ETV Bharat / state

ଅନୁଗୋଳ ଲଜ୍ଜ୍ୟା: ଘଟଣାସ୍ଥଳରେ ପହଞ୍ଚିଲେ ଡିଆଇଜି ଓ ଏସପି - Attempt of murder after rape

8 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଡିଆଇଜି ଓ ଏସପି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 21, 2019, 2:50 PM IST

ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଡିଆଇଜି ନରସିଂହ ଭୋଳ ଓ ଏସପି ମିତ୍ରଭାନୁ ମହାପାତ୍ର । ଯାଯାବର ବସ୍ତି ଅଞ୍ଚଳ ପରିଦର୍ଶନ କରିବା ସହିତ ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚୁରା ଜାରି ରଖିଛି ପୋଲିସ । ସେପଟେ ନାବାଳିକାଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାବେଳେ ତିନିଜଣିଆ ଡାକ୍ତରୀ ଦଳ ନାବାଳିକାର ଚିକିତ୍ସା କରୁଛନ୍ତି ।

ଭିଡ଼ିଓ ସୌଜନ୍ୟା: ସମ୍ବାଦଦାତା, ଅନୁଗୋଳ

ସେପଟେ ଘଟଣା ଘଟିବାର ବହୁ ସମୟରେ ପରେ ପୋଲିସ ତଦନ୍ତ ଭାର ନେଇଥିବାବେଳେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ଏହି ଯାଯାବର ପରିବାର ନାଗପୁର ଅଞ୍ଚଳର ହୋଇଥିବାରୁ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଜରି ଗୋଟାଇ ଜୀବନ ବିତାଉଥିବା ଜଣେ ନାବାଳିକାକୁ ଶୋଇଥିବା ଅବସ୍ଥାରେ ତା ମାଆ ପାଖରୁ ଉଠାଇନଥଲେ ଦୁର୍ବୃତ୍ତ । ଦୁଷ୍କର୍ମ ପରେ ଧାରୁଆ ଛୁରୀରେ ଆକ୍ରମଣ କରିବା ସହ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୂର୍ମୁଷ ଅବସ୍ଥାରେ ଡ୍ରେନରୁ ପୀଡିତାକୁ ସମ୍ପର୍କୀୟ ଲୋକେ ଉଦ୍ଧାର କରିବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Anchor
ଅନୁଗୋଳ ରେ ଲଜ୍ୟା । ଜଣେ ଆଠ ବର୍ଷର ନାବାଳିକାକୁ ପରିବାର ଲୋକଙ୍କ ପାଖରୁ ଟେକିନେଇ ଦୁସ୍କର୍ମ ପରେ ହତ୍ୟା ଉଦ୍ୟମ ପରି ନାରକୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ଏକ ଅଳିଆ ଗଦାରେ ପକାଇ ଦେଇ ଦୃବୃର୍ତ୍ତ ଫେରାର । ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଲେ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।Body:Vo - 1
ଅନୁଗୋଳ ସହରରେ ରୋହୁଥିବା କିଛି ଯାଯାବର ଶ୍ରେଣୀର ପରିବାର ବସଷ୍ଟାଣ୍ଡ ନିକଟସ୍ଥ ଦୋକାନ ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ପରିବାର ଲୋକେ ନିଦରେ ଶୋଇଥିବା ବେଳେ ନାବାଳିକାକୁ ଟେକି ନେଇଥିଲେ । ନିଦରରେ ଶୋଇଥିବାରୁ କେହି ଜାଣି ପାରି ନଥିଲେ । ତେବେ ସକାଳୁ ଉଠି ଦେଖିଲା ବେଳକୁ ନାବାଳିକା ତାଙ୍କ ପାଖରେ ନଥିଲା । ସମସ୍ତେ ମିଶି ବହୁ ଖୋଜାଖୋଜି କରିଥିଲେ । ସେମାନେ ଶୋଇଥିବା ସ୍ଥାନଠାରୁ ପ୍ରାୟ 5ଶହ ମିଟର ଦୁର ଆହାର କେନ୍ଦ୍ର ପଛପଟ ଅଳିଆ ଗଦାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତୁରନ୍ତ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ । ବର୍ତ୍ତମାନ ସୁଦ୍ଧା ନାବାଳିକାର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଦୁବୃର୍ତ୍ତ ଧାରୁଆ ଛୁରୀରେ ଆକ୍ରମଣ କରିଥିବା ଜଣା ପଡ଼ିଛି । ଏ ନେଇ ଡାକ୍ତରଖାନା ପକ୍ଷରୁ ତୁରନ୍ତ ପୋଲିସକୁ ସୁଚନା ଦିଆ ଯାଇଥିଲା । କିନ୍ତୁ ବହୁ ବିଳମ୍ବରେ ପୋଲିସ ପହଞ୍ଚି ପିଡ଼ୀତାର ସମ୍ପର୍କିୟ ମାନଙ୍କ ବୟାନ ରେକର୍ଡ଼ କରିଛି ।
Byte - 1 ଦେବାଶିଷ ପଟ୍ଟନାୟକ, ଅଧ୍ୟକ୍ଷ, ଜିଲା ଶିଶୁ ମଙ୍ଗଳ କମିଟି
Byte - 2 ପର୍ଶୁରାମ ଦାଶ, ସହରବାସୀ
Vo - 2
ଘଟଣା ଜଣା ପଡ଼ିବା ପରେ ପ୍ରଥମେ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରଣ ପରେ ଚିହିଙ୍କି ଉଠିଥିଲା ପୋଲିସ । ଉତ୍ତର କେନ୍ଦ୍ରାଞ୍ଚଳ DIG ନରସିଂହ ଭୋଳ ଓ SP ମିତ୍ରଭାନୁ ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି । ଉଭୟ ଯାଯାବର ବସ୍ତିକୁ ଯାଇ ଲୋକଙ୍କୁ ପଚରା ଉଚରା କରିଛନ୍ତି । ସନ୍ଦେହ ରେ କିଛି ଲୋକଙ୍କୁ ପୋଲିସ ଉଠାଇ ନେଇ ପଚରା ଉଚରା କରୁଛି । ପୁରା ଘଟଣା ରେ ଯାଯାବର ମାନେ ନାଗପୁର ଅଞ୍ଚଳ ର ହୋଇଥିବାରୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଘଟଣା ର ତଦନ୍ତ ଭାର SP ଙ୍କୁ ଦିଆଯାଇଥିବା DIG ସୂଚନା ଦେଇଛନ୍ତି । ସେପଟେ ନା ବାଳିକା ଟିର ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି । ତିନିଜଣିଆ ଡାକ୍ତରୀ ଦଳ ନା ବାଳିକାର ଚିକିତ୍ସା କରୁଛନ୍ତି ।
Byte - 3 ନରସିଂହ ଭୋଳ, DIG ଉତ୍ତରକେନ୍ଦ୍ରାଞ୍ଚଳ Conclusion:Final Vo -
ସହରର ବସଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଘଟଣା । ଏହା ଯେତିକି ଲଜ୍ୟାକର ପୋଲିସର କାର୍ଯ୍ୟ ଦକ୍ଷତା ମଧ୍ୟ ସେତିକି ହାସ୍ୟାଷ୍ପଦ । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାରେ ଢିଲା ଯୋଗୁ ଅଭିଯୁକ୍ତ ସହଜରେ ଅପରାଧ କରି ଖସିଗଲା ବୋଲି ଅଭିଯୋଗ ହେଉଛି ।
ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.