ETV Bharat / state

ଅନୁଗୋଳ ବିଜେପିରେ ମିଶ୍ରଣ ପର୍ବ, କେନ୍ଦ୍ରମନ୍ତ୍ରୀ କହିଲେ ଦଳୀୟ ସଂଗଠନ ହେବ ଆହୁରି ମଜଭୁତ - ଅନୁଗୋଳ ବିଜେପିରେ ମିଶ୍ରଣ ପର୍ବ

ଆସନ୍ତା ୨୦୨୪ ମସିହା ଏପ୍ରିଲ ମାସ ପାଇଁ ଏବେଠାରୁ ବଳ ଗୋଟାଉଛି ରାଜ୍ୟ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ମିଶ୍ରଣ ପର୍ବ । ଅଧିକ ପଢନ୍ତୁ

ଅନୁଗୋଳ ବିଜେପିରେ ମିଶ୍ରଣ ପର୍ବ , କେନ୍ଦ୍ରମନ୍ତ୍ରୀ କହିଲେ ଦଳୀୟ ସଂଗଠନ ହେବ ଆହୁରି ମଜବୁତ

author img

By ETV Bharat Odisha Team

Published : Nov 29, 2023, 9:34 PM IST

ଅନୁଗୋଳ ବିଜେପିରେ ମିଶ୍ରଣ ପର୍ବ , କେନ୍ଦ୍ରମନ୍ତ୍ରୀ କହିଲେ ଦଳୀୟ ସଂଗଠନ ହେବ ଆହୁରି ମଜବୁତ

ଅନୁଗୋଳ: ଆସନ୍ତା ୨୦୨୪ ମସିହା ଏପ୍ରିଲ ମାସରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ଏବେଠାରୁ ବଳ ଗୋଟାଉଛି ରାଜ୍ୟ ବିଜେପି । ୨୦୧୯ ନିର୍ବାଚନରେ ରାଜ୍ୟ ବିଧାନସଭାରେ କଂଗ୍ରେସକୁ ପଛକୁ ଠେଲି ତୃତୀୟ ସ୍ଥାନ ଅକ୍ତିଆର କରିଥିଲା ବିଜେପି । ଏଥିପାଇଁ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ଶୀର୍ଷ ସ୍ଥାନୀୟ ନେତାମାନେ ଓଡିଶାକୁ ଘନ ଘନ ଗସ୍ତ କରି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରୁଛନ୍ତି । ରାଜ୍ୟରେ ମଧ୍ୟ ଶାସକଦଳ ବିଜେଡିକୁ ଶାଣିତ ଆକ୍ରମଣ କରିବାକୁ ପଛାଇ ନାହିଁ ରାଜ୍ୟ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୋଇ ଜିଲ୍ଲା ଅନୁଗୋଳରେ ଦଳ ଧୀରେ ଧୀରେ କାୟା ବିସ୍ତାର କରିବାକୁ ଲାଗିଛି । ଏହି ଅବସରରେ ବିଜେପିରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ।

ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.