ETV Bharat / state

ସ୍ବୟଂ ସହାୟକ ଗୋଷ୍ଠୀରୁ ଟଙ୍କା ହଡପ କରି ସିଆରପି ଫେରାର, ଚିନ୍ତାରେ ଗ୍ରୁପ ସଦସ୍ୟା - CRP fled away after fraud to SSG group in Angul

ସ୍ବୟଂ ସହାୟକ ଗୋଷ୍ଠୀର ଟଙ୍କା ହଡପ । ଓଡିଶା ଜୀବିକା ମିଶନରେ କାର୍ଯ୍ୟରତ ସିଆରପି(କମ୍ୟୁନିଟି ରିସୋର୍ସ ପର୍ସନ) ଲୁଟିଛନ୍ତି ଟଙ୍କା । ଏପରି ଦେଖିବାକୁ ମିଳିଛି ଅନୁଗୋଳ ବ୍ଳକର ଟାଇଁଶି ପଞ୍ଚାୟତର ଭଗତପୁର ଗାଁରେ ।

ସ୍ବୟଂ ସହାୟକ ଗୋଷ୍ଠୀରୁ ଟଙ୍କା ହଡପ କରି ସିଆରପି ଫେରାର, ଚିନ୍ତାରେ ଗ୍ରୁପ ସଦସ୍ୟା
author img

By

Published : Nov 20, 2019, 11:50 PM IST

ଅନୁଗୋଳ: ସ୍ବୟଂ ସହାୟକ ଗୋଷ୍ଠୀର ଟଙ୍କା ହଡପ । ଓଡିଶା ଜୀବିକା ମିଶନରେ କାର୍ଯ୍ୟରତ ସିଆରପି(କମ୍ୟୁନିଟି ରିସୋର୍ସ ପର୍ସନ) ଲୁଟିଛନ୍ତି ଟଙ୍କା । ଏପରି ଦେଖିବାକୁ ମିଳିଛି ଅନୁଗୋଳ ବ୍ଳକର ଟାଇଁଶି ପଞ୍ଚାୟତର ଭଗତପୁର ଗାଁରେ । ଗାଁର 11ଟି ସ୍ବୟଂ ସହାୟକ ଗୋଷ୍ଠୀର ଲକ୍ଷ ଲକ୍ଷ ଟଙ୍କା ଚଳୁକରି ଫେରାର ହୋଇଯାଇଛନ୍ତି ସିଆରପି ।

ସ୍ବୟଂ ସହାୟକ ଗୋଷ୍ଠୀରୁ ଟଙ୍କା ହଡପ କରି ସିଆରପି ଫେରାର

ସୂଚନା ଥାଉକି, ଗ୍ରାମାଞ୍ଚଳରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଓଡିଶା ଜୀବିକା ମିଶନ ଜରିଆରେ ସହାୟତା ଦେଉଛନ୍ତି ରାଜ୍ୟ ସରକାର । ଯାହା ଜରିଆରେ ମହିଳା ମାନଙ୍କୁ ଦକ୍ଷତା ବିକାଶ ତାଲିମ ଓ ଖୁବ କମ୍ ସୁଧ ହାରରେ ଋଣ ଯୋଗାଇ ଦିଆଯାଉଛି । ଯେଉଁଥିରେ ଗତ 2013-14 ଆର୍ଥିକ ବର୍ଷରେ ଭଗତପୁର ଗାଁର ପ୍ରାୟ 11ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଜୀବିକା ମିଶନ 50 ହଜାର ଟଙ୍କା ଲେଖାଏଁ ଋଣ ଯୋଗାଇ ଦେଇଥିଲା ।

ସେହି ଋଣ ଟଙ୍କାରେ ମହିଳା ମାନେ ଛେଳି ଚାଷ, ସିଲେଇ, କୁକୁଡା ଚାଷ ଆଦି କରି କିସ୍ତି ଆକାରରେ ଋଣ ପରିଶୋଧ କଲେ । ମିଶନର ନିୟମ ଅନୁସାରେ ପ୍ରଥମ ଋଣ ପରିଶୋଧ କରିବା ପରେ ଦ୍ବିତୀୟ ପର୍ଯ୍ୟାୟରେ 90ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବା କଥା । କିନ୍ତୁ ବର୍ଷ ବର୍ଷ ଧରି ମହିଳା ଗୋଷ୍ଠୀ ଦ୍ବିତୀୟ ପର୍ଯ୍ୟାୟ ଋଣ ପାଇପାରିଲେ ନାହିଁ ।

ଏହାର କାରଣ ଖୋଜିବା ପରେ ଜଣାପଡିଥିଲା ଯେ, ପ୍ରତ୍ୟେକ ମାସରେ ବୈଠକ କରି ସିଆରପି ହାତରେ ସୁଜୁଥିବା ଟଙ୍କାକୁ ସିଆରପି ଖାଇଯାଇଛନ୍ତି । ଗ୍ରୁପରୁ ଟଙ୍କା ନେଇ ବ୍ୟାଙ୍କରେ ଜମା ନକରି ଫେରାର ହୋଇଯାଇଛନ୍ତି । ଯାହା ଜଣାଇବା ପରେ ଏବେ ଚିନ୍ତାରେ ଗ୍ରୁପ୍‌ ସଦସ୍ୟା ।

ତେବେ ଟଙ୍କା ହଡପ କରିଥିବା ମହିଳା ସିଆରପି ଜଣକ ସେହି ଗାଁର ହୋଇଥିବାରୁ ପ୍ରଥମେ ସମସ୍ତ ମହିଳା ଗୋଷ୍ଠୀ ଗାଁ କମିଟିରେ ଜଣାଇଥିଲେ । ଗାଁରେ ମଧ୍ୟ ବୈଠକ ବସି ଏହାର ବିଚାର କରାଯାଇଥିଲା । କିନ୍ତୁ ସେ ମହିଳା ଗାଁ ଛାଡି କେଉଁ ଆଡେ ପଳାଇଥିବାରୁ କୌଣସି ନିଷ୍ପତି ହୋଇପାରିଲା ନାହିଁ ।

ଫଳରେ ଗାଁ କମିଟି ଏହାକୁ ନେଇ ଥାନା ଓ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡିଛି । ସେପଟେ ଓଡିଶା ଜୀବିକା ମିଶନର ପ୍ରୋଜେକ୍ଟ ମ୍ୟାନେଜର ଏବାବଦରେ କ୍ୟାମେରା ସାମ୍ନାରେ କିଛି କହିବେ ନାହିଁ ବୋଲି କହିଛନ୍ତି । ହେଲେ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଘଟଣା କେବଳ ଭଗତପୁରରେ ଘଟିଛି ତାହା ନୁହେଁ ଏପରି ଘଟଣା ଜିଲ୍ଲାର ଅନେକ ସ୍ଥାନରେ ଘଟିଥିବା ଜଣାପଡୁଛି । ଯାହା ଓଡିଶା ଜୀବିକା ମିଶନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସରକାରୀ ଯୋଜନା କିଭଳି ବାଟ ମରଣା ହୁଏ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲା ରେ ଓଡିଶା ଜୀବିକା ମିସନ ରୁ ରୁଣ ନେଇ ଏବେ ଫସିଛନ୍ତି ସ୍ବୟଂ ସହାୟକ ଗୋଷ୍ଠିର ମହିଳା। ସେମାନେ ନେଇଥିବା ରୁଣ ପରିଶୋଧ କରି ସାରିଥିବା ବେଳେ ପରିଶୋଧ ଟଙ୍କା ଜମା ନ କରି ଫେରାର ହୋଇ ଯାଇଛନ୍ତି ଓଡ଼ିଶା ଜୀବିକା ମିଶନରେ କାର୍ଯ୍ୟରତ କମୁନିଟି ରିସୋର୍ସ ପର୍ସନ । ଜିଲ୍ଲାର ଅନୁଗୋଳ ବ୍ଳକର ଟାଇଁଶି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । Body:ଗ୍ରାମାଞ୍ଚଳରେ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଓଡ଼ିଶା ଜୀବିକା ମିଶନ ଜରିଆରେ ସହାୟତା ଦେଉଛନ୍ତି ରାଜ୍ୟ ସରକାର ।ଯାହା ଜରିଆରେ ମହିଳା ମାନଙ୍କୁ ଦକ୍ଷତା ବିକାଶ ତାଲିମ ଓ ଖୁବ କମ୍ ସୁଧ ହାରରେ ଋଣ ଯୋଗାଇ ଦେଉଛନ୍ତି । ଗତ 2013-14 ଆର୍ଥିକ ବର୍ଷରେ ଭଗତପୁର ଗାଁର ପ୍ରାୟ 11ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ଜୀବିକା ମିଶନ 50 ହଜାର ଟଙ୍କା ଲେଖାଏଁ ଋଣ ଯୋଗାଇ ଦେଇଥିଲା । ସେହି ଋଣ ଟଙ୍କାରେ ମହିଳା ମାନେ ଛେଳି ଚାଷ, ସିଲେଇ, କୁକୁଡ଼ା ଚାଷ ଆଦି କରି କିସ୍ତି ଆକାରରେ ଋଣ ପରିଷୋଧ କଲେ । ମିଶନର ନିୟମ ଅନୁସାରେ ପ୍ରଥମ ଋଣ ପରିଷୋଧ କରିବା ପରେ ଦିତୀୟ ପର୍ଯ୍ୟାୟରେ 90ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବା କଥା । କିନ୍ତୁ ବର୍ଷ ବର୍ଷ ଧରି ମହିଳା ଗୋଷ୍ଠି ଦିତୀୟ ପର୍ଯ୍ୟାୟ ଋଣ ପାଇ ପାରିଲେ ନାହିଁ । ଏହାର କାରଣ ଖୋଜିବା ପରେ ଜଣା ପଡ଼ିଥିଲାଯେ ପ୍ରତ୍ୟକ ମାସରେ ବୈଠକ କରି କ୍ଳଷ୍ଟର ରିସୋର୍ସ ପର୍ସନଙ୍କୁ ମହିଳା ମାନେ ଋଣ ପରିସୋଧ ପାଇଁ ଯେଉଁ ଟଙ୍କା ଦେଇଥିଲେ ତାହା ବ୍ୟାଙ୍କରେ ଜମା ହୋଇ ନାହିଁ । ଅର୍ଥାତ ସେହି ଟଙ୍କା ନିଜେ ହଡ଼ପ କରି ଦେଇଥିଲେ କ୍ଳଷ୍ଟର ରିସୋର୍ସ ପର୍ସନ । ବୈଠକରେ ରେଜିଷ୍ଟାରରେ ସମସ୍ତ ତଥ୍ୟ ସଠିକ ଭାବେ ଲେଖା ଯାଇଥିଲା । ଟଙ୍କା ଗ୍ରହଣ କରିବା ପରେ କ୍ଳଷ୍ଟର ରିସୋର୍ସ ପର୍ସନ ଦସ୍ତଖତ କରିଥିଲେ । କିନ୍ତୁ ଟଙ୍କା ବ୍ୟାଙ୍କରେ ଜମା କରି ନଥିଲେ । ଏହା ଜଣା ପଡ଼ିବା ପରେ କ୍ଳଷ୍ଟର ରିସୋର୍ସ ପର୍ସନ ଘରେ ତାଲା ପକାଇ କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି । ତେଣୁ ଗରିବ ମହିଳା ମାନେ କେମିତି ପୁଣି ଋଣ ପରିସୋଧ କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି ।
Byte – 1 ସନ୍ଧ୍ୟାରାଣୀ ମହାପାତ୍ର , ଏସଏଚଜି ସଦସ୍ୟା
Byte – 2 ବନୀତା ସାହୁ ,ଏସଏଚଜି ସଦସ୍ୟା ।
Vo – 2
ଟଙ୍କା ହଡ଼ପ କରିଥିବା ମହିଳା ଜଣକ ସେହି ଗାଁର ହୋଇଥିବାରୁ ପ୍ରଥମେ ସମସ୍ତ ମହିଳା ଗୋଷ୍ଠି ଗାଁ କମିଟିରେ ଜଣାଇଲେ । ଗାଁରେ ମଧ୍ୟ ବୈଠକ ବସି ଏହାର ବିଚାର କରାଗଲା । କିନ୍ତୁ ସେ ମହିଳା ଗାଁ ଛାଡ଼ି କେଉଁ ଆଡ଼େ ପଳାଇଥିବାରୁ କୈାଣସି ନିଷ୍ପତି ହୋଇ ପାରିଲା ନାହିଁ । ତେଣୁ ଗାଁ କମିଟି ସ୍ଥିର କରିଛିଯେ ଟଙ୍କା ହଡ଼ପ କରି ନେଇଥିବା ମହିଳାଙ୍କ ବିରୁଦ୍ଧରେ ପ୍ରଥମେ ଜିଲାପାଳ ଓ ପରେ ଥାନାରେ ଅଭିଯୋଗ କରାଯିବ । ସେଥିପାଇଁ ବିଭିନ୍ନ ମହିଳା ଗୋଷ୍ଠି ମଧ୍ୟରେ ଘନ ଘନ ବୈଠକ ଚାଲିଛି । ବହୁ କଷ୍ଟ କରି ଏତେ ଗୁଡ଼ାଏ ଟଙ୍କା ପରିଷୋଧ କରିଥିଲେ । ଏବେ ପୁଣି ଏତେ ଟଙ୍କା କେଉଁଠୁ ଆଣିବେ ।ଏ ବାବଦରେ ଓଏଲଏମର ପ୍ରୋଜେକ୍ଟ ମ୍ୟାନେଜର ସୈାରଭମୟ ଦାସଙ୍କୁ ପଚାରିବାରେ ସେ ବର୍ତ୍ତମାନ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଥିଲେ । କିନ୍ତୁ ସେ ଗାଁକୁ ଏକ ଟିମ ପଠାଇ ଘଟଣାର ତଦନ୍ତ କରାଯିବ ଏବଂ ଦୋଷି ବିରୁଦ୍ଧରେ ଆିନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
Byte – 3 ଗିନୀ ପ୍ରଧାନ ,ଏସଏଚଜି ସଦସ୍ୟା
Byte – 4 ବ୍ରଜ ମୋହନ ସାହୁ , ଗାଁ ସଭାପତି ।
Conclusion:କେବଳ ଭଗତପୁର ର ୧୧ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠି ର ଋଣ ଟଙ୍କା ହଡ଼ପ ଅଭିଯୋଗ ନୁହଁ । ଜିଲ୍ଲାରେ ଏଭଳି ଘଟଣା ଅନେକ ଘଟିଥିବା ଜଣା ପଡୁଛି । ତେବେ ପ୍ରଶ୍ନ ଉଠୁଛି ଏତେ ବର୍ଷ ଧରି ଟଙ୍କା ଜମା ହୋଇ ନଥିଲେ ମଧ୍ୟ ଓଏଲଏମ କିଭଳି ଜାଣି ପାରିଲା ନାହିଁ ?
ଅନୁଗୋଳ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.