ETV Bharat / state

୭ ପଞ୍ଚାୟତରେ ସ୍ଵପ୍ନ ପାଲଟିଛି ନେଟୱର୍କ

author img

By

Published : Oct 13, 2020, 7:04 PM IST

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ୭ଟି ପଞ୍ଚାୟତରେ ନା ଅଛି ମୋବାଇଲ ସେବା ନା ଅଛି ଇଣ୍ଟରନେଟ ସୁବିଧା। ଆଜିର ଯୁଗରେ ଇଣ୍ଟରନେଟ ବିନା ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ କୌଣସି ସରକାରୀ କାମ ସୁବିଧାରେ ହୋଇ ପାରୁ ନାହିଁ। କହିବାକୁ ଗଲେ ସରକାରୀ ନାରା 'ଡିଜିଟାଲ ଇଣ୍ଡିଆ' ଏମାନଙ୍କ ପାଇଁ କେବଳ ନାଁ କୁ । ଅଧିକ ପଢନ୍ତୁ...

୭ ପଞ୍ଚାୟତରେ ସ୍ଵପ୍ନ ପାଲଟିଛି ନେଟୱର୍କ
digital india scheme failure in anugul satkosia

ଅନୁଗୋଳ: ଡିଜିଟାଲ ଇଣ୍ଡିଆ କେବଳ ଏମାନଙ୍କ ପାଇଁ ସ୍ୱପ୍ନ। ଯେଉଁଠି ମୋବାଇଲ ଫୋନରେ କଥା ହେବା ସମ୍ଭବ ନୁହେଁ ସେଇଠି ଇଣ୍ଟରନେଟ ସୁବିଧା କଣ ତାହାବା ଜାଣିବ କିଏ । ସେଠାରେ ଡିଜିଟାଲ କଥା ବା କିଏ ବୁଝିବ । ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ୭ଟି ପଞ୍ଚାୟତରେ ନା ଅଛି ମୋବାଇଲ ସେବା ନା ଅଛି ଇଣ୍ଟରନେଟ ସୁବିଧା। ଆଜିର ଯୁଗରେ ଇଣ୍ଟରନେଟ ବିନା ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ କୌଣସି ସରକାରୀ କାମ ସୁବିଧାରେ ହୋଇ ପାରୁ ନାହିଁ। କହିବାକୁ ଗଲେ ସରକାରୀ ନାରା 'ଡିଜିଟାଲ ଇଣ୍ଡିଆ' ଏମାନଙ୍କ ପାଇଁ କେବଳ ନାଁ କୁ ...

୭ ପଞ୍ଚାୟତରେ ସ୍ଵପ୍ନ ପାଲଟିଛି ନେଟୱର୍କ
'ଡିଜିଟାଲ ଇଣ୍ଡିଆ । ସମସ୍ତଙ୍କ ପାଖରେ ରହିବ ଇଣ୍ଟରନେଟ ସୁବିଧା । ସବୁକାମ ହେବ ଅନ ଲାଇନରେ । ସେ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ସବୁ ଲୋକ ପାଇବେ ଇଣ୍ଟରନେଟ । ଏଥିପାଇଁ ସରକାର କେତେକଣ ଯୋଜନା କରିଛନ୍ତି । ଲୋକଙ୍କୁ ଇଣ୍ଟରନେଟର ସୁବିଧା ଯୋଗାଇବା ପାଇଁ ଉଭୟ ସରକରୀ ଓ ବେସରକାରୀ କମ୍ପାନୀ ମାନେ କାର୍ଯ୍ୟ କରୁଛନ୍ତି । ହେଲେ ଅନୁଗୋଳ ଭଳି ଶିଳ୍ପ ସମୃଦ୍ଧ ଜିଲାରେ ଲୋକେ ଆଜି ବି ମୋବାଇଲ ନେଟୱର୍କର ସେବା ପାଇବାରୁ ବଞ୍ଚତି ଅଛନ୍ତି । ସାତକୋଶିଆ ଅଭୟାରଣ୍ୟ ଭିତରେ ଓ ପାରିପାର୍ଶ୍ୱରେ ରିଥିବା ଟିକରପଡା, ପୁରୁଣାକୋଟ, ଜଗନାଥପୁର ଓ ବଳଙ୍ଗ ପରି ପ୍ରାୟ ୭ଟି ପଞ୍ଚାୟତରେ ଥିବା ୪୦ରୁ ଅଧିକ ଗାଁର ଲୋକଙ୍କ ପାଇଁ ମୋବାଇଲ ସେବା ସ୍ୱପ୍ନ ପାଲଟିଛି । ଯେଉଁ ଗାଁରେ ମୋବାଇଲର ନେଟୱର୍କ ନାହିଁ ସେଠି ଇଣ୍ଟରନେଟ କଥା ପଚାରେ କିଏ । । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଇଣ୍ଟରନେଟ ସୁବିଧା ନଥିବାରୁ ପିଲାମାନେ ଅନ ଲାଇନ ପାଠ ପଢି ପାରୁ ନାହାଁନ୍ତି। ପାଠ ପଢା ପାଇଁ ଛାତ୍ରଛାତ୍ରୀ ମୋବାଇଲ ଫୋନ କିଣି ରଖିଛନ୍ତି ହେଲେ ତାର ଉପଯୋଗ କରିପାରୁ ନାହାନ୍ତି । ଏହା ଛଡା ଅସୁବିଧା ସମୟରେ ଦମକଳ କିମ୍ବା ଆମ୍ବୁଲାନ୍ସକୁ ଖବର ଦେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଏଠାକାର ଲୋକେ । ଏହି ନେଟୱର୍କ ଅପହଞ୍ଚ ଇଲାକାରେ ସରକାରୀ କାମ ସବୁ ହେବାରେ ବିଲମ୍ଭ ହେଉଛି । ବିଏସଏନଏଲ ତରଫରୁ ପୁରୁଣାକୋଟ ଓ ଜଗନାଥପୁରରେ ଟାୱାର ନିର୍ମାଣ କରାଯାଇଛି। କିନ୍ତୁ ଲୋକକେ ସେଥିରୁ ସୁବିଧା ପାଇ ପାରୁ ନାହାଁନ୍ତି ।

ଏହାଛଡା ଟିକରପଡା, ପୁରୁଣାକୋଟ ଓ ଜଗନାଥପୁର ଠାରେ ବେସରକାରୀ ସଂସ୍ଥା ପକ୍ଷରୁ ୬ରୁ ଅଧିକ ଟାୱାର ନିର୍ମାଣ ହୋଇଛି। କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ ନଷ୍ଟ ହେବାକୁ ବସିଲାଣି। ଇଣ୍ଟରନେଟ ସୁବିଧା ପାଇବା ପାଇଁ ଅଞ୍ଚଳବାସୀ ଚାତକ ପରି ଚାହିଁ ବସିଛନ୍ତି। ଏନେଇ ଅଞ୍ଚଳ ଲୋକେ ଅନେକ ଦାବି ଆପତି କରିଛନ୍ତି , କିନ୍ତୁ କେହି ତାଙ୍କ କଥା ଶୁଣି ନାହାନ୍ତି । ଏନେଇ ଆମେ ବିଏସଏନଏଲ ଏସଡିଓ ଯୋଗାଯୋଗ କରିଥିଲୁ ତାଙ୍କ କହିବା କଥା ପୂର୍ବରୁ ୩ଟି ଟାୱାର ନିର୍ମାଣ କରାଯାଇଥିଲା। ଏବେ ସରକାରଙ୍କ ସେମିତି କିଛି ନୂଆ ଯୋଜନା ନାହିଁ । ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ ବିନା କୌଣସି କ୍ଷେତ୍ରରେ ଉନ୍ନତି ଅସମ୍ଭବ। ତେଣୁ ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ସରକାର ଏଠାକାର ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ତାକୁ ହିଁ ଅପେକ୍ଷା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.