ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 7 ଲକ୍ଷ ଦେଲେ ଶିକ୍ଷକ ସଙ୍ଘ - କୋରୋନା ସହାୟତା

କୋରୋନା ସଙ୍କଟ କାଳରେ ସହଯୋଗର ହାତ ବଢାଇଲେ ଅନୁଗୋଳ ବଅଁରପାଳ ବ୍ଲକ ଶିକ୍ଷକ ସଂଘ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ପ୍ରାୟ 7 ଲକ୍ଷ ଟଙ୍କା ।

ଶିକ୍ଷକ ଦେଖାଇଲେ ବଦାନ୍ୟତା , ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଦାନ କଲେ ପ୍ରାୟ 7 ଲକ୍ଷ ଟଙ୍କା

author img

By

Published : Dec 7, 2020, 8:14 PM IST

ଅନୁଗୋଳ: ବଅଁରପାଳ ବ୍ଲକ ଶିକ୍ଷକ ସଙ୍ଘର ମହାନତା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶିକ୍ଷକମାନେ ଦାନ କରିଛନ୍ତି 6 ଲକ୍ଷ 98 ହଜାର 858 ଟଙ୍କା । ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଜରିଆରେ ଏହି ସହାୟତା ରାଶି ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ରାଜ୍ୟ ବିଧାନସଭାରେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ଶିକ୍ଷକ ସଂଘ ପକ୍ଷରୁ ଏକ ଚେକ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଶିକ୍ଷକ ମାନେ ।

କୋରୋନା ସମୟରେ ଏହି ଅର୍ଥ ଜନସାଧାରଣଙ୍କ କାମରେ ଲାଗିବ ବୋଲି ଶିକ୍ଷକଙ୍କ ପକ୍ଷରୁ କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.