଷା ନହେଲେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ଉଜୁଡି ଯିବା ଆଶଙ୍କା ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.