ETV Bharat / state

ନଜର ଆଢୁଆଳରେ ଜୋକୁବୁ ଗାଁ: ଜଙ୍ଗଲ ଭେଦି ପହଞ୍ଚି ପାରୁନି ବିକାଶ, ବାଟ ଓଗାଳୁଛି କଟକଣା

ଜଙ୍ଗଲ ଭିତରେ ବିତୁଛି ଜଙ୍ଗଲୀ ଜୀବନ । ପାନୀୟ ଜଳଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଏଠାରେ ସବୁ ବାଟବଣା ହୋଇ ରହିଛି । ସମସ୍ତ ମୌଳିକ ଏବଂ ସରକାରୀ ସୁବିଧାରୁ ଏମାନେ ବଞ୍ଚିତ ରହିଛନ୍ତି ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଜୋକୁବୁ ଗ୍ରାମବାସୀ । ଅଧିକ ପଢନ୍ତୁ

development yet to reach in anugul jokubu village
ବିକାଶ ଅପେକ୍ଷାରେ ଜୋକୁବୁ ଗ୍ରାମବାସୀ: ଅପହଞ୍ଚ ସରକାରୀ ଯୋଜନା
author img

By

Published : Jul 23, 2022, 1:53 PM IST

ଅନୁଗୋଳ: ଜଙ୍ଗଲ ଭିତରେ ବିତୁଛି ଜଙ୍ଗଲୀ ଜୀବନ । ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭିତରେ ନା ଗାଁକୁ ରାସ୍ତା ଅଛି ନା ବିଦ୍ୟୁତ୍‌ ସଂଯୋଗ । ପାନୀୟ ଜଳ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଏଠାରେ ସବୁ ବାଟବଣା ହୋଇରହିଛି । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଜୋକୁବୁ ଗାଁରେ ବିକାଶ ଯେମିତି ବାଟ ହୁଡୁଛି । ଜୋକୁବୁ ଗାଁରେ ପ୍ରାୟ 30ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି ।

ବିକାଶ ଅପେକ୍ଷାରେ ଜୋକୁବୁ ଗ୍ରାମବାସୀ

ଦୁର୍ଗମ ଜଙ୍ଗଲ ଭିତରେ ରହୁଥିବାରୁ ବନ ବିଭାଗର କଡା କଟକଣା ଭିତରେ ଏମାନେ ଛନ୍ଦି ହୋଇପଡିଛନ୍ତି । ଦିନ ରାତି ଗାଁ ଭିତରେ ହାତୀପଲ ଉପଦ୍ରବ କରୁଛନ୍ତି । ତେଣୁ ଚାଷବାସ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବାହାରକୁ କାମ କରିବାକୁ ହେଲେ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ 5 କିମି ଯିବାକୁ ପଡେ । ଅଭୟାରଣ୍ୟ କଟକଣା ଯୋଗୁଁ ରାସ୍ତା ମଧ୍ୟ ନିର୍ମାଣ ହୋଇପାରୁ ନାହିଁ । ତେଣୁ ହାତୀ ଭୟରେ କେହି ବାହାରକୁ ଯାଉନାହାନ୍ତି ।

ବନ ବିଭାଗର ଯେତେବେଳେ ଯାହା କାମ ମିଳେ ସେଥିରେ ପରିବାର ଚଳାଇଥାନ୍ତି । ତେଣୁ ଏଠାକାର ଗ୍ରାମବାସୀଙ୍କୁ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ସରକାରଙ୍କ ତରଫରୁ ସୋଲାର ଆଲୁଅ ବ୍ୟବସ୍ଥା କରାଯାଇଛି । ହେଲେ ସେସବୁ ଅଚଳ ହୋଇ ପଡ଼ିରହିଛି । ସମସ୍ତ ମୌଳିକ ଏବଂ ସରକାରୀ ସୁବିଧାରୁ ଏମାନେ ବଞ୍ଚିତ ରହିଛନ୍ତି । ତେଣୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ କମ ପିଲାଥିବାରୁ ଅନ୍ୟ ଏକ ସ୍କୁଲ ସହ ମିଶିଯାଇଛି । କିନ୍ତୁ ଜଙ୍ଗଲ ରାସ୍ତା ଦେଇ 3କିମି ଦୂର ସ୍କୁଲ ଯିବାକୁ ପଡୁଥିବାବେଳେ, ହାତୀଭୟରେ ହାତୀ ଭୟରେ ଅଭିଭାବକ ପିଲାଙ୍କୁ ଛାଡୁନାହାଁନ୍ତି । ଫଳରେ 20ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ରହିଛି । ଏନେଇ ବାରମ୍ବାର ଜିଲ୍ଲାପ୍ରଶାସନ ଆଗରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେ କହିଛନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ ଏଭଳି ସମସ୍ୟାକୁ କୌଣସି ସରକାରୀ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.